Advertisment

After Public Backlash: କମିବ କି ବିଧାୟକଙ୍କ ବର୍ଦ୍ଧିତ ଦରମା ? ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଦାବି

କମିବ କି ବିଧାୟକଙ୍କ ବର୍ଦ୍ଧିତ ଦରମା। ବିଧାୟକ ଦରମା ବୃଦ୍ଧିରେ ଲାଗିପାରେ ବ୍ରେକ। ଅଟକି ଯାଇପାରେ ବିଧାୟକ ଦରମା ଓ ବୃଦ୍ଧି ପେନସନ ଆଇନ। ପୁନଃ ବିଚାର ପାଇଁ ଦାବି କଲେ ବିଜେପି ବିଧାୟକଗଣ ।

MLA-SALARY

MLA-SALARY Photograph: (OTV)

Advertisment

କମିବ କି ବିଧାୟକଙ୍କ ବର୍ଦ୍ଧିତ ଦରମା। ବିଧାୟକ ଦରମା ବୃଦ୍ଧିରେ ଲାଗିପାରେ ବ୍ରେକ। ଅଟକି ଯାଇପାରେ ବିଧାୟକ ଦରମା ଓ ବୃଦ୍ଧି ପେନସନ ଆଇନ। ପୁନଃ ବିଚାର ପାଇଁ ଦାବି କଲେ ବିଜେପି ବିଧାୟକଗଣ ।  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଧାୟକ ଦଳ ବୈଠକରେ ହୋଇଛି ବଡ ନିଷ୍ପତ୍ତି। ଗତ ଶୀତ ଅଧିବେଶନରେ ବିଧାନସଭାରେ ପାରିତ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ବିଲର ପୁନଃବିଚାର ପାଇଁ ପ୍ରସ୍ତାବ ଦେଇଛନ୍ତି ବିଜେପି ବିଧାୟକମାନେ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଦାବୀପତ୍ର ଦେଇଛନ୍ତି ସମସ୍ତ ବିଧାୟକ। ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିବା ସହ ପୁନଃ ବିଚାର କରିବା ପାଇଁ ସହମତି ମଧ୍ୟ ଜଣାଇଥିବା କୁହଯାଉଛି। ଅନ୍ୟପଟେ ବିଜେଡି କହିଛି ଯେଉଁମାନେ ଆଜି ବାହାରେ ବିରୋଧ କରୁଛନ୍ତି, ବିଧାନସଭାରେ ଆଲୋଚନା ବେଳେ ବିରୋଧ କଲେ ନାହିଁ କାହିଁକି।

Advertisment



ଶୀତ ଅଧିବେଶନର ଶେଷ ଦିନରେ ଅର୍ଥାତ୍  ୯ ତାରିଖ ଦିନ ବିଧାନସଭାରେ ସର୍ବ ସମ୍ମତି କ୍ରମେ ଓଡିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ୨୦୨୫ ପାରିତ ହୋଇଥିଲେ। ଶାସକ ଦଳ ସହ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ବି ସମର୍ଥନ କରିଥିଲେ। ୮ ବର୍ଷ ହେଲା ଓଡିଶା ବିଧାୟକଙ୍କ ଦରମା ବୃଦ୍ଧି ହୋଇ ନଥିବା ବେଳେ ଏକା ଥରକେ ଅଢେଇ ଗୁଣା ଦରମା ବୃଦ୍ଧି ହୋଇଥିଲା। ଜଣେ ବିଧାୟକ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ଦରମା ପାଇଥାନ୍ତେ। ଯାହା ପରେ ରାଜ୍ୟରେ କୋଣ ଅନୁକୋଣର ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜ୍ୟବାସୀ। ଛାତ୍ରଙ୍କଠାରୁ ଆରମ୍ଭ କରି ଶ୍ରମିକ, ଚାଷୀ, ଶିକ୍ଷକ ଓ ଅନ୍ୟ ବର୍ଗର ଲୋକେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଦରମା ବାଦ୍ ୨୦ ହଜାରର ବିଜୁଳି ବିଲ୍, ୧୫ ହଜାର ଟେଲିଫୋନ ବିଲ୍ ଆଉ ବହି ଖର୍ଚ୍ଚ ବାବଦକୁ ୧୦ ହଜାର କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଥିଲା। ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ  ନିଜ ବର୍ଦ୍ଧିତ ଦରମାକୁ ଅଗ୍ରାହ୍ୟ କରିଥିଲେ। 

ତେବେ ବିଧାନସଭାରେ ପାରିତ ହୋଇଥିବା ଏହି ବିଧେୟକ ରାଜ୍ୟପାଳଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ତେଣୁ ଯଦି ଏହାକୁ ପୁନଃ ବିଚାର କରାଯାଏ, ଆସନ୍ତା ବିଧାନସଭା ଅଧିବେଶନରେ ଏନେଇ ପ୍ରସ୍ତାବ ଆଗତ ହେଲେ ପୁଣି ଆଲୋଚନା ହୋଇପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ