Advertisment

Nuapada Fight: ବିଜେଡି ପ୍ରାର୍ଥୀ କିଏ ? ବଢୁଛି ନୂଆପଡ଼ା ଉପନିର୍ବାଚନ ତାତି... ବିଜେପିରେ ଜୟ ସାମିଲ ହେବାପରେ ବିଜେଡି ଜଳକା

ବିଜେଡିକୁ ନୂଆପଡ଼ା ଚିନ୍ତା । ଜୟ ହାତରୁ ଖସିଯିବା ପରେ ଏବେ କାହାକୁ ପ୍ରାର୍ଥୀ କରିବ ଶଙ୍ଖ ଦଳ । ପ୍ରାର୍ଥୀଙ୍କ ନାଁ ଘୋଷଣା ଆଗରୁ ଗତକାଲି ବଦଳିଯାଇଥିଲା ନୂଆପଡ଼ା ରାଜନୈତିକ ଦୃଶ୍ୟପଟ୍ଟ।

NUAPADA

NUAPADA Photograph: (OTV)

Advertisment

ବିଜେଡିକୁ ନୂଆପଡ଼ା ଚିନ୍ତା । ଜୟ ହାତରୁ ଖସିଯିବା ପରେ ଏବେ କାହାକୁ ପ୍ରାର୍ଥୀ କରିବ ଶଙ୍ଖ ଦଳ । ପ୍ରାର୍ଥୀଙ୍କ ନାଁ ଘୋଷଣା ଆଗରୁ ଗତକାଲି ବଦଳିଯାଇଥିଲା ନୂଆପଡ଼ା ରାଜନୈତିକ ଦୃଶ୍ୟପଟ୍ଟ। ବିଜେଡିକୁ ବଡ଼ ଝଟକା ଦେଇ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ କ୍ୟାଂପରେ ସାମିଲ କରିଛି ବିଜେପି। ଆଉ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଏକ ପ୍ରକାର ମୋହର ମାରିଛି। ସେପଟେ ବିଜେଡି ଏବେ କାହାକୁ ମୈଦାନକୁ ଆଣିବ, ତା ଉପରେ ସମସ୍ତଙ୍କ ନଜର। ଗତକାଲି ନବୀନ ନିବାସରେ ପିଏସି ବୈଠକରେ ଏନେଇ ଆଲୋଚନା ହୋଇଛି । ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ଦଳ ଯାହାକୁ ପ୍ରାର୍ଥୀ କରିବ, ସେ ବିପୁଳ ଭୋଟରେ ବିଜୟୀ ହେବ। 

Advertisment

ବଢୁଛି ନୂଆପଡ଼ା ଉପନିର୍ବାଚନ ତାତି
ବିଜେପିରେ ଜୟ ସାମିଲ ହେବାପରେ ବିଜେଡି ଜଳକା
ଏବେ କାହାକୁ ପ୍ରାର୍ଥୀ କରିବ ବିଜେଡି ?
ଜୟଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ଏକପ୍ରକାର ସ୍ପଷ୍ଟ
ପ୍ରାର୍ଥୀ ନେଇ ପିଏସି ବୈଠକରେ ନବୀନଙ୍କ ଆଲୋଚନା
ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ କହିଲା ବିଜେଡି
ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ