Advertisment

Sofia Firdous Breaks Silence: ସିଧା ଶୁଣାଇଦେଲେ ସୋଫିଆ , ଆମେ ପୂରା ପ୍ରସ୍ତୁତ

ସୋଫିଆ ଶୃଙ୍ଖଳିତ ସୈନିକଟିଏ ପରି କଂଗ୍ରେସରେ ରହିବେ ନା ବାପାଙ୍କ ସହ ଯିବେ । ଯଦି ବାପା ନୂଆ ଦଳ ଗଢ଼ନ୍ତି ସେଥିରେ ସାମିଲ ହେବେ ନା ପୂର୍ବପରି କଂଗ୍ରେସରେ ରହିବେ ସୋଫିଆ । ଏଭଳି ଅବସ୍ଥାରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସୋଫିଆ ।

Sofia-on-future-course-of-action

Sofia-on-future-course-of-action Photograph: (OTV)

Advertisment

ମହମ୍ମଦ ମୋକିମଙ୍କୁ ନେଇ ଜଳୁଛି କଂଗ୍ରେସ । ମୋକିମଙ୍କୁ ଦଳରୁ ବହିଷ୍କାର କରାଗଲା ପରେ କେହି ସିଧା ସିଧା ଶୁଣାଉଥିବା ବେଳେ ଆଉ କେହି ବୁଲେଇ ବଙ୍କେଇ ଝାଡ଼ି ଦେଉଛନ୍ତି । ଯୁବ କଂଗ୍ରେସ ନେତା ନିହାର ବେହେରା ସିଧା ମୋକିମଙ୍କ ପକ୍ଷ ନେଇ ଭକ୍ତ ସର୍ବେସର୍ବା ନୁହନ୍ତି ବୋଲି କହିଥିଲେ ।

Advertisment

ଅନ୍ୟପକ୍ଷରେ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପଞ୍ଚାନନ କାନୁନଗୋ ପ୍ରମୁଖ ବରିଷ୍ଠ ନେତା ନିଜ ନିଜ ଢଙ୍ଗରେ ଚଢ଼ା କଥା ଶୁଣାଇ ଦେଇଥିଲେ । କିନ୍ତୁ ସମସ୍ତଙ୍କ ନଜର ଥିଲା ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଶଙ୍କ ଉପରେ । କଂଗ୍ରେସ ବିଧାୟିକା ସେ । ମର୍ଯ୍ୟାଦାଜନକ ବାରବାଟୀ କଟକ ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ।

ବାପା ମୋକିମଙ୍କ ପରେ ସେ ବିଧାୟିକା ହୋଇଛନ୍ତି । ଲଗାତାର ଦ୍ବିତୀୟ ଥର କଟକରେ କଂଗ୍ରେସକୁ ଜିତାଇବାର ଶ୍ରେୟ ନେଇଛନ୍ତି । ଏଭଳି ସ୍ଥିତିରେ ତାଙ୍କ ଗତି କଣ ରହିବ ସେଥିପ୍ରତି ରହିଛି ସମସ୍ତଙ୍କ ଦୃଷ୍ଟି ।

Advertisment

ସୋଫିଆ ଶୃଙ୍ଖଳିତ ସୈନିକଟିଏ ପରି କଂଗ୍ରେସରେ ରହିବେ ନା ବାପାଙ୍କ ସହ ଯିବେ । ଯଦି ବାପା ନୂଆ ଦଳ ଗଢ଼ନ୍ତି ସେଥିରେ ସାମିଲ ହେବେ ନା ପୂର୍ବପରି କଂଗ୍ରେସରେ ରହିବେ ସୋଫିଆ । ଏଭଳି ଅବସ୍ଥାରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସୋଫିଆ । ଆଉ ସିଧା ସିଧା ଶୁଣାଇ ଦେଇଛନ୍ତି ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ । ଯେମିତି ଚାଲିଥିଲା ସେମିତି ଚାଲିବ । ଆମେ ବିଧାୟକ ହିସାବରେ ଅଛୁ । ଲୋକଙ୍କର ସେବା କରିବା ପାଇଁ ଅଛୁ । ଯେମିତି କାର୍ଯ୍ୟକ୍ରମ ଚାଲିଥିଲା ସେମିତି ଲୋକଙ୍କ ସେବା କରିବା ପାଇଁ ପୂରା ପ୍ରସ୍ତୁତ ରହିବୁ ବୋଲି କହିଥିଲେ ସୋଫିଆ । 

ସୋଫିଆଙ୍କ ପ୍ରସଙ୍ଗରେ କାଲି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସୋଫିଆ ଜଣେ ଉଦୀୟମାନ ଝିଅ । ତାଙ୍କ ଭବିଷ୍ୟତ ସେ ନିର୍ଦ୍ଧାରଣ କରିବେ ବୋଲି କହି ସୋଫିଆଙ୍କ କୋର୍ଟକୁ ବଲ୍ ଫିଙ୍ଗି ଦେଇଥିଲେ ଭକ୍ତ । ଦଳର ସେ ଜଣେ ବିଧାୟକ । ଆମର ଆଶୀର୍ବାଦ ତାଙ୍କ ସହ ରହିଛି । ତାଙ୍କର ପୋଟେନ୍ସିଆଲିଟି ଅଛି । ସେ ଆଗକୁ ଯାଇ ପାରିବେ । ତାଙ୍କ ଉପରେ ମୁଁ କିଛି କହିପାରିବିନି । ସେ ସ୍ବତନ୍ତ୍ର ବୋଲି କହି ନିଷ୍ପତ୍ତି ସୋଫିଆଙ୍କ ଉପରେ ଛାଡ଼ି ଦେଇଥିଲେ ଭକ୍ତ । 

ଆଇନ ଅନୁସାରେ ବାପାଙ୍କ ସହ ଯିବାକୁ ହେଲେ ସେସାଫିଆଙ୍କୁ ଇସ୍ତଫା ଦେବାକୁ ପଡ଼ିବ । ନହେଲେ ଦଳ ବଦଳ ଆଇନ ଅନୁସାରେ ସେ ବିଧାୟିକା ପଦ ହରାଇବେ । ବିଧାୟିକା ପଦ ଗଲେ ତାଙ୍କ ଆସନରେ ଉପନିର୍ବାଚନ ହେବ ଏବଂ ଉପନିର୍ବାଚନରେ ଜିତି ପୁଣି ବିଧାୟିକା ହେବା ସହଜ ହୋଇନପାରେ । ତେଣୁ ଏଭଳି ସ୍ଥିତିରେ ସୋଫିଆ ବାପା ମୋକିମଙ୍କ ସହ ନଯାଇ କଂଗ୍ରେସରେ ରହିବେ ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ