Advertisment

Under Public Pressure: ଲୋକମତ ଚାପରେ ପୂରା ଚେପା , ଦରମା ବୃଦ୍ଧିରୁ ବିଧାୟକଙ୍କ ପଛଘୁଞ୍ଚା...ନିଷ୍ପତ୍ତିର ପୁନଃବିଚାର ପାଇଁ ସିଏମଙ୍କୁ ବିଜେଡିର ଅପିଲ୍

ବିଧାନସଭାରେ ମିଳିମିଶି ଦରମା ଟଙ୍କାକୁ ଅଢ଼େଇ ଗୁଣା ବଢ଼େଇ ଦେଇଥିଲେ। ଆଉ ୟାକୁ ନେଇ ବଢ଼ିଚାଲିଥିବା ଜନ ଅସନ୍ତୋଷକୁ ଦେଖି ବ୍ୟାକଫୁଟରେ ଜନପ୍ରତିନିଧି। ନିଷ୍ପତ୍ତି ଫେରାଇ ଆଣିବାକୁ ଦଳ ପରେ ଦଳଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍।

Under Public Pressure:

Under Public Pressure: Photograph: (OTV)

Advertisment

ବିଧାନସଭାରେ ମିଳିମିଶି ଦରମା ଟଙ୍କାକୁ ଅଢ଼େଇ ଗୁଣା ବଢ଼େଇ ଦେଇଥିଲେ। ଆଉ ୟାକୁ ନେଇ ବଢ଼ିଚାଲିଥିବା ଜନ ଅସନ୍ତୋଷକୁ ଦେଖି ବ୍ୟାକଫୁଟରେ ଜନପ୍ରତିନିଧି। ନିଷ୍ପତ୍ତି ଫେରାଇ ଆଣିବାକୁ ଦଳ ପରେ ଦଳଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍। ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସି ବିଧାନସଭାରେ ପାରିତ ଏମଏଲଏଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ବିଲର ପୁନର୍ବିଚାର ଆବେଦନ ପାଇଁ ନିଷ୍ପତ୍ତି ହୋଇଥିଲା। ପରେ ପରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ବି ଦେଇଥିଲେ ସବୁ ବିଧାୟକ। ଆଉ ସେପଟେ ବିଧାନସଭାରେ ବିଜେଡି ବିଲକୁ ପୁର୍ଣ୍ଣ ସମର୍ଥନ ଦେଇ ପାସ୍ କରାଇବାରେ ସହଯୋଗ କରିଥିଲେ ବି ପରେ ବର୍ଦ୍ଧିତ ଦରମା ନେବେନି ବୋଲି କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଉ ବଢୁଥିବା ଜନ ଆକ୍ରୋଶରୁ ବର୍ତ୍ତିବାକୁ ଆଜି ପ୍ରେସମିଟ୍ କରି ବର୍ଦ୍ଧିତ ଦରମା ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ରଖିଛି ବିଜେଡି।...ସେପଟେ କଂଗ୍ରେସ ମଧ୍ୟ ଏବେ ସ୍ବର ବଦଳାଇ ଏତେ ପରିମାଣର ଦରମା ବୃଦ୍ଧିର ଆବଶ୍ୟକତା ନଥିଲା ବୋଲି କହିଥିଲା ବେଳେ ଆଇନମନ୍ତ୍ରୀ କହିଛନ୍ତି ସରକାର ଏହାର ବିଚାର କରୁଛନ୍ତି।..

Advertisment



ବିଧାନସଭାରେ ପାରିତ ବିଧେୟକ ରାଜ୍ୟପାଳଙ୍କ ଅନୁମୋଦନ ଅପେକ୍ଷାରେ ଥିଲା ବେଳେ ପୁନର୍ବିଚାର ପାଇଁ ଆଗାଗୀ ଅଧିବେଶନରେ ପୁଣି ଆଗତ ହୋଇପାରେ। ଯଦି ଏହା ହୁଏ, ତାହେଲେ ବର୍ଦ୍ଧିତ ଦରମାରୁ ଆଉ କେତେ ଟଙ୍କା କମିବ ? ଯଦିଓ ପୂର୍ବ ଦରମା ଅନୁସାରେ ସାରା ଦେଶରେ ଓଡ଼ିଶା 27ତମ ସ୍ଥାନରେ ରହିଛି, ଅନ୍ୟପଟେ 8 ବର୍ଷ ଧରି ରାଜ୍ୟରେ ବିଧାୟକଙ୍କ ଦରମା ବି ବଢ଼ିନି। ତେଣୁ ବଜାର ଦର ବୃଦ୍ଧିକୁ ଆଖି ଆଗରେ ରଖି ଦରମାକୁ ସାଢ଼େ 3 ଲକ୍ଷ ବଦଳରେ କିଛି ପରିମାଣରେ ବଢାଯାଇ ପାରେ ବୋଲି କୁହାଯାଉଛି।...ସେପଟେ ଦରମା ଏକାବେଳକେ ଅଢ଼େଇ ଗୁଣା ବୃଦ୍ଧି ନେଇ ଖପ୍ପା ଥିବା ଜନତା ପୁନର୍ବିଚାର ଉଦ୍ୟମକୁ ସ୍ବାଗତ କରିଛନ୍ତି।..

ଶୀତ ଅଧିବେଶନର ଶେଷ ଦିନରେ ଅର୍ଥାତ୍  ୯ ତାରିଖ ଦିନ ବିଧାନସଭାରେ ସର୍ବ ସମ୍ମତି କ୍ରମେ ପାରିତ ଓଡିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ୨୦୨୫ ଅନୁସାରେ ଜଣେ ବିଧାୟକ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ଦରମା ପାଇଥାନ୍ତେ। ଦରମା ବାଦ୍ ୨୦ ହଜାରର ବିଜୁଳି ବିଲ୍, ୧୫ ହଜାର ଟେଲିଫୋନ ବିଲ୍ ଆଉ ବହି ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ମିଳିଥାନ୍ତା। ହେଲେ ଏନେଇ କି ପୁନର୍ବିଚାର ହେଉଛି, ବିଧାୟକଙ୍କ ବର୍ଦ୍ଧିତ ଦରମାରୁ କେତେ ଖସୁଛି, ଏବେ ତାକୁ ଅପେକ୍ଷା।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ