Advertisment

Suspended Srimayee Mishra Targets: ବିଜେଡିରୁ ନିଲମ୍ବନ ପରେ ଦଳପତିଙ୍କୁ ଶ୍ରୀମୟୀଙ୍କ ନିଶାନା, ପିତୃତୁଲ୍ୟ ଭାବୁଥିଲି...ନ୍ୟାୟ ଦେଲେନି

ବିଜେଡିରୁ ନିଲମ୍ବନ ପରେ ସୁପ୍ରିମୋଙ୍କୁ ଶ୍ରୀମୟୀଙ୍କ ସିଧା ନିଶାନା । କହିଲେ, ପିତୃତୁଲ୍ୟ ଭାବୁଥିଲି ହେଲେ ନ୍ୟାୟ ଦେଲେନି । ସଦସ୍ୟତା ପ୍ରସଙ୍ଗ ଉଠାଇ ଦଳର ଆଭ୍ୟନ୍ତରୀଣ ନିର୍ବାଚନକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ ।

SRIMAYEE SUPSPEND

SRIMAYEE SUPSPEND Photograph: (OTV)

Advertisment

ଆଗରୁ ବୁଲେଇ ବଙ୍କେଇ ଉପାଖ୍ୟାନ ଦେଉଥିଲେ। ବିଜେଡି ଶୀର୍ଷ ନେତୃତ୍ୱକୁ ଚାଲେଞ୍ଜ କରୁଥିଲେ। କିନ୍ତୁ ନିଲମ୍ବନ ପରେ ସାମାଜିକ ଗଣମାଧ୍ୟମରେ ସିଧା ଦଳପତିଙ୍କୁ ଶ୍ରୀମୟୀ ମିଶ୍ରଙ୍କ ନିଶାନା। ସୋସିଆଲ୍ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି, କ୍ଷମତା ପାଇଁ ନୁହେଁ ଆତ୍ମସମ୍ମାନ ଓ ସ୍ୱାଭିମାନ ପାଇଁ ଦଳଠୁ ଦୁରେଇ ଥିଲି। ସେହିପରି ବିଜେଡିର ଆଭ୍ୟନ୍ତରୀଣ ନିର୍ବାଚନ ନିୟମାନୁମୋଦିତ ନଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ।

Advertisment

ସେ ଲେଖିଛନ୍ତି, ଯାହାଙ୍କୁ ପିତୃତୁଲ୍ୟ ଭାବୁଥିଲି ସେ କିନ୍ତୁ ନ୍ୟାୟ ଦେଲେନି। ଟିକେଟ୍ କଟିବା ଓ ଦଳରେ ଅବହେଳା ନେଇ ନବୀନଙ୍କ ସହ ଉଷା ଦେବୀଙ୍କ ଉପସ୍ଥିତିରେ ଆଲୋଚନା ବେଳେ ସବୁ ଶୁଣିବା ପରେ ନବୀନ it happens in politics ଅର୍ଥାତ ରାଜନୀତିରେ ଏପରି ହୁଏ ବୋଲି କହିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଶ୍ରୀମୟୀ। ଖାଲି ସେତିକି ନୁହେଁ ଦଳର ଆଗ ଧାଡିର ନେତ୍ରୀମାନେ ବି ସବୁ ଶୁଣି ଚୁପ୍ ରହିଥିବା ସେ ଲେଖିଛନ୍ତି।

ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ମଧ୍ୟ ଶ୍ରୀମୟୀ ଟାର୍ଗେଟ କରିଛନ୍ତି । ଗତକାଲି ନିଲମ୍ବନ ପରେ ପରେ ବିଜେଡିକୁ ଟାର୍ଗେଟ କରି ଶ୍ରୀମୟୀ ନିଜ ପୋଷ୍ଟରେ ସିରିଏଲ୍ ନମ୍ବର ଭଳି ମେମ୍ବରସିପ୍ ଡାଟା  ବିଜେଡି ଦେଇପାରିବ କି ବୋଲି ପ୍ରଶ୍ନ କରିଥିଲେ । ଏହା ଦଳ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।  ସେପଟେ ଶ୍ରୀମୟୀଙ୍କୁ ନେଇ ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛି, ଜନସଂପର୍କ ଯାତ୍ରାଠୁ ଆରମ୍ଭ କରି ରାଜଭବନ ସମ୍ମୁଖରେ ପ୍ରତିବାଦ ସଭାରେ ସେ ଉପସ୍ଥିତ ଥିଲେ। ପଦବୀ ମଧ୍ୟ ଗ୍ରହଣ କରିଛନ୍ତି।  ସଦସ୍ୟ ନଥିଲେ ଏହା କଣ ସମ୍ଭବ ? 

ଏଣେ ଶ୍ରୀମୟୀ ପ୍ରସଙ୍ଗ ନେଇ ବିଧାନସଭା ବି ସରଗରମ ହୋଇଛି। ମୁଳତବି ଆଲୋଚନାରେ ଶଙ୍ଖ ଭବନର ଗୁପ୍ତ ଭିଡିଓ କଥା ଉଠାଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ବାବୁ ସିଂ। ଶଙ୍ଖ ଭବନରେ ମହିଳାଙ୍କ ଭିଡିଓ ରେକର୍ଡ ନେଇ ସାରା ରାଜ୍ୟ ଦୋହଲୁଛି । ବିଜେଡି ଏ ସମୟରେ ମହିଳା ପ୍ରସଙ୍ଗ ଉଠାଉଛି । ଏହା ହାତୀ ମାରି କୁଲା ଘୋଡାଇବା ଭଳି ଘଟଣା । ଜଣେ ମହିଳାଙ୍କୁ ମନ୍ଥରା, ସୂର୍ପଣଖା କହି ନିଜ ଦଳର ମୁଖାକୁ ନିଜେ ଖୋଲୁଛନ୍ତି | ନଟ୍  ଆଉଟଙ୍କ ପାଖେ ସମସ୍ତେ ଆଉଟ ହୋଇଗଲେ କି ବୋଲି ପ୍ରଶ୍ନ କଲେ ବାବୁ ସିଂ। ବିଜେଡି କାଉଣ୍ଟର କରି କହିଚି ଶ୍ରୀମୟୀଙ୍କ ଭଳି ନେତ୍ରୀ ଦଳକୁ ଆସିବେ ଯିବେ।  

ଏଠି ପ୍ରଶ୍ନ ଦିନେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଉ ଥିବା ଶ୍ରୀମୟୀ ହଠାତ୍ ଦେଢ ବର୍ଷ ହେବ କାହିଁକି ଦଳ ବିରୋଧୀ ଆଭିମୁଖ୍ୟ ରଖିଲେ ? ଟିକେଟ୍ କଟିବା ଓ ମହିଳା ସଭାନେତ୍ରୀ ପଦରୁ ବାଦ ପଡ଼ିବା ପରେ ଖପ୍ପା ହେଲେ କି ?  ତେବେ ସେ ଯାହା ବି ହେଉନା କାହିଁକି ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ଶ୍ରୀମୟୀ ଙ୍କ ଉପରେ action ନେଇ ଦଳ ବିଶୃଙ୍ଖଳାକାରୀଙ୍କୁ ବାହାର କରିବା ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ଶ୍ରୀମୟୀଙ୍କୁ ସମର୍ଥନ କରିଥିବା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।

Advertisment

ବିଜେଡିର ଆକ୍ସନ, ବଢ଼ିଲା ଚର୍ଚ୍ଚା

ରାଜା ସ୍ବାଇଁ,  ଅରୁଣ ସାହୁ,  ବଦ୍ରି ପାତ୍ର ବି ଅନେକ ସମୟରେ ଦଳ ବିରୋଧୀ ବୟାନ ଦେଇ ଅଡୁଆ ସ୍ଥିତି ସୃଷ୍ଟି କରିଥିଲେ ବି ଏସବୁ ଟାଣୁଆ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୁ ଜୁଟାଇ ପାରିନି। ବିଜେଡିର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲୀପ ନାୟକ EOW  ଦ୍ବାରା ଗିରଫ୍ ହୋଇଥିଲେ ବି ତାଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ରାଜନୈତିକ ସମୀକ୍ଷକଙ୍କ ମତରେ ଦୁର୍ବଳ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ଯେଉଁ ବାର୍ତ୍ତା ଦେବାକୁ ଚାହୁଁଛି ତାହା ବୁମେରାଂ ହେବ। ଏବେ ଦେଖିବାର କଥା ଶ୍ରୀମୟୀଙ୍କ ପରେ ବିଜେଡି ଆଉ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି। 

BJD Suspended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ