ଶ୍ରୀମୟୀ Photograph: (OTV)
ବିଜେଡିରେ କେମିତି ହୁଏ ଭୋଟିଂ? ଦଳର ସଭାପତିଙ୍କୁ କେମିତି ବାଛନ୍ତି ବିଜେଡି ନେତା? ଆଜି ଏସବୁକୁ ନେଇ ପ୍ରଶ୍ନ ଉଠାଇବା ସହ ଗୁମର ଖୋଲିଛନ୍ତି ବିଜେଡିରୁ ସଦ୍ୟତମ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଗଣତାନ୍ତ୍ରିକ ଦେଶରେ ଭୋଟର କାର୍ଡରେ ଏପିକ୍ ନମ୍ବର ଥାଏ। କିନ୍ତୁ ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ସଦସ୍ୟଙ୍କ ଅନନ୍ୟ ନମ୍ବର ରହିବା ଉଚିତ୍।
ଯଦି, ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ ତାହେଲେ ଏହାର ଅର୍ଥ ଦଳ ଦ୍ବାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଏହା ଗଣତନ୍ତ୍ରର ଅପମାନ ବୋଲି ସେ ଲେଖିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ବି ନିଶାନା କରିଛନ୍ତି ଶ୍ରୀମୟୀ। ଭଣ୍ଡ ସନ୍ନ୍ୟାସୀ, ଧୃତାରଷ୍ଟ୍ର ଉପାଖ୍ୟାନ ଭଳି ବିଜେଡିକୁ ଶ୍ରୀମୟୀଙ୍କ ନିଶାନା ପରେ ଅକଳରେ ପଡ଼ିଥିଲା ବିଜେଡି। ଏହାପରେ ତାଙ୍କୁ ନିଲମ୍ବିତ କରିଥିଲା। ହେଲେ ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନି କି କରିବିନି ବୋଲି ଗତକାଲି ଲେଖିବା ପରେ ଆଜି ପୁଣି ଥରେ ପାର୍ଟିର ନିର୍ବାଚନ ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/24/srimai-n-2025-09-24-12-29-56.jpg)