Shreemayee Mishra Photograph: (OTV)
ଦୁର୍ଗା ଅଷ୍ଟମୀରେ ସିଧା ଆଟାକ୍ । ମଣ୍ଡପରୁ ନାଁ ନନେଇ ଶୁଣାଇଲେ ଭୈରବ କାହାଣୀ । ଶ୍ରୀମୟୀ ଖୋଲିବେ କି ବିଜେଡିର ସବୁ ଗୁମର ? ଦଳରେ ପାଣ୍ଡିଆନଙ୍କ କାରନାମାକୁ ଗୋଟି ଗୋଟି କହିବେ ? କେମିତି ଭୈରବଙ୍କ ଶୀର ଛେଦନ ହେଲା ? କେମିତି ଅନ୍ୟାୟର ମୁଣ୍ଡ କାଟି ନ୍ୟାୟ ରାଜୁତି କଲା ? ଆଉ ଅଧର୍ମର ଶକ୍ତି କିପରି ନାଶ ହେଲା ସେସବୁର ଗୋଟିଗୋଟି କଥା ମା’ଙ୍କ ମଣ୍ଡପରୁ ବଖାଣି ପୁଣି ବିଜେଡିକୁ ବିରାଟ ବାଣ ମାରିଛନ୍ତି ଶ୍ରୀମୟୀ । ସାଧାସଳଖ ବିଜେଡିକୁ ଟାର୍ଗେଟ ନକରିଥିଲେ ମଧ୍ୟ, ପାଣ୍ଡିଆନଙ୍କ ନାଁ ନନେଇ ଶ୍ରୀମୟୀ କହିଛନ୍ତି ମୁଁ ଏବେ ମା’ଙ୍କ ଦଳରେ ଅଛି । ଯାହା କଥା ହେବା ଆଗକୁ ସବୁ ନ୍ୟୁଜ୍ ଷ୍ଟୁଡିଓରେ କହିବି ।
ସୋସିଆଲ ମିଡିଆରେ ସେ ନୀରବତାର ଝଡ଼କୁ ଶ୍ରୀମୟୀ ବୋଧହୁଏ ଶେଷ କରିସାରିଛନ୍ତି । ଏବେ ଯାହା କହିବେ ସିଧା କହିବେ । ମା’ ଦୁର୍ଗାଙ୍କ ପୂଜାରେ, ମା’ଙ୍କ ମଣ୍ଡପରେ ରାଜନୀତିକୁ ନେଇ ଓ ବିଜେଡିକୁ ନେଇ ସଂପୂର୍ଣ୍ଣ ଭାବେ ମୁହଁ ଖୋଲି ନଥିବା ଶ୍ରୀମୟୀ ଆଗକୁ ଯେମିତି ବିଜେଡିରେ ବାତ୍ୟା କରାଇବାକୁ ସଙ୍କେତ ଦେଇଛନ୍ତି । ଷ୍ଟୁଡିଓରେ ବସି ଏ ସମ୍ପର୍କରେ ସବୁ କହିବା ନେଇ ଇସାରା ଦେଇଛନ୍ତି ଫଳରେ ବିଜେଡିରେ ଯେମିତି ପୁଣି ଆରମ୍ଭ ହୋଇଛି କମ୍ପନ । ସେପଟେ ଏ ସମ୍ପର୍କରେ ବିଜେଡି ବି ପ୍ରତିକ୍ରିୟା ରଖିଛି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ବୟାନ ବାଜି ଯେଉଁମାନେ ଦେଉଛନ୍ତି ସେମାନେ ସ୍ପଷ୍ଟୀକରଣ ଦିଅନ୍ତୁ ।
ଗତ ବର୍ଷେ ଧରି ଚୁପ୍ ଥିଲେ, ଏବେ ମୁହଁ ଖୋଲିଲେ । ଦଳରୁ ବିଦା ପରେ ପୁଣି ଆକ୍ଟିଭ୍ ଶ୍ରୀମୟୀ ମିଶ୍ର । ମା’ଙ୍କ ମଣ୍ଡପରୁ ଏ ବାଣ ମାରିବା ପରେ ଆଗକୁ ପୁଣି ଶ୍ରୀମୟୀ କ’ଣ ବିସ୍ଫୋରଣ କରିବାକୁ ଯାଉଛନ୍ତି ତା’ ଉପରେ ସାଧାରଣ ଜନତାଙ୍କ ନଜର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/02/shreemayee-mishra-2025-10-02-10-01-58.jpg)