Advertisment

Shreemayee Mishra: ପୁଣି ବିଜେଡିକୁ ନିଶାନା କଲେ ଶ୍ରୀମୟୀ ମିଶ୍ର, ‘ଅନାମ ବାବୁ’ କହି ଟାର୍ଗେଟ୍ କଲେ

ନିଲମ୍ବିତ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଫେସବୁକ୍ ରେ ‘ଅନାମ ବାବୁ’ କହି ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ‘ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ଫେରିଲାନି’ ବୋଲି କହିଛନ୍ତି।

Shreemayee Mishra

Shreemayee Mishra Photograph: (OTV)

Advertisment

ପୁଣି ଶ୍ରୀମୟୀ ମିଶ୍ର, ପୁଣି ନିଶାନା। କିଛି ଦିନ ଧରି ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ଏବେ ନୂଆ ଢଙ୍ଗରେ ପୁଣି କରିଛନ୍ତି ଟାର୍ଗେଟ। ‘କହିଁପେ ନିଘାହେଁ, କହିଁପେ ନିଶାନା’ ଉପାୟରେ ବେଶ୍ ରୋଚକ ଭାବେ ଫେସବୁକରେ ପୋଷ୍ଟ କରିଛନ୍ତି। ଯେଉଁଠି ‘ଅନାମ ବାବୁ’ ଙ୍କ କାହାଣୀ ଲେଖିଛନ୍ତି ସେ। 
ଫେସବୁକ୍ ରେ ଶ୍ରୀମୟୀ ଲେଖିଛନ୍ତି କି, ଅନାମ ବାବୁ ଜଣେ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁ ମନ୍ଦିର ପାଖରେ ତାଙ୍କ ସୁନ୍ଦର ନିବାସ ଥିଲା। ଝିଅ ବିବାହ ପରେ ଜ୍ବାଇଁ ନିଜ ଘରକୁ ଫେରିନଥିଲା। ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ନଯାଇ ଶ୍ବଶୁର ଘରେ ରହିଲା। ଘର ଜ୍ବାଇଁ ହୋଇ ଶ୍ବଶୁରର ସମ୍ପତ୍ତି ଓ କାର୍ଯ୍ୟକୁ ନିୟନ୍ତ୍ରଣକୁ ନେଲା। ପରେ ପରେ ଅନାମ ବାବୁ ଜ୍ବାଇଁଙ୍କୁ ଦାୟିତ୍ବ ହସ୍ତାନ୍ତର କରି ତୀର୍ଥକୁ ପଳାଇଲେ। ଶ୍ବଶୁର ଘରେ ଜ୍ବାଇଁ ରହି ଅନାମ ବାବୁଙ୍କ ଇଜ୍ଜତ ଓ ସମ୍ମାନ ଧୂଳିସାତ କରିଦେଲେ। ହେଲେ ଶ୍ରୀମୟୀଙ୍କ ଏଇ ଲେଖାରେ ‘ଅନାମ ବାବୁ’ କିଏ? ଅନାମ ବାବୁଙ୍କ ଜ୍ବାଇଁ ଓ ଝିଅ କିଏ? କାହାକୁ ନିଶାନା କରି ସେ ଏଭଳି ଲେଖିଛନ୍ତି।

Advertisment

ଅଧିକ ଦେଖନ୍ତୁ:

Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ