Advertisment

Shreemayee Mishra Criticizes: ମାହାଙ୍ଗା ମାଟିରେ ପ୍ରତାପ ଜେନାଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ୍ , ରକ୍ତ ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ

ମାହାଙ୍ଗା ମାଟିରେ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କଲେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ପୁଣି ରକ୍ତ ରାଜନୀତିକୁ ନେଇ କଲେ କଡା ସମାଲୋଚନା। ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ପକ୍ଷ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମୟୀ କହିଛନ୍ତି

Shreemayee Mishra

Shreemayee Mishra Photograph: (OTV)

Advertisment

ମାହାଙ୍ଗା ମାଟିରେ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କଲେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ପୁଣି ରକ୍ତ ରାଜନୀତିକୁ ନେଇ କଲେ କଡା ସମାଲୋଚନା। ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ପକ୍ଷ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମୟୀ କହିଛନ୍ତି, ଯିଏ ମାଟିର ମହାପୁରୁଷ, କବି ଲେଖକମାନଙ୍କୁ ସମ୍ମାନ ଦେଇ ଜାଣିନାହାନ୍ତି ତାଙ୍କୁ ମାହାଙ୍ଗାବାସୀ ଜବାବ ଦେଇ ସାରିଛନ୍ତି । ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତକୁ ଦୁଇ ମାସ ବିତିନି। ତାଙ୍କ ପରିବାରର ମାନସିକ ସ୍ଥିତି ଠିକ ନଥିବାବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ପୁଅ ତାଙ୍କ ରକ୍ତର ନୁହନ୍ତି କହି ରାଜନୀତି କରିବା ନିନ୍ଦନୀୟ । ଶ୍ରୀମୟୀ ଆହୁରି କହିଛନ୍ତି, ଯେଉଁମାନେ କେବଳ ଭକ୍ତିଭାବ ଦେଖେଇବା ପାଇଁ ଜୟ ଜଗନ୍ନାଥ କୁହନ୍ତି ସେମାନେ ମାଟି କାମୁଡ଼ି ପଡ଼ନ୍ତି । ତେବେ ଶ୍ରୀମୟୀରଙ୍କ ସମାଲୋଚନା ପ୍ରସଙ୍ଗରେ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ... 

Advertisment

ସେପଟେ ସସମ୍ମାନେ ଦଳକୁ ପ୍ରତାପଙ୍କୁ ନିମନ୍ତ୍ରଣ କଲେ ଜୟନାରାୟଣ । ବିଜେପିରେ ସାମିଲ୍ ହେବେ କି ବିଜେଡି ଉପସଭାପତି ପ୍ରତାପ ଜେନା ? ଶନିବାର ପ୍ରତାପ ଜେନା ଜୟ ଢୋଲକିଆଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ସାବତ ପୁଅ ବୋଲି ପ୍ରଶ୍ନ କରି ଟିପ୍ପଣୀ ଦେଇଥିଲେ । ଆଉ ଏହାର ଜବାବ ରଖି ବିଜେପି ବିଧାୟକ ଜୟ ନାରାୟଣ କହିଛନ୍ତି, ବିଜେଡିର ଏବେ ସତ୍ତା ନାହିଁ । ନିଜେ ପ୍ରତାପ ଜେନା କେଉଁ ଦିନ ବିଜେପିକୁ ଆସିବେ ତାକୁ ଅପେକ୍ଷା କରନ୍ତୁ । ଡେଟ୍ ବି କହିଦିଅନ୍ତୁ । ଯେଉଁ ଦଳର ସତ୍ତା ନାହିଁ ସେ ବିଜେପିକୁ କ’ଣ କହିବେ ବୋଲି ପ୍ରତାପଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ଜୟ ନାରାୟଣ । 

ମାହାଙ୍ଗା ମାଟିରେ ପ୍ରତାପ ଜେନାଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ୍
`ରକ୍ତ' ରାଜନୀତିକୁ ଶ୍ରୀମୟୀଙ୍କ କଡ଼ା ସମାଲୋଚନା
ମହାଙ୍ଗାବାସୀ ଜବାବ ଦେଇସାରିଛନ୍ତି କହିଲେ ଶ୍ରୀମୟୀ
ରକ୍ତ ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ: ଶ୍ରୀମୟୀ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ