Advertisment

Shreemayee Mishra: ଶଙ୍ଖ ଭବନର କୁରୁସଭା କାହାଣୀ କହିଲେ ଶ୍ରୀମୟୀ

ଶଙ୍ଖ ଭବନର କୁରୁସଭା କାହାଣୀ । ପୁରୁଷ ନୁହେଁ ସମସ୍ତେ ଥିଲେ ଶ୍ରୀଖଣ୍ଡି ! ଅନ୍ଧ ହୋଇ ଧୃତରାଷ୍ଟ୍ର ସାଜିଥିଲେ ନବୀନ । ପାଞ୍ଚାଳୀ ଶ୍ରୀମୟୀଙ୍କ ପ୍ରତି ହେଇଥିଲା ଅପଶବ୍ଦ ବ୍ୟବହାର ।

Shreemayee-Mishra-on-BJD-Leader

Shreemayee-Mishra-on-BJD-Leader Photograph: (OTV)

Advertisment

ଶଙ୍ଖ ଭବନର ଏ କୁରୁସଭା କାହାଣୀ । ପୁରୁଷ ନୁହେଁ ସମସ୍ତେ ଥିଲେ ଶ୍ରୀଖଣ୍ଡି ! ଅନ୍ଧ ହୋଇ ଧୃତରାଷ୍ଟ୍ର ସାଜିଥିଲେ ନବୀନ । ପାଞ୍ଚାଳୀ ଶ୍ରୀମୟୀଙ୍କ ପ୍ରତି ହେଇଥିଲା ଅପଶବ୍ଦ ବ୍ୟବହାର । ସଭାରେ କେହି ନଥିଲେ ଶ୍ରୀକୃଷ୍ଣ, ନିଜେ ଦ୍ରୌପଦୀ ରଖିଥିଲେ ନିଜ ସମ୍ମାନ । ସେଦିନ ଜଣେ ଆଗଧାଡ଼ିର ନାରୀନେତ୍ରୀଙ୍କ ପ୍ରତି ଶଙ୍ଖ ଭବନରେ ଅନ୍ୟାୟ ହେଉଥିଲା । ଆଉ ସମସ୍ତେ ଜଣେ ଜଣେ ମୁକସାଖୀ ହୋଇଥିଲେ । ଏ କଥା ଆଜିର ନୁହେଁ, ଗୋଟିଏ ବର୍ଷର ତଳର । ଏକଥା ନିଜେ ଶ୍ରୀମୟୀ ତାଙ୍କ ମୁହଁରେ କହିଛନ୍ତି। 
ଖୁଲମଖୁଲା ଓଟିଭିର ଖୋଲାକଥାରେ ଶ୍ରୀମୟୀଙ୍କ କହିବା କଥା ବୈଠକରେ ବେଗୁନିଆ-ବୋଲଗଡ଼ ବିଧାୟକ ତାଙ୍କ ପ୍ରତି ଖରାପ ଏବଂ ଅପଶବ୍ଦ ବ୍ୟବହାର କରିଥିଲେ । ସେତେବେଳେ ଦେବୀ ମିଶ୍ର, ରାଜେନ୍ଦ୍ର ସାହୁ ଓ ବିଭୂତି ବଳବନ୍ତରାୟଙ୍କ ଭଳି ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । କିନ୍ତୁ ସମସ୍ତଙ୍କ ପାଟି ଚୁପ୍ ଥିଲା। ତେଣୁ ଆତ୍ମସୁରକ୍ଷା ପାଇଁ ସେ ବିଧାୟକଙ୍କ କଲର୍ ଧରିଥିଲେ ବୋଲି ଶ୍ରୀମୟୀ କହିଛନ୍ତି। ହେଲେ ଏ ପ୍ରସଙ୍ଗରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, କେବଳ ଗଣମାଧ୍ୟମରେ ମାଇଲେଜ ନେବାକୁ ଶ୍ରୀମୟୀ ଏମିତି କହୁଛନ୍ତି । କିନ୍ତୁ ଏ ପ୍ରସଙ୍ଗରେ ବିଜେଡିର ଉପସଭାପତି ଦେବୀ ମିଶ୍ର କହିଛନ୍ତି- ଏବେ କିଛି କହିବିନି ।
କେବଳ ଏତିକି ନୁହେଁ, ୨୦୨୪ ନିର୍ବାଚନରେ ଲୋକସଭାରେ କାହିଁକି ଶୂନ ହୋଇଗଲା ବିଜେଡି ? ୨୪ ବର୍ଷର ରାଜା କେମିତି ଗାଦି ହରାଇଲେ ? ଏହା ପଛରେ ବଡ଼ ଷଡଯନ୍ତ୍ର ଥିଓରୀକୁ ଶ୍ରୀମୟୀ ସାମ୍ନାକୁ ଆଣିଛନ୍ତି । ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଦିଲ୍ଲୀରୁ ଏମିତି ସାନଦାର ରିପୋର୍ଟ ନେଇ ଫେରିଲେ ଯେ’ ନିର୍ବାଚନରେ ବିଜେଡି ୨୧ରୁ ଗୋଟିଏ ବି ଜିତିପାରିଲା ନାହିଁ ବୋଲି କହି ବାଣ ମାରିଛନ୍ତି । 
ତେବେ ଶ୍ରୀମୟୀଙ୍କ ଏପରି ଖୁଲାସା ଏବେ ବିଜେଡିରେ କମ୍ପନ ସୃଷ୍ଟି କରିଛି । ଆଗକୁ ଶ୍ରୀମୟୀଙ୍କୁ ନେଇ ଦଳ ଆଉ କ’ଣ ପ୍ରତିକ୍ରିୟା ରଖୁଛନ୍ତି ତା’ ଉପରେ ସମସ୍ତଙ୍କର ନଜର ରହିଛି।

Advertisment

shreemayee mishra otv khola katha

ଅଧିକ ଦେଖନ୍ତୁ:

shreemayee mishra otv khola katha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ