Murder Sparks Political Slugfest Photograph: (OTV)
କଟକ ନୁଆପଡା ପ୍ରେସ କଲୋନୀରେ ସୌମ୍ୟରଂଜନ ଓରଫ ରିଙ୍କୁ ଜେନା ହତ୍ୟାକାଣ୍ଡକୁ ନେଇ ଆରୋପ ପ୍ରତ୍ୟାରୋପ। ମୁହାଁମୁହିଁ ପୂର୍ବତନ ବିଜେଡି ବିଧାୟକ ଚନ୍ଦ୍ର ସାରଥି ବେହେରା ଏବଂ ବିଜେପି କଟକ ସଦର ବିଧାୟକ ପ୍ରକାଶ ସେଠୀ। ରିଙ୍କୁ ହତ୍ୟାକାଣ୍ଡ ଘଟଣା ପାଇଁ ପରୋକ୍ଷରେ ବିଧାୟକ ପ୍ରକାଶ ସେଠୀଙ୍କୁ ଇଙ୍ଗିତ କରିଛନ୍ତି ଚନ୍ଦ୍ର ସାରଥି।
ସେ କହିଛନ୍ତି ସ୍ଥାନୀୟ ବିଧାୟକ ଅପରାଧୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଦିନ ଦ୍ବିପହରରେ ଅପରାଧୀ ବନ୍ଧୁକ ଧରି ବୁଲୁଛନ୍ତି ଏବଂ ହତ୍ୟା କରୁଛନ୍ତି। ପୋଲିସ ଉପରେ ଅପରାଧୀଙ୍କ ଭୟ ନାହିଁ। ସେପଟେ ଚନ୍ଦ୍ର ସାରଥିଙ୍କୁ କଡା କାଉଣ୍ଟର କରିଛନ୍ତି ବିଧାୟକ ପ୍ରକାଶ ସେଠୀ।
ପ୍ରକାଶ କହିଛନ୍ତି ଚନ୍ଦ୍ର ସାରଥି ନିର୍ବାଚନ ହାରିବା ପରେ ପ୍ରହେଳିକା କରୁଛନ୍ତି। ଚନ୍ଦ୍ର ସାରଥି ବର୍ଷ ବର୍ଷ ଧରି ଅପରାଧୀଙ୍କୁ ହାତବାରିସୀ କରି ନିଜ କାମ କରାଉଥିଲେ। ରିଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ତାଙ୍କର ଖାସ ସହଯୋଗୀ। ଏମିତିକି ଚନ୍ଦ୍ର ସାରଥିଙ୍କ ସହ ଅଭିଯୁକ୍ତଙ୍କ ଫଟୋ ଦେଖାଇଛନ୍ତି।
ପୂର୍ବରୁ ବିଜେଡି ରାଲିରେ ଅଭିଯୁକ୍ତମାନେ ଯାଇଥିଲେ। ଘଟଣା ପଦାକୁ ଆସିବା ପରେ ଏଭଳି ମିଥ୍ୟା ଆରୋପ କରୁଛନ୍ତି ପୂର୍ବତନ ବିଧାୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/21/murder-sparks-political-slugfest-2026-02-21-10-38-16.jpg)