shreemayee-mishra Photograph: (OTV)
ବିଜେଡିରେ ତେଜିବାରେ ଲାଗିଛି ବିଦ୍ରୋହ। ନୂଆପଡ଼ାରେ ଶୋଚନୀୟ ପରାଜୟ ପରେ ସୋସିଆଲ ମିଡିଆରେ ଜଣଙ୍କ ପରେ ଜଣେ ନେତ୍ରୀ ଓ କର୍ମୀ ବିଷୋଦଗାର କରୁଛନ୍ତି। ବିଜେଡି ନେତ୍ରୀ ଏଲିନା ଦାସ ଓ ମୀରା ପରିଡ଼ା ବି ଉଠାଇଲେଣି ପ୍ରଶ୍ନ। ଆଉ ଏହାକୁ ନେଇ ବିଜେଡିକୁ ପୁଣି ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର।
ନୂଆପଡ଼ାରେ ଶୋଚନୀୟ ପରାଜୟ ପରେ ସୋସିଆଲ ମିଡିଆରେ ବିଜେଡି କର୍ମୀଙ୍କ ବିଷୋଦଗାର ପୋଷ୍ଟକୁ ଅପଲୋଡ୍ କରି ଶ୍ରୀମୟୀ ଲେଖିଛନ୍ତି, ବିଜେଡିରେ ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଲାଣି ବିପ୍ଳବର ବହ୍ନି। ଏବେ କେତେ ଆଉ କାହାକୁ ନିଲମ୍ବନ କରିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ। ସେହିଭଳି ପଳାସପଲ୍ଲୀ ଘର ଓ ଆମେରିକା ଗସ୍ତ କଥା ଉଠାଇ ପାଣ୍ଡିଆନଙ୍କୁ ପରୋକ୍ଷରେ ଶ୍ରୀମୟୀ ବାଣ ମାରିଛନ୍ତି। ଲେଖିଛନ୍ତି, ନିର୍ବାଚନ ହାରିବା ପରେ Team Virus ନେତା ଶଙ୍ଖ ଭବନ ମାଡ଼ୁନାହାନ୍ତି କି ସମୀକ୍ଷା ବି କରୁନାହାନ୍ତି। କେମିତି ଆତ୍ମରକ୍ଷା କରିବେ ସେନେଇ ବାଟ ଖୋଜୁଛନ୍ତି। ଭଣ୍ଡଙ୍କ ପାଇଁ ଓକିଲାତିର ଫନ୍ଦିଫିକର ବି କରାଯାଉଛି।
ସେପଟେ ଏଲିନା ଲେଖିଛନ୍ତି, ଧାମନଗର ଉପ ନିର୍ବାଚନରୁ ବିଜେଡିର ପତନ ଆରମ୍ଭ ହୋଇଥିଲା। ହେଲେ କେହି ମାନସ ମନ୍ଥନ କଲେନି। ଯାହାର ଫଳ ହେଉଛି ନୂଆପଡ଼ା। ସବୁରି ମୂଳରେ କ୍ରୀତଦାସ ଥିବା କହି କଡ଼ା ଟାର୍ଗେଟ୍ କରିଛନ୍ତି ଏଲିନା। କୁଚକ୍ରୀ କୋଟେରୀ ଗ୍ରୁପ୍ ଭିତରୁ ଦଳକୁ ଉଦ୍ଧାର ପାଇଁ ସେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଅନ୍ୟପଟେ ମୀରା ପରିଡ଼ା ମଧ୍ୟ ଆତ୍ମଘୋଷିତ ଗର୍ବୀ, ଅହଙ୍କାରୀ ନେତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ... ତେବେ ଏହି ତମାମ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/shreemayee-mishra-2025-11-15-21-47-35.jpg)