Advertisment

BJP: ଦମ୍ ଦେଖାଇବ ବିଜେପି', ଆଜି ନାମାଙ୍କନ ଭରିବେନି ଜୟ

ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡ଼ାରେ ବଡ଼ ସୋ' କରିବ ବିଜେପି। ଗୋତମା ଏୟାର ଷ୍ଟ୍ରିପ ଠାରେ ବିଶାଳ ଜନସଭା ଅନୁଷ୍ଠିତ ହେବ। ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Jay Dholakia

Jay Dholakia Photograph: (OTV)

Advertisment

ନୂଆପଡ଼ା ମୈଦାନରେ ୩ ଦଳର ଯୋଦ୍ଧା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡ଼ାରେ ବଡ଼ ସୋ' କରିବ ବିଜେପି । ଗୋତମା ଏୟାର ଷ୍ଟ୍ରିପ ଠାରେ ଏହି ଜନସଭା ଅନୁଷ୍ଠିତ ହେବ । 
ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ପ୍ରଭାରୀ ଲତା ଉସେଣ୍ଡି, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକ ଓ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ । ସକାଳ ସାଢ଼େ ୧୦ଟାରେ ଗୋତମା ପଡ଼ିଆରେ ବଡ଼ ସଭା ହେବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । 
ଅନ୍ୟପଟେ ଆଜି ନୁହେଁ ଆସନ୍ତା ୧୮ରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆଜି କିଛି କାରଣ ବସତଃ ନାମାଙ୍କନ ନ କରି ଆସନ୍ତା ୧୮ରେ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।
•    ନୂଆପଡ଼ାରେ ବିଜେପିର ବଡ଼ ସୋ'
•    ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡ଼ାରେ ବଡ଼ ସୋ' କରିବ ବିଜେପି
•    ଗୋତମା ଏୟାର ଷ୍ଟ୍ରିପ ଠାରେ ବିଶାଳ ଜନସଭା ଅନୁଷ୍ଠିତ ହେବ
•    ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
•    ଯୋଗଦେବେ ମନମୋହନ, କନକ ବର୍ଦ୍ଧନ, ତୋମାର
•    ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ
•    ଆସନ୍ତା ୧୮ରେ ନାମାଙ୍କନ କରିବେ ଜୟ ଢୋଲକିଆ
•    ୧୮ରେ ନାମାଙ୍କନ କରିବେ ବୋଲି ନିଜ ସ୍ପଷ୍ଟ କଲେ ଜୟ

Advertisment
BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ