Jajpur-Dharmasala-BJD-BJP-Tension Photograph: (OTV)
ନାଁକୁ ଧର୍ମଶାଳା, ଉଡୁଛି ଅଧର୍ମ ଝଣ୍ଡା ! ଜନସେବା କମ୍, ଗୁଣ୍ଡାଗର୍ଦ୍ଦି ବେଶି ! ବର୍ଷେ ପୂରିନି ପୁଣି ଯାଜପୁରରେ ହାତାହାତି ନେତା ! ନିର୍ବାଚିତ ହୋଇ ଏମାନେ ବିଧାୟକ ହୋଇଛନ୍ତି । ଜଣେ ପୂର୍ବତନ ଆଉ ଜଣେ ବର୍ତ୍ତମାନ । ଜନସେବକ କୁହାଯାଉଥିବା ଏ ନେତା ଜନତାଙ୍କ ଦେହରୁ ରକ୍ତ ଝରାଇବାକୁ ପଛାଉନାହାନ୍ତି । ପୂର୍ବରୁ ଶାନ୍ତ ଥିବା ଯାଜପୁର ସହର ୨୦୨୪ ନିର୍ବାଚନ ପୂର୍ବରୁ ହିଁ ଅଶାନ୍ତ ହୋଇଛି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଏବେର ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ମଧ୍ୟରେ ବାରମ୍ବାର ମାରପିଟ୍ ହେଉଛି ।
ନଭେମ୍ବର ୨୦୨୪ରେ ଯାଜପୁରରେ ଲିକୁଙ୍କ ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା । ବିଜେଡି ନେତା ବବି ଦାସ ଓ ପ୍ରଣବ ବଳବନ୍ତରାୟ ଏହି ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ ଲିକୁ । ଆଉ ଏବେ ପୁଣି ଲିକୁଙ୍କ ସମର୍ଥକ ପ୍ରଣବଙ୍କ ସମର୍ଥକଙ୍କୁ ମାଡ଼ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।
ରବିବାର ପ୍ରଣବଙ୍କ ଫାର୍ମ ହାଉସରେ ବିଜେଡି ସୋସିଆଲ ମିଡିଆ ଟିମର ସାଙ୍ଗଠନିକ ବୈଠକ ବସିଥିଲା । ସେହି ସମୟରେ କିଛି ଯୁବକ ହଠାତ ସେଠାରେ ପହଞ୍ଚି ଗାଳିଗୁଲଜ କରିବା ସହିତ ମାରପିଟ୍ କରିଥିଲେ । ଫଳରେ ଉପସ୍ଥିତ ବହୁ ନେତା ଓ କର୍ମୀ ଆହତ ହୋଇଥିଲେ । କିଛି କର୍ମୀ ଧର୍ମଶାଳା ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଆଉ କିଛି ଜଣଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଏହି ଘଟଣାକୁ ନେଇ ହୁଲୁସ୍ତୁଲୁ ହେଉଛି ରାଜ୍ୟ ରାଜନୀତି । ଯାଜପୁରର ଜେନାପୁରରୁ ଭୁବନେଶ୍ବର ଯାଏଁ ପଲିଟିକ୍ସ ତେଜିଛି । ଭୁବନେଶ୍ବରରେ ବିଜେଡି ନେତା ଓ କର୍ମୀ, ଯାଜପୁର ଜେନାପୁରରେ ବିଜେପି କର୍ମୀ ଧାରଣାରେ ବସିଛନ୍ତି ।
ବାରମ୍ବାର ଧର୍ମଶାଳାରେ ପ୍ରଣବ-ହିମାଂଶୁ ରାଜନୈତିକ ଶତ୍ରୁତା ବଢ଼ୁଛି । ଲିକୁ ସାହୁଙ୍କୁ ଗିରଫ ଦାବିରେ ଭୁବନେଶ୍ବରରେ ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ରାତି ସାରା ଧାରଣାରେ ବସିଛନ୍ତି ବିଜେଡି ନେତା । ସେହିପରି ବିଧାୟକ ଲିକୁ ସାହୁଙ୍କ ଶତାଧିକ ସମର୍ଥକ ଜେନାପୁର ଥାନା ଘେରାଉ କରି ରାତିସାରା ବସି ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/15/jajpur-dharmasala-bjd-bjp-tension-2025-12-15-17-11-18.jpg)