Advertisment

Kangana, Mahua, Supriya Dance Together: ମଞ୍ଚରେ ଏକାଠି ନାଚିଲେ ଶାସକ ଓ ବିରୋଧୀ; କଙ୍ଗନା, ମହୁଆଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ଏକାଠି ନାଚିଲେ ସାଂସଦ କମ୍ପିଗଲା ମଞ୍ଚ। ମଞ୍ଚରେ ଠୁମକା ଲଗାଇଲେ ଶାସକ ଓ ବିରୋଧୀ। କଙ୍ଗନା ରାଣାୱତ୍ ଓ ମହୁଆ ମୋଇତ୍ରାଙ୍କ ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ୍।

Kangana Mohua Dance

Kangana Mohua Dance Photograph: (OTV)

Advertisment

ସଂସଦରେ ଝଗଡ଼ା, ହେଲେ ବାହାରେ କୋଳା କୋଳି। ଗୋଟିଏ ମଞ୍ଚରେ ଏକାଠି ନାଚିଲେ ବିଜେପି ସାଂସଦ କଙ୍ଗନା ରାଣାୱତ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ଏନସିପି ସାଂସଦ ସୁପ୍ରିୟା ସୁଲେ। ରାଜନୀତିରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଥିବା ଏହି ସାଂସଦ ମାନଙ୍କୁ ଶିଳ୍ପପତି  ତଥା ସାଂସଦ ନବୀନ ଜିନ୍ଦଲଙ୍କ ଝିଅଙ୍କ ବିବାହରେ ଏକାଠି ନାଚୁଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।

Advertisment

ଭିଡ଼ିଓରେ ଦେଖିବାକୁ ମିଳୁଛି, ନବୀନଙ୍କ ଝିଅଙ୍କ ବିବାହରେ ମଞ୍ଚ ଉପରେ ଏହି ତିନି ସାଂସଦ ଏକାଠି ହୋଇଛନ୍ତି। କଙ୍ଗନା ରାଣାୱତ, ମହୁଆ ମୋଇତ୍ରା ଏବଂ ସୁପ୍ରିୟା ସୁଲେ ତିନିଜଣ ବଲିଉଡର ଓମ୍ ଶାନ୍ତି ଓମ୍ ଗୀତରେ ନାଚୁଛନ୍ତି। ଏହି ଭିଡ଼ିଓରେ ନବୀନ ଜିନ୍ଦଲ ମଧ୍ୟ ମଝିରେ ନାଚୁଥିବାର ଦେଖାଯାଉଛି। 

ତେବେ ଏହାର କିଛିଦିନ ପୂର୍ବରୁ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ନୃତ୍ୟ ଅଭ୍ୟାସର ଫଟୋ ସେୟାର କରିଥିଲେ। ଏଥିରେ ନବୀନ ଜିନ୍ଦଲ, ମହୁଆ ମୋଇତ୍ରା ଏବଂ ସୁପ୍ରିୟା ସୁଲେଙ୍କ ସହ ନୃତ୍ୟ ଅଭ୍ୟାସ କରୁଥିବାର ଦେଖାଯାଇଥିଲା। କଙ୍ଗନା ପୋଷ୍ଟର କ୍ୟାପସନରେ ଲେଖିଥିଲେ, "ସାଥି ସାଂସଦଙ୍କ ସହିତ ଏକ ଫିଲ୍ମି ମୁହୂର୍ତ୍ତ।”

Advertisment

ଏହା ପ୍ରଥମ ଥର ଯେତେବେଳେ ଏହି ତିନି ରାଜନେତାଙ୍କୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏହିପରି ଭାବରେ ନାଚିବାର ଦେଖାଯାଇଛି। ଏହି ନୃତ୍ୟ ପ୍ରଦର୍ଶନ ସୋସିଆଲ ମିଡିଆରେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି। ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ଏହି ରାଜନେତାମାନଙ୍କୁ, ଯେଉଁମାନେ ପ୍ରାୟତଃ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ, କିନ୍ତୁ ବିବାହ ଭଳି ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଏକାଠି ନୃତ୍ୟ କରିଥିଲେ ।

Supriya Sule Kangana Ranawat Mahua Moitra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ