Advertisment

BJP’s Query on Snehangini: ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁ ଘର କେଉଁଠି ? ବିଜେପି ବିଧାୟକ ନିହାର ମହାନନ୍ଦଙ୍କ ପ୍ରଶ୍ନ ପରେ ରାଜନୀତି ଜୋର୍

ପୁଣି ନୂଆପଡାକୁ ସ୍ନେହାଙ୍ଗିନୀ ନିଜ ମାମୁ ଘର କହୁଥିବାବେଳେ ତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ନିହାର। ତାଙ୍କର ଅଭିଯୋଗ, ଭୋଟରଙ୍କୁ ଭ୍ରମିତ କରିବା ପାଇଁ ସ୍ନେହାଙ୍ଗିନୀ ପଦମପୁରକୁ ମା ଘର ଓ ନୂଆପଡା କୋମନାକୁ ମାମୁ ଘର କହୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା।

CONTROVERSY

CONTROVERSY Photograph: (OTV)

Advertisment

ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁ ଘର କେଉଁଠି। ଏହାକୁ ନେଇ ବିଜେପି ବିଧାୟକ ନିହାର ମହାନନ୍ଦ ପ୍ରଶ୍ନ ଉଠାଇବା ପରେ ତେଜିଛି ରାଜନୀତି। ସେହିପରି ବ୍ଲକ ଅଧ୍ୟକ୍ଷା ନିର୍ବାଚନ ବେଳେ ସ୍ନେହାଙ୍ଗିନୀ ମିଥ୍ୟା ସତ୍ୟପାଠ ଦେଇଥିଲେ ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନିହାର । ସେପଟେ ସ୍ନେହାଙ୍ଗିନୀଙ୍କ କହିବା କଥା ମୋର ସବୁ ତଥ୍ୟ ପବ୍ଲିକ୍ ଡୋମେନରେ ଅଛି । ଏଣେ ଉପନିର୍ବାଚନକୁ ନେଇ ତେଜୁଛି ବୟାନବାଜି।...

Advertisment

ନୂଆପଡା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ (Snehangini Chhuria)ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ବିଜେପି (BJP) ବିଧାୟକ ନିହାର ମହାନନ୍ଦଙ୍କ ଅଭିଯୋଗ । ମିଛ କହି ଆସୁଛନ୍ତି ସ୍ନେହାଙ୍ଗିନୀ । ତିନି ସନ୍ତାନ ଥାଇ ବି ସତ୍ୟପାଠରେ ଦୁଇ ଦର୍ଶାଇଛନ୍ତି ସ୍ନେହାଙ୍ଗିନୀ ।

ନିହାରଙ୍କ ଅଭିଯୋଗ, ବରଗଡ ଜିଲ୍ଲା ଭେଡେନର ବ୍ଲକ୍ ଅଧ୍ୟକ୍ଷା ପାଇଁ ନାମାଙ୍କନ ପତ୍ର ଭରିବା ବେଳେ ସ୍ନେହାଙ୍ଗିନୀ ସତ୍ୟପାଠରେ ଦୁଇ ସନ୍ତାନ ଦର୍ଶାଇଥିଲେ। ପ୍ରକୃତରେ ତାଙ୍କର ତିନି ସନ୍ତାନ ଅଛନ୍ତି। କିନ୍ତୁ ନାମାଙ୍କନରୁ ବାଦ ପଡିବା ସମ୍ଭାବନାକୁ ଏଡାଇବା ଲାଗି ସ୍ନେହାଙ୍ଗିନୀ ସେତେବେଳେ ଦୁଇ ସନ୍ତାନ ଦର୍ଶାଇଥିବା ଅଭିଯୋଗ ଆଣିଛନ୍ତି ନିହାର। ତେଣେ ଅଭିଯୋଗକୁ ନେଇ ସ୍ନେହାଙ୍ଗିନୀଙ୍କ ପ୍ରତିକ୍ରିୟା, ମୋର ସବୁ ତଥ୍ୟ ପବ୍ଲିକ୍ ଡୋମେନରେ ଅଛି। ତେବେ ଏଠି ପ୍ରଶ୍ନ, ପ୍ରକୃତରେ କିଏ ସତ କହୁଛି, ନିହାର ନା ସ୍ନେହାଙ୍ଗିନୀ।…

Advertisment

ପୁଣି ନୂଆପଡା (Nuapada)କୁ ସ୍ନେହାଙ୍ଗିନୀ ନିଜ ମାମୁ ଘର କହୁଥିବାବେଳେ ତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ନିହାର। ତାଙ୍କର ଅଭିଯୋଗ, ଭୋଟରଙ୍କୁ ଭ୍ରମିତ କରିବା ପାଇଁ ସ୍ନେହାଙ୍ଗିନୀ ପଦମପୁରକୁ ମା ଘର ଓ ନୂଆପଡା କୋମନାକୁ ମାମୁ ଘର କହୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା। କିନ୍ତୁ ଟିକେଟ ପାଇବା ଦିନ ଠାରୁ ସ୍ନେହାଙ୍ଗିନୀ ଗୋଟିଏ କଥା କହି ଆସୁଛନ୍ତି ଯେ ନୂଆପଡା ହେଉଛି ମୋ ମାମୁ ଘର। 
ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ସେପଟେ ବିଜେଡି ଓ ବିଜେପି ଭିତରେ ବୟାନବାଜି ତେଜିବାରେ ଲାଗିଛି। ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର ଆଜି ବଡ ଅଭିଯୋଗ ଆଣିଛନ୍ତି ସରକାରୀ ଦଳ ବିରୋଧରେ। ସେ କହିଛନ୍ତି, ଉପ ନିର୍ବାଚନ ହାତେଇବା ପାଇଁ ବିଜେପି କାରସାଦି ଆରମ୍ଭ କରିସାରିଲାଣି। ଆଦିବାସୀ ବିରୋଧୀ ସରକାରକୁ ଲୋକେ ଉପ ନିର୍ବାଚନରେ ଉଚିତ ଜବାବ ଦେବେ। ବିଜେଡି ନିଶ୍ଚିତ ବିଜୟୀ ହେବ। ବିଜେପିର ଜବାବ, ପରାଜୟ ସୁନିଶ୍ଚିତ ଜାଣି ଏବେ ବିଜେଡି ଏଭଳି ଭିତ୍ତିହୀନ ଅଭିଯୋଗ ଆଣୁଛି।…

BJD BJP Nuapada Snehangini Chhuria
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ