Advertisment

Pandian’s Security: ବିଧାନସଭାରେ ମନ୍ତ୍ରୀ ବି କହିଲେ ପାଣ୍ଡିଆନଙ୍କ ସୁରକ୍ଷା କଥା, ବିଜେଡି ସଦସ୍ୟଙ୍କୁ ମାଗିଲେ ଜବାବ

ଜଣେ ବାବୁଙ୍କ ପାଇଁ ଆପଣଙ୍କ ସରକାର ୭୨ ଜଣ ପୋଲିସ କାହିଁକି ନିଯୁକ୍ତି ଦେଇଥିଲେ ଓ ସେ ଯେଉଁ ଆଡ଼େ ଗସ୍ତ କରୁଥିଲେ ଥାନା ବାବୁ ମାନେ ଡ୍ୟୁଟିରେ ଯାଉଥିଲେ ବୋଲି ପ୍ରଶ୍ନ କରିଥିଲେ ପୃଥ୍ବୀରାଜ।

pandian

pandian Photograph: (OTV)

Advertisment

ବିଜେଡି ସରକାର ଅମଳରେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ପୋଲିସ । ଆଜି ବିଧାନସଭାରେ ମୁଲତବି ଆଲୋଚନାରେ ନାଁ ନ ନେଇ ବିରୋଧୀଙ୍କୁ ଆଇନ ମନ୍ତ୍ରୀ କରିଥିଲେ ଏଭଳି ଇସାରା। ପରୋକ୍ଷରେ ପୂର୍ବତନ 5ଟି ଅଧକ୍ଷ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ବିଜେଡି ସଦସ୍ୟଙ୍କ ଠାରୁ ଏ ନେଇ ଜବାବ ମାଗିଥିଲେ ଆଇନ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନ।

Advertisment

ଜଣେ ବାବୁଙ୍କ ପାଇଁ ଆପଣଙ୍କ ସରକାର ୭୨ ଜଣ ପୋଲିସ କାହିଁକି ନିଯୁକ୍ତି ଦେଇଥିଲେ ଓ ସେ ଯେଉଁ ଆଡ଼େ ଗସ୍ତ କରୁଥିଲେ ଥାନା ବାବୁ ମାନେ ଡ୍ୟୁଟିରେ ଯାଉଥିଲେ ବୋଲି ପ୍ରଶ୍ନ କରିଥିଲେ ପୃଥ୍ବୀରାଜ। ଥାନାକୁ ଖାଲି କରାଇ ଝାଳବୁହା କାର୍ଯ୍ୟ କରାଯାଉଥିଲା କାହିଁକି ବୋଲି ପ୍ରଶ୍ନ କରିବା ସହ ଆଜି ଦିନରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ସେତିକି ସୁରକ୍ଷାକର୍ମୀ ଆବଶ୍ୟକ ପଡୁନି ବୋଲି କହିଥିଲେ। ତେଣୁ ଏ ସବୁର ଉତ୍ତର ବିରୋଧୀ ସଦସ୍ୟ ରଖନ୍ତୁ ବୋଲି କହିଥିଲେ ପୃଥ୍ବୀରାଜ।... 

ଟାର୍ଗେଟରେ ପାଣ୍ଡିଆନ

ଏବେ ପାଣ୍ଡିଆନ ବିଜେଡିର କିଛି ନେତାଙ୍କ ଆକ୍ରମଣର ଶରବ୍ୟ ହୋଇଛନ୍ତି । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଓଟିଭିର ଖୋଲାକଥାରେ ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି ।  ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ନାଁ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଦେବାଶିଷ କହିଛନ୍ତି, ନବୀନ ନିବାସରେ ଥିବା ଆଦିତ୍ୟ ମହାପାତ୍ର ତାଙ୍କ ମାଲିକଙ୍କୁ ପଚାରୁଥିବେ। ଆମେରିକାରେ ବସିଥିବା ତାଙ୍କ ମାଲିକଙ୍କୁ ପଚାରୁଥିବେ। 

Advertisment

ଏହା ସହ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ସେ ଟାର୍ଗେଟ୍ କରିଛନ୍ତି। କହିଛନ୍ତି, ନିର୍ବାଚନ ବେଳେ ପ୍ରଚାର ମଙ୍ଗ ଧରିଲେନି ନବୀନ, ଏକା ପ୍ରଚାର କଲେ ପାଣ୍ଡିଆନ। ବିଜୁ ବାବୁ, ନବୀନ ବାବୁଙ୍କ ଫଟୋ ଉଠିଗଲା, ପାଣ୍ଡିଆନଙ୍କ ଫଟୋ ଲାଗିଲା। ସ୍ୱାଭିମାନ ଓଡ଼ିଆ ସଠିକ୍ ଜବାବ ଦେଲେ। ପାଣ୍ଡିଆନ ଓଡ଼ିଶାରେ କେବେ ଷ୍ଟାର୍ ହୋଇପାରିବେନି। ଏହା ସହ ସେ ଆହୁରି ଅଭିଯୋଗ କରି କହିଛନ୍ତି, ପରାଜୟ ପରେ ଏବେ ଓଡ଼ିଆଙ୍କ ଉପରେ ପ୍ରତିଶୋଧ ନେଉଛନ୍ତି ପାଣ୍ଡିଆନ। କାରଣ ତାଙ୍କ ନେତୃତ୍ୱକୁ ରିଜେକ୍ଟ କଲେ ଓଡ଼ିଶାବାସୀ।

ନୂଆପଡ଼ାରେ ପ୍ରାର୍ଥୀ ବାଛିବା ଭୁଲ୍ ହୋଇଛି, ନବୀନ ବାବୁ ବାଛି ନାହାନ୍ତି। ହସ୍ପିଟାଲରୁ ଫେରିବା ପରେ ତାଙ୍କୁ ପ୍ରଚାର ପାଇଁ ପଠାଇବା ଉଚିତ ନଥିଲା। ଅନ୍ୟପକ୍ଷରେ ଦେବାଶିଷଙ୍କୁ ସ୍ୱାର୍ଥପର କହି ପାଲଟା ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ । ...

Advertisment

Prithviraj Harichandan Security VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ