Advertisment

No-confidence Motion Against Om Birla: ଓମ୍ ବିର୍ଲାଙ୍କ ବିରୋଧରେ ଆସିବ ଅନାସ୍ଥା! ବାଚସ୍ପତିଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିରୋଧୀ ସଦସ୍ୟ

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ। ଏ ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି।

Speaker OM Birla

Speaker OM Birla Photograph: (OTV)

Advertisment

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ। ଏ ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ଆଜି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। 

Advertisment

ଗୃହରେ ବିରୋଧୀଦଳ ନେତାଙ୍କୁ କହିବାକୁ ବାଚସ୍ପତି ପକ୍ଷପାତ କରି ସୁଯୋଗ ଦେଉନଥିବା ନେଇ ଅଭିଯୋଗ କରୁଛି କଂଗ୍ରେସ। ସେପଟେ ଆଜି ମଧ୍ୟ ସଂସଦରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିବାରୁ ଗୃହକାର୍ଯ୍ୟରେ ବାଧା ଉପୁଜିଥିଲା। ବିରୋଧୀ ସଦସ୍ୟମାନେ ଧାରଣା ଜାରି ରଖିଛନ୍ତି। 

ସେପଟେ ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି- ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀ ଚାହୁଁ ନାହାନ୍ତି। ବାଚସ୍ପତିଙ୍କୁ ଓଲଟା ବିରୋଧୀ ସଦସ୍ୟ ଆକ୍ଷେପ ଓ ଆରୋପ ଲଗାଉଛନ୍ତି।

Advertisment

Lok Sabha Speaker Om Birla No-confidence Motion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ