Advertisment

Nuapada By Poll: 'ବିଜେଡିର ଅଣଦେଖା ମୋ ସ୍ୱାମୀଙ୍କ ମୃତ୍ୟୁର କାରଣ'

ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆଙ୍କ ବିସ୍ଫୋରକ ବୟାନ। କହିଲେ ରାଜେନ୍ଦ୍ର ଢୋଲକିଆଙ୍କୁ ଉଚିତ ସମ୍ମାନ ଦେଇନି ବିଜେଡି। ଶେଷ ସମୟରେ ବି ତାଙ୍କ ପାଖରେ ନଥିଲା ବିଜେଡି।

Kalpana Dholkia

Kalpana Dholkia on BJD Photograph: (OTV)

Advertisment

ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀଙ୍କ ବିସ୍ଫୋରକ ବୟାନ। କହିଲେ ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ। ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ରାଜେନ୍ଦ୍ରଙ୍କ ପତ୍ନୀ କଳ୍ପନା ଢୋଲକିଆ। କହିଲେ ରାଜେନ୍ଦ୍ର ଢୋଲକିଆଙ୍କୁ ଉଚିତ ସମ୍ମାନ ଦେଇନି ବିଜେଡି। ଶେଷ ସମୟରେ ବି ତାଙ୍କ ପାଖରେ ନଥିଲା ବିଜେଡି। ଉପନିର୍ବାଚନକୁ ଦିନ ପାଖେଇ ଆସୁଥିବାବେଳେ କଳ୍ପନାଙ୍କ ଏଭଳି ବୟାନକୁ ନେଇ ତେଜିଛି ରାଜନୀତି।

Advertisment

ନୂଆପଡ଼ାରେ 'ରାଜେନ୍ଦ୍ର ଢୋଲକିଆ' ପ୍ରସଙ୍ଗ ମଇଦାନରେ ଉଷ୍ମତା ଭରିଥିବାବେଳେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ। ସେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ୨୪ ବର୍ଷ ଧରି ବିଜେଡି ପାଇଁ କାମ କରିଥିବା ରାଜେନ୍ଦ୍ର ଢୋଲକିଆଙ୍କୁ ଦଳ ଉଚିତ୍ ସମ୍ମାନ ଦେଇନି। ତାଙ୍କ ଜୀବନର ଶେଷ ସମୟରେ ବି ଠିଆ ହୋଇନଥିଲା ଦଳ। ଅସୁସ୍ଥତା ସମୟରେ କେହି ବି ତାଙ୍କ କଥା ବୁଝିନଥିଲେ। ଏହି କଥା ମାନସିକ ଭାବେ ରାଜେନ୍ଦ୍ର ଢୋଲକିଆଙ୍କୁ ବହୁତ ଆଘାତ ଦେଇଥିଲା। ନୂଆପଡା ଉପନିର୍ବାଚନକୁ ଆଉ କେଇଟା ଦିନ ବାକିଥିବା ବେଳେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ଏଭଳି କିଛି ବୟାନ ଦେଇଛନ୍ତି । ମୃତ୍ୟୁ ପରେ ବି ତାଙ୍କ ପରିବାରକୁ ଯେଉଁଭଳି ଭାବେ ଅସମ୍ମାନ କରାଯାଇଛି ତାହା ଗ୍ରହଣୀୟ ନୁହେଁ ବୋଲି କଳ୍ପନା ଢୋଲକିଆ କହିଛନ୍ତି। ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ ବୋଲି କହିଛନ୍ତି କଳ୍ପନା।

ନୂଆପଡା ଉପନିର୍ବାଚନକୁ ଆଉ କେଇଟା ଦିନ ବାକିଥିବା ବେଳେ ସ୍ବର୍ଗତଃ ରାଜୁ ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ କହିଛନ୍ତି ଯେ ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ ବିଜେଡିର କୌଣସି ନେତା ତାହା କରିନାହାନ୍ତି। ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ ବୋଲି କହିଛନ୍ତି କଳ୍ପନା ଢୋଲକିଆ। ଆଜି ନିର୍ବାଚନ ପାଇଁ ଏହି ଲୋକ ଆମ ପରିବାର ଉପରେ ଟିପ୍ପଣୀ କରୁଛନ୍ତି। ୨୪ ବର୍ଷ ଦଳ ସହ ରହିବା ପରେ ବି ଏଭଳି ସମ୍ବେଦନଶୀଳ ରାଜନୀତି ଠିକ୍ ନୁହେଁ ବୋଲି କଳ୍ପନା କହିଛନ୍ତି।

Advertisment

କେବଳ ସେତିକି ନୁହେଁ, ବିଜେଡିର ପ୍ରଚାରରେ ପରିବାରର ନାଁ ନେବାକୁ ବିରୋଧ କରିଛନ୍ତି କଳ୍ପନା। ଏଥିସହ ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା ବୋଲି କହିବା ସହ ନୂଆପଡ଼ାର ବିକାଶ ପାଇଁ ସେ ବିଜେପିରେ ମିଶିଛନ୍ତି ବୋଲି କହିଛନ୍ତି। ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ ବୋଲି ସିଧାସିଧା କହିଛନ୍ତି କଳ୍ପନା। ନିର୍ବାଚନୀ ପ୍ରଚାର ସମୟରେ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରିବା ନୈତିକତା ଦୃଷ୍ଟିରୁ ଠିକ୍ ନୁହେଁ ବୋଲି ସେ କହିଛନ୍ତି। ସେପଟେ ରାଜେନ୍ଦ୍ରଙ୍କ ଅସୁସ୍ଥତା ସମୟରେ ବିଜେଡିର ଅଣଦେଖା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ତାଙ୍କ ସହ ସବୁବେଳେ ଦଳ ଥିଲା ବୋଲି କହିଛନ୍ତି ସଞ୍ଜୟ। 

Odisha BJD BJP Odisha Politics nuapada by poll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ