NUAPADA BYPOLL Photograph: (OTV)
ଘୋଷଣା ହୋଇନି ତାରିଖ, ହେଲେ ବଢ଼ିଲାଣି ନିର୍ବାଚନୀ ତାତି । ଆରମ୍ଭ ହୋଇଗଲାଣି ପଲିଟିକାଲ ଏକ୍ସରସାଇଜ। ଦୁର୍ଗା ପୂଜାରେ ଛାଇ ଗଲାଣି ଆଶାୟୀଙ୍କ ପୋଷ୍ଟର ବ୍ୟାନର। ଆଉ ପ୍ରମୁଖ ୩ ରାଜନୈତିକ ଦଳ ଆରମ୍ଭ କରିଦେଲେଣି ଅଙ୍କ କଷା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆପଡା ଗସ୍ତକୁ ନେଇ ନୂଆପଡା ରାଜନୀତି ସରଗରମ । ମିଶ୍ରଣ ପର୍ବ କରି ଦଳ କରିଛି ପାୱାର ଶୋ । ଏଥିରେ ବିଜେଡି ଏବଂ କଂଗ୍ରେସର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ ।
ଉପନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ କାର୍ଡ ନଖୋଲି ବିଜେପି ସଭାପତି କହିଛନ୍ତି ଟିକେଟ ଯିଏ ବି ନେଉ ଦଳ ଏକ ହୋଇ ଲଢ଼ିବ ଆଉ ଏକ ନମ୍ବର ହେବ । ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପୁଣି ଥରେ ପ୍ରାର୍ଥୀ ରେସରେ ଥିବା କୁହାଯାଉଛି । ହେଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଦଳକୁ ଆଣି ପ୍ରାର୍ଥୀ କରାଯାଇପାରେ ବୋଲି ବି ଚର୍ଚ୍ଚା ହେଉଛି ।
ଏପଟେ ବିଜେଡି ନେତାମାନେ ବି ଜିଲ୍ଲା ନେତୃତ୍ୱଙ୍କ ସହ ବୈଠକ ଆଲୋଚନା ଆରମ୍ଭ କରିଛନ୍ତି । ନୂଆପଡା ଉପନିର୍ବାଚନ ୩ ପ୍ରମୁଖ ଦଳ ପାଇଁ ବଡ଼ ପରୀକ୍ଷା। ଏହାକୁ ହୃଦୟଙ୍ଗମ କରି ବିଧାନସଭା ଚାଲିଥିଲା ବେଳେ ବି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ କରି ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଉ ନୂଆପଡ଼ା ଦାୟିତ୍ବ ମୋର ବୋଲି କହିଥିଲେ ।
ପ୍ରଶାସନ ପକ୍ଷରୁ ପ୍ରସ୍ତୁତି
ସେପଟେ କିନ୍ତୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ବି ବଢିଛି ଚର୍ଚ୍ଚା । କେବଳ ଭରଚୁଆଲ ଭାବରେ ଯୋଡି ହୋଇଥିଲେ ନବୀନ। କିନ୍ତୁ ଜଣେ ଷ୍ଟାଣ୍ଡିଂ ବିଧାୟକଙ୍କ ପାଇଁ ଯେଉଁ ଢଙ୍ଗରେ ସଭା ହେବା କଥା ସେମିତି ମଧ୍ୟ ହେଲା ନାହିଁ ବୋଲି କୁହାଯାଉଛି । ଯଦିଓ ବିଜେଡି ଏଠି ସିମ୍ପାଥି କାର୍ଡ ଖେଳି ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ଘାସିରାମ ମାଝୀଙ୍କୁ ଏକ ପ୍ରକାର ପ୍ରାର୍ଥୀ ଭାବେ ଅନୌପଚାରିକ ଘୋଷଣା କରି ପ୍ରସ୍ତୁତି ଆରମ୍ଭ କରିଛି ।
ଅନ୍ୟପଟେ ନୂଆପଡା ଉପନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଭୋଟର ତାଲିକା ସଂଶୋଧନ ପାଇଁ ବଦଳି ଏବଂ ନିଯୁକ୍ତିରେ ରୋକ ଲଗାଇଛନ୍ତି ମୁଖ୍ୟ ଶାସନ ସଚିବ । ....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/24/nuapada-bypoll-2025-09-24-22-32-37.jpg)