Mukesh--Sahani-Claims Photograph: (OTV)
ବିହାର ବିଧାନସଭା ନିର୍ବାଚନ ତାରିଖ ପକ୍କା ହେବା ପରେ ରାଜନୀତି ସରଗରମ ହୋଇଉଠିଛି। ସବୁ ରାଜନୈତିକ ଦଳ ନିଜ ନିଜ ଦାବି ରଖିବା ଆରମ୍ଭ କରିଦେଲେଣି। ନିର୍ବାଚନ ଘୋଷଣା ସହିତ, ମହାଗଠବନ୍ଧନର ଭିଆଇପି ପ୍ରମୁଖ ମୁକେଶ ସାହାନୀ କହିଛନ୍ତି ଯେ ସେ ବିହାରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ପୂରା ଆତ୍ମବିଶ୍ୱାସର ସହିତ କହିଛନ୍ତି ଯେ ବିହାରର "ମଲ୍ଲାହ ପୁଅ" ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି।
ମୁକେଶ ସାହାଣୀ ଦାବି କରିଛନ୍ତି ଯେ ବିହାରର ଲୋକମାନେ ମହାଗଠବନ୍ଧନ ଉପରେ ସେମାନଙ୍କର ବିଶ୍ୱାସ ଫେରାଇ ଆଣିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ମହାଗଠବନ୍ଧନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଫଳାଫଳ ଘୋଷଣା ହେବା ପରେ ମହାଗଠବନ୍ଧନ ସରକାରରେ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ, ଏବଂ ସେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।
ସେ ଦାବି କରିଛନ୍ତି ଯେ ସେ କେବେ ହାଲୁକା କଥା କୁହନ୍ତି ନାହିଁ। ଏସବୁ କଥା ଗଠବନ୍ଧନ ଭିତରେ ଚୂଡ଼ାନ୍ତ ହୋଇସାରିଛି, ଆଉ ତାଙ୍କର ଉପମୁଖ୍ୟମନ୍ତ୍ରୀ ହେବା ପକ୍କା ବୋଲି ସେ ଜୋର୍ ଦେଇଛନ୍ତି।
ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଏବଂ ସେ ଉପମୁଖ୍ୟମନ୍ତ୍ରୀ ହେଲେ କଂଗ୍ରେସକୁ କ'ଣ ଦେବେ ବୋଲି ପଚରାଯିବାରୁ ମୁକେଶ ସାହାଣୀ ଉତ୍ତର ଦେଇଛନ୍ତି, କଂଗ୍ରେସ ଏକ ଜାତୀୟ ଦଳ। କେନ୍ଦ୍ରରେ ସରକାର ଗଠନ ହେଲେ, ତାଙ୍କର ପଲ୍ଲା ଭାରି ହେବ। ସେ ବିହାରରେ ମଧ୍ୟ ସହଯୋଗୀ। ସମସ୍ତେ ଏକାଠି ନିର୍ବାଚନ ଲଢ଼ୁଛନ୍ତି ବୋଲି ସେ କହିଛନ୍ତି।
ମୁକେଶ କହିଛନ୍ତି କୌଣସି ବି ପରିସ୍ଥିତିରେ ନୀତିଶ କୁମାର କିମ୍ବା ଏନଡିଏ ଏଥର ସରକାର ଗଠନ କରିପାରିବ ନାହିଁ। ତାଙ୍କ ମତରେ, ଗତଥର ଏନଡିଏ ମାତ୍ର ୩୭ ପ୍ରତିଶତ ଭୋଟରେ ସୀମିତ ଥିଲା। ଏଥର, ଭିଆଇପି ଏବଂ ମୁକେଶ ସାହାଣୀ ତେଜସ୍ୱୀଙ୍କ ସହିତ ଅଛନ୍ତି ମାନେ ମହାଗଠବନ୍ଧନ ହିଁ ସରକାର ଗଠନ କରିବ ବୋଲି ଦୃଢ ମତ ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/07/mukesh-sahani-claims-2025-10-07-14-42-46.jpg)