BJD-KALI Photograph: (OTV)
ପ୍ରତିଷ୍ଠା ଦିବସରେ ବିଜେଡିରେ ମହାଭାରତ। କିଏ କଲା ଟାର୍ଗେଟ ତ କିଏ କଲା ପ୍ରତ୍ୟାଖାନ। ଆଉ କେଉଁଠି ସାମ୍ନାକୁ ଆସିଲା କନ୍ଦଳ। ଥମୁନି ପ୍ରୋ-ପାଣ୍ଡିଆନ ଆଉ ଆଣ୍ଟି ପାଣ୍ଡିଆନ ଫାଇଟ୍। ଗତକାଲି ଶଙ୍ଖ ଭବନରେ ମୁନା ଖାଁ ଆଉ କଟକରେ ପ୍ରଭାତ ବିଶ୍ୱାଳଙ୍କ ପରେ ଘଷିପୁରାରେ ପ୍ରତିଷ୍ଠା ଦିବସରେ ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର କରିଛନ୍ତି ବିସ୍ଫୋରଣ। ଦଳର ପରାଜୟ ପାଇଁ ନାଁ ନେଇ ପ୍ରଣବ ଦାସ ଓ ଭିକେ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି। କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବାକୁ ଦୁଇ ଜଣଙ୍କର ଲାଳସା ଥିଲା । ନବୀନଙ୍କୁ ସେମାନେ ଦୁଇଟି ଜାଗାରୁ ଛିଡ଼ା କରି ବୁଡ଼େଇଦେଲେ । ସୁଜାତା କାର୍ତ୍ତିକେୟନଙ୍କ ନେତୃତ୍ବ ଗ୍ରହଣ କରିବୁନି ବୋଲି ନବୀନଙ୍କୁ ସିଧାସିଧା କହିଦେଇଛୁ। ବଦ୍ରି ଆହୁରି କହିଛନ୍ତି, ପ୍ରଣବ ଓରଫ ବବି ଦାସ ବିଜେଡିରେ ନିଜକୁ ମାଲିକ ବୋଲି ଭାବୁଥିଲେ। ଆକାଶ ଦାସଙ୍କୁ ଟିକେଟ ନଦେଇ ନିଜ ମାଆଙ୍କୁ ଦେଲେ । ପୁଅର ଗୁଣ ଯୋଗୁ ହିଁ ପ୍ରଥମ ଥର ନିର୍ବାଚନ ଲଢୁଥିବା ଅଶୋକ ଦାସଙ୍କ ପତ୍ନୀ ପରାଜିତ ହେଲେ । ଆଗରୁ ବବି କି ପାଣ୍ଡିଆନ ନଥିଲେ ହେଲେ ଆମେ ସରପଞ୍ଚଠୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ସବୁ ଆସନ ଜିତୁଥିଲୁ ବୋଲି କହିବା ସହିତ ବିଜେଡିରେ ପାଣ୍ଡିଆନ ଗୋଷ୍ଠୀର ପର୍ଦ୍ଦାଫାସ କରିଦେଇଛନ୍ତି ବଦ୍ରି।
ଅନ୍ୟପଟେ କ୍ଷମତା ଯାଇଥିଲେ ବି ଦଳରେ କନ୍ଦଳ କମି ନଥିବା ପ୍ରତିଷ୍ଠା ଦିବସରେ ସାମ୍ନାକୁ ଆସିଛି। କବିସୂର୍ଯ୍ୟନଗର। ଏଠି ଲତିକା ପ୍ରଧାନ ଆଉ ରଞ୍ଜିତା ସାହୁଙ୍କ ମଧ୍ୟରେ ବିବାଦ ଥିବାରୁ କୌଣସି କାର୍ଯ୍ୟକ୍ରମ ହୋଇନାହିଁ। ଏମିତି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଳଟେବି ପକେଇ ନାହାନ୍ତି। ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଜେଲରେ ଥିବା ବେଳେ ଜିଲ୍ଲାରେ ଅନ୍ୟ ପଦବୀ ଘୋଷଣା ହୋଇନଥିବାରୁ ଦ୍ୱନ୍ଦରେ କର୍ମୀ। ପାରାଦୀପରେ ବି ପ୍ରତିଷ୍ଠା ଦିବସରେ ପୁଣି ସାମ୍ନାକୁ ଆସିଛି ସମ୍ବିତ ରାଉତ ଆଉ ବସନ୍ତ ବିଶ୍ୱାଳ ବିବାଦ। ଦୁଇ ନେତା ଅଲଗା ଅଲଗା ପାଳନ କରିଛନ୍ତି ପ୍ରତିଷ୍ଠା ଦିବସ। ସମ୍ବିତ ରାଉତରାୟ ଏବଂ ବାପି ସର୍ଖେଲ ପୂର୍ବାହ୍ନରେ ବିଜେଡି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ କରିଥିବା ବେଳେ, ସନ୍ଧ୍ୟାରେ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଶ୍ରମିକ ଭବନରେ କରିଥିଲେ କାର୍ଯ୍ୟକ୍ରମ।
ଗତକାଲି ଯଦିଓ ସୁପ୍ରିମୋ ନବୀନ ଦଳ ବିଷୟରେ ଅପପ୍ରଚାର ହେଉଥିବା କହିଥିଲେ। କିନ୍ତୁ ତା ସତ୍ତ୍ୱେ ବି ବିଜେଡିରେ ଥମୁନି ସୂଜାତା ଝଡ଼। ତେଣୁ ନୂଆ ବର୍ଷରେ ବିଜେଡିରେ ଏକତା ଦଳ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/27/bjd-kali-2025-12-27-20-00-49.jpg)