Advertisment

Bhadrak politics: ଦିନେ ଅନ୍ କ୍ୟାମେରା କୋଳାକୋଳି ହେଉଥିଲେ , ଆଜି କଟ୍ଟର ବିରୋଧୀ

ଦୁଇ ବରିଷ୍ଠ ନେତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ଏବେ ଚାଲିଛି ଶୀତଳ ଯୁଦ୍ଧ। କମ୍ପୁଛି ଭଦ୍ରକ ସହର। ତେବେ ଆଗକୁ ଲୁଲୁ ବଲୁ କଳି କି ମୋଡ଼ ନେଉଛି ତାକୁ ଦେଖିବାକୁ ଭଦ୍ରକବାସୀଙ୍କ ଅପେକ୍ଷା ।

LULU VS BULU

LULU VS BULU Photograph: (OTV)

Advertisment

ଦିନେ ଅନ୍ କ୍ୟାମେରା କୋଳାକୋଳି ହେଉଥିଲେ, ଗୋଟିଏ ଥାଳିରେ ଖାଉଥିଲେ। ହେଲେ ଆଜି କଟ୍ଟର ବିରୋଧୀ, ଉଭୟଙ୍କ ମଧ୍ୟରେ ଚାଲିଛି ଆଟାକ୍ କାଉଣ୍ଟର୍ ଆଟାକ୍। ଜଣେ ପ୍ରେସମିଟ କରି ବାଣ ମାରିଲେ ତ ଆଉ ଜଣେ ମାରୁଛନ୍ତି ତୀର। ଭଦ୍ରକ ରାଜନୀତିରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଲୁଲୁ-ବୁଲୁ କଳି।

Advertisment

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ନଗଦ ବିଜେପିରେ ଯୋଗ ଦେଇଥିବା ପୁଅ ପ୍ରୟାସକାନ୍ତ ସାମଲ ଓରଫ ଲୁଲୁ । ଭଦ୍ରକର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ଓରଫ ବୁଲୁ । ଦିନେ ଉଭୟ ଲୁଲୁ ବୁଲୁ ବିଜେଡିରେ ଥିଲେ। ବୁଲୁଙ୍କୁ ଲୁଲୁ ଡାକୁଥିଲେ ବଡ଼ଭାଇ। ହେଲେ ଏବେ ରାଜନୀତିର ରଙ୍ଗ ବଦଳି ଯାଇଛି। ଉଭୟଙ୍କ ବାପା ବିଜେଡିର ଭେଟେରାନ୍ ଲିଡର ହୋଇଥିବା ବେଳେ ୨୦୨୪ ନିର୍ବାଚନ ପୂର୍ବରୁ ବୁଲୁ ମିଶିଗଲେ କଂଗ୍ରେସରେ ଆଉ ଏବେ ନିକଟରେ  ଲୁଲୁ ମିଶିଗଲେ ବିଜେପିରେ। କିନ୍ତୁ କଥା ହେଉଛି ଲୁଲୁଙ୍କ ବିଜେପି ଏଣ୍ଟ୍ରିକୁ ନେଇ ବୁଲୁ କହିଲେ ଆମେ ପାଳିବୁ ବ୍ଲାକ୍ ଡେ। ଆଉ ଏହାକୁ କାଉଣ୍ଟର୍ କରି ପ୍ରୟାସକାନ୍ତି ଓରଫ ଲୁଲୁ, ବୁଲୁଙ୍କୁ ଦଙ୍ଗାକାରୀ କହିବା ସହିତ ବହୁ ଚର୍ଚ୍ଚିତ ୩୫ ବର୍ଷ ତଳର ରଙ୍ଗଲତା ମୃତ୍ୟୁ ଘଟଣାକୁ ନେଇ ଉଖାରିଲେ। 



ଜବାବରେ ପୁଣି ସାମ୍ବାଦିକ ସମ୍ମିଳନୀ କରି ବୁଲୁ ପଟ୍ଟନାୟକ ମଧ୍ୟ ଲୁଲୁଙ୍କୁ ଧୋଇଛନ୍ତି। ସ୍ଥାନୀୟ ବରପଦା ଇଞ୍ଜିନିୟରିଂ କଲେଜରେ ୨୦୦ କୋଟିର ଘୋଟାଲାରେ ଲୁଲୁଙ୍କ ସମ୍ପୃକ୍ତି ଓ ଇଡିର ଖୋଳତାଡ଼କୁ ନେଇ ଆକ୍ଷେପ କରିବା ସହିତ ବୁଲୁ କହିଛନ୍ତି, ମୋ ନାଁରେ ଗୋଟିଏ ବି କେସ୍ ଦେଖେଇଦେଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି। 

ଦୁଇ ବରିଷ୍ଠ ନେତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ଏବେ ଚାଲିଛି ଶୀତଳ ଯୁଦ୍ଧ। କମ୍ପୁଛି ଭଦ୍ରକ ସହର। ତେବେ ଆଗକୁ ଲୁଲୁ ବଲୁ କଳି କି ମୋଡ଼ ନେଉଛି ତାକୁ ଦେଖିବାକୁ ଭଦ୍ରକବାସୀଙ୍କ ଅପେକ୍ଷା । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ