Kalikesh Singh Deo Photograph: (OTV)
କଳିକେଶଙ୍କୁ ମିଳିବ କି ବଡ଼ ଦାୟିତ୍ବ? ହଠାତ୍ ନବୀନ ନିବାସରେ ଯାଇ ପହଞ୍ଚିଛନ୍ତି କଳିକେଶ ନାରାୟଣ ସିଂହଦେଓ। ପୂର୍ବରୁ ନବୀନ ନିବାସରେ ଅଛନ୍ତି ପ୍ରତାପ ଜେନା ଓ ଦେବୀ ମିଶ୍ର। କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ମଧ୍ୟରେ ହଠାତ୍ ସେ ନବୀନ ନିବାସ ଯାଇଥିବାରୁ ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି।
ସୂଚନାଯୋଗ୍ୟ, ଗତ ଦୁଇ ଦିନ ଧରି କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ଜୋରଦାର ହେଉଛି ଚର୍ଚ୍ଚା। ନେତୃତ୍ୱ ଦେବାକୁ ବରିଷ୍ଠ ନେତା କ୍ୟାପଟେନ୍ ଦିବ୍ୟଶଙ୍କର ମୀଶ୍ର ଓ ଦେବେଶ ଆଚାର୍ଯ୍ୟ ଖୋଲା ମଞ୍ଚରେ କହିଥିଲେ। ଏପରିକି ଗତ ୨୩ ତାରିଖରେ କଳିକେଶଙ୍କ ବାପା ଏ.ୟୁ. ସିଂହଦେଓ ନବୀନ ନିବାସ ଯାଇଥିଲେ। ଆଉ ତା’ର କିଛି ଦିନ ଭିତରେ ପୁଅ କଳିକେଶକୁ ନେଇ ଦିବ୍ୟଶଙ୍କରଙ୍କ ଏହି ବୟାନ ଚର୍ଚ୍ଚାକୁ ବଢ଼ାଇଛି।
ତେବେ କ୍ୟାପେଟନଙ୍କ ବୟାନକୁ ବିରୋଧ କରିଥିଲେ ବିଜେଡିର ଦୁଇ ବରିଷ୍ଠ ବିଧାୟକ ଅରୁଣ ସାହୁ ଓ ଗଣେଶ୍ୱର ବେହେରା। କହିଥିଲେ, ନିର୍ବାଚିତ ହୋଇଥିବା ସମସ୍ତ ବିଧାୟକ ନେତୃତ୍ୱ ନେବା ଲାଗି ଯୋଗ୍ୟ । ଆମ ସଭାପତି ସକ୍ଷମ, ଏଠି ଉତ୍ତରଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/kalikesh-singh-deo-2026-01-31-12-34-08.jpg)