Advertisment

Jitu Liku Dispute: ଧର୍ମଶାଳାରେ ତୀବ୍ର ହେଉଛି ଜିତୁ-ଲିକୁ ବିବାଦ, ଧର୍ମଶାଳା ଡେଇଁ ଭୁବନେଶ୍ବର ପହଞ୍ଚିଲା ଆକ୍ରମଣ ରାଜନୀତି

ଲିକୁ ସାହୁଙ୍କୁ ଗିରଫ ଦାବିରେ ଭୁବନେଶ୍ବରରେ ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ରାତି ସାରା ଧାରଣାରେ ବସିଥିଲେ ବିଜେଡି ନେତା। ଦଳର ବରିଷ୍ଠ ନେତା ଓ ଛାମୁଆ ସଂଗଠନ ନେତା ଆଜି ବି ଧାରଣା ଜାରି ରଖିଛନ୍ତି।

DHARMASALA

DHARMASALA Photograph: (OTV)

Advertisment

ପୁଣି ଲିକୁ ବନାମ ଜିତୁ। ପୁଣି ସମର୍ଥକ ଆହତ। ଧର୍ମଶାଳା ଗଣ୍ଡଗୋଳକୁ ନେଇ ହୁଲସ୍ତୁଲୁ ରାଜ୍ୟ ରାଜନୀତି। ଯାଜପୁର ଜେନାପୁରରୁ ଭୁବନେଶ୍ବର ଯାଏଁ ତେଜିଛି ପଲିଟିକ୍ସ। ଭୁବନେଶ୍ବରରେ ବିଜେଡି ନେତା ଓ କର୍ମୀ, ଧର୍ମଶାଳା ଜେନାପୁରରେ ବିଜେପି କର୍ମୀ ଧାରଣାରେ ବସିଛନ୍ତି। ଗତକାଲି ଜେନାପୁରରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ତଥା ବିଜେଡି କର୍ମୀଙ୍କୁ ବିଧାୟକ ହିମାଂଶୁ ସାହୁ ଓରଫ ଲିକୁଙ୍କ ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଧର୍ମଶାଳାରେ ତେଜିଛି ଲିକୁ- ଜିତୁ ରାଜନୈତିକ ଶତ୍ରୁତା।

Advertisment

ଲିକୁ ସାହୁଙ୍କୁ ଗିରଫ ଦାବିରେ ଭୁବନେଶ୍ବରରେ ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ରାତି ସାରା ଧାରଣାରେ ବସିଥିଲେ ବିଜେଡି ନେତା। ଦଳର ବରିଷ୍ଠ ନେତା ଓ ଛାମୁଆ ସଂଗଠନ ନେତା ଆଜି ବି ଧାରଣା ଜାରି ରଖିଛନ୍ତି। କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ଭେଟି ଦୋଷୀଙ୍କ ଗିରଫ ସହ ଯାଜପୁର ଏସ୍ ପି ଓ ଜେନାପୁର ଥାନା ଅଧିକାରୀଙ୍କ ବଦଳି ଦାବି କରିଛି ଦଳ। ସେହିପରି ଜିତୁଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗରେ ବିଧାୟକ ଲିକୁ ସାହୁଙ୍କ ଶତାଧିକ ସମର୍ଥକ ଜେନାପୁର ଥାନା ଘେରାଉ ଜାରି ରଖିଛନ୍ତି। ପୁରା ଘଟଣାକୁ ନେଇ ଲିକୁ ସାହୁ କହିଛନ୍ତି, ଯିଏ ଦୋଷୀ ସିଏ ଦଣ୍ଡ ପାଇବା ଦରକାର। କିନ୍ତୁ ବିଜେଡି ଘଟଣାକୁ ରାଜନୈତିକ ଆଖଡାରେ ପରିଣତ କରିଛି। ଧର୍ମଶାଳାରେ ନିଜ ଛବି ହ୍ରାସ ପାଉଥିବାରୁ ପୂର୍ବତନ ବିଧାୟକ ହିଂସ୍ର ହେଉଛନ୍ତି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଧର୍ମଶାଳା ବିଧାୟକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।... 

୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ଜିତୁ ଓ ଲିକୁ ବିବାଦ ତୀବ୍ର ହେଉଛି। ଯାହାକି ବେଳେ ବେଳେ ଉଗ୍ର ରୂପ ଧାରଣ କରିଛି। ଚଳିତ ବର୍ଷ ଏପ୍ରିଲରେ ଧର୍ମଶାଳା ଆରୁହାରେ ଜିତୁ ବଳବନ୍ତରାୟଙ୍କ ଗାଡିକୁ ବିଧାୟକ ଲିକୁଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସେହିପରି ଧର୍ମଶାଳା ପୁରୀକଣା ଛକ ଲକ୍ଷ୍ମୀପୂଜା ମେଢ ବୁଲା ବେଳେ ଜିତୁଙ୍କ ଗାଡି କୁ ଅଣ୍ଡାମାଡ ହୋଇଥିଲା। ଆଉ ଏବେ ଜେନାପୁରରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପକ୍ଷ । 

ଧର୍ମଶାଳାରେ ରାଜନୈତିକ ଗୋଷ୍ଠୀ ବିବାଦ ଚରମରେ ପହଞ୍ଚିଲାଣି। ଲିକୁ-ଜିତୁ ବିବାଦରେ ପେସିହେଲେଣି କର୍ମୀ। ମାଡ ଖାଇ ଲହୁଲୁହାଣ ବି ହେଉଛନ୍ତି। ଏବେ ଦେଖିବାର କଥା ଘଟଣାରେ ପୋଲିସ୍ କି ପଦକ୍ଷେପ ନେଉଛି।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ