Advertisment

No-Show Drama: ଗଞ୍ଜାମରେ ଠିକ୍ ନାହିଁ କି ବିଜୁ ଜନତା ଦଳର ହାଲ ? କାହିଁକି ଆସିଲେନି ଆରୁଖ ଓ ଲତିକା

ଗଂଜାମରେ ଠିକ ନାହିଁ କି ବିଜୁ ଜନତା ଦଳର ହାଲ। ଜିଲ୍ଲାରେ ଦୁଇ ନୂଆ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପରେ ବିଜେଡି ସୁପ୍ରିମୋ ନବୀନଙ୍କୁ ଆସି ଭେଟିଲେ। ହେଲେ ସାଥିରେ ନଥିଲେ ଦଳର ପୁରୁଖା ନେତା ତଥା ପିଏସି ସଦସ୍ୟ ବିକ୍ରମ କେଶରୀ ଆରୁଖ ଓ ଲତିକା ପ୍ରଧାନ।

Ganjam

Ganjam Photograph: (OTV)

Advertisment

ସୁପ୍ରିମୋଙ୍କୁ ଭେଟିଲେ ନୂଆ ସଭାପତି। ହେଲେ ଆସିଲେନି ପିଏସି  ସଦସ୍ୟ। ବିଜେଡିର ଗଞ୍ଜାମ ଗଡରେ ଅଛି କି ବଡ ଗଡବଡି। ବିଜେଡି ଗଞ୍ଜାମ ସାଂଗଠନିକ ଜିଲ୍ଲାର ଦୁଇ କାର୍ଯ୍ୟକାରୀ ସଭାପତି ଭାବେ ପୂର୍ଣ୍ଣ ସ୍ବାଇଁ ଓ ଭଗବାନ ଗନ୍ତାୟତ ଦାୟିତ୍ବ ପାଇବା ପରେ ଭେଟିଲେ ନବୀନଙ୍କୁ।

Advertisment

ନବୀନ ନିବାସରେ ଗଞ୍ଜାମ ନେତାଙ୍କ ସହିତ ଦୁଇ କାର୍ଯ୍ୟକାରୀ ସଭାପତି ସୁପ୍ରିମୋଙ୍କୁ ଭେଟି ଆଲୋଚନା କରିଛନ୍ତି। କିନ୍ତୁ ପିଏସି ସଦସ୍ୟ ବିକ୍ରମ କେଶରୀ ଆରୁଖ ଓ ଲତିକା ପ୍ରଧାନଙ୍କ ଅନୁପସ୍ଥିତି ଦଳରେ ଥିବା କନ୍ଦଳ ଚର୍ଚ୍ଚାକୁ ବଢାଇଛି। କାହିଁକି ଆସିଲେନି ଆରୁଖ ଓ ଲତିକା ? ବିପର୍ଯ୍ୟୟ ପରେ ଗଞ୍ଜାମର ପରାଜିତ ନେତା ଏବେ ଦଳୀୟ ପରିଚାଳନା ଦାୟିତ୍ବରେ ଥିବା ନେତାଙ୍କୁ ସିଧାସଳଖ ନିଶାନା କରିଛନ୍ତି। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କେବଳ ହିଞ୍ଜିଳିକୁ ଛାଡି ଦେଲେ ଅନ୍ୟ ସବୁଠି ଦଳର ପ୍ରାର୍ଥୀ ପରାଜିତ ହୋଇଛି।

ଏବେ ପୁଣି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଜେଲ୍ ରେ ଥିବାରୁ ଗଞ୍ଜାମ ଗଡ ସଜାଡିବାକୁ ନବୀନ ଦୁଇ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି। ଅନ୍ୟପଟେ ନବୀନଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା କହିଛନ୍ତି ନବୀନଙ୍କୁ ଭେଟିଥିବା ନେତା। କିନ୍ତୁ ବିକ୍ରମ ଓ ଲତିକା କାହିଁକି ଆସିଲେନି ପ୍ରଶ୍ନର ଗଞ୍ଜାମ ନେତାଙ୍କ ଉତ୍ତର ହେଲା, ହୁଏତ କାର୍ଯ୍ୟବ୍ୟସ୍ତତା ଥିବ, ଦଳ କିନ୍ତୁ ସଂଗଠିତ ଅଛି। କିନ୍ତୁ ଆରୁଖ ଓ ଲତିକା ଏବାବଦରେ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।...

Advertisment

କବିସୂର୍ଯ୍ୟନଗରର ପୂର୍ବତନ ବିଜେଡି ବିଧାୟିକା ଲତିକା ପ୍ରଧାନ ପୂର୍ବରୁ ଗଞ୍ଜାମ ବିପର୍ଯ୍ୟୟ ପାଇଁ ନିର୍ବାଚନ ପରିଚାଳନାକୁ ଦାୟୀ କରି ବୟାନ ଦେଇଥିଲେ। ଖାଲି ସେତିକି ନୁହେଁ ନବୀନଙ୍କୁ ଭେଟିବାକୁ ଚାହିଁଥିଲେ ବି ସମୟ ମିଳିନଥିବା କଥା ବି କହିଥିଲେ।

ଆଉ ସେପଟେ ବିଜେଡି ରାଜନୈତିକ ବ୍ୟାପାର କମିଟି ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବି ଗଞ୍ଜାମ ବିଜେଡିରେ ସେତେଟା ସକ୍ରିୟ ଭୂମିକାରେ ଦେଖିବାକୁ ମିଳୁନାହିଁ। ଯେଉଁଥି ପାଇଁ ଚର୍ଚ୍ଚା ହେଉଛି ଯେ ଗଞ୍ଜାମ ବିଜେଡିରେ କନ୍ଦଳ ତୀବ୍ର ରୂପ ଧାରଣ କଲାଣି। ପଞ୍ଚାୟତ ନିର୍ବାଚନ ପାଇଁ ନବୀନ ନିଜ ଗଡ ଗଞ୍ଜାମକୁ ଗୁରୁତ୍ବ ଦେଉଥିବାବେଳେ ନେତାଙ୍କ ଭିତରେ କନ୍ଦଳ ଦଳକୁ ଅଧିକ ଦୁର୍ବଳ କରୁଥିବା ଚର୍ଚ୍ଚା ହେଉଛି।...

Advertisment

ଏବେ ଦେଖିବାର କଥା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଗଡକୁ ନବୀନ ବଞ୍ଚାଇବାରେ କେତେ ସଫଳ ହେଉଛନ୍ତି ଆଉ କନ୍ଦଳକୁ କେମିତି ପ୍ରଶମିତ କରୁଛନ୍ତି।... 

BJD Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ