Advertisment

Arvind Shows Support: ବିଜୟ ମହାପାତ୍ରଙ୍କ ଘରେ ଦିଲ୍ଲୀପ ରାୟ, ଅରବିନ୍ଦ କହିଲେ ସେ ଯୋଗ୍ୟ ପ୍ରାର୍ଥୀ

ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ। ଏନେଇ ସୂଚନା ଦେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ରାଜ୍ୟସଭା ପାଇଁ ସେ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି କହିଲେ ଅରବିନ୍ଦ ମହାପାତ୍ର।

Dillip Ray

Dillip Ray Photograph: (OTV)

Advertisment

ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ। ଏନେଇ ସୂଚନା ଦେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ରାଜ୍ୟସଭା ପାଇଁ ସେ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି କହିଲେ ଅରବିନ୍ଦ ମହାପାତ୍ର। ବର୍ତ୍ତମାନ ଦିଲ୍ଲୀପ ରାୟଙ୍କ ନାମ ସ୍ୱାଧୀନ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଏଭଳି ସମୟରେ ବିଧାୟକ ଅରବିନ୍ଦ ମହାପତ୍ରଙ୍କୁ ଭେଟିବାକୁ ନେଇ ଅନେକ ସମୀକରଣ କରାଯାଉଛି। 

Advertisment

ଗୋଟିଏ ପଟେ ରାଜନୈତିକ କିମ୍ବା ରାଜ୍ୟସଭାକୁ ନେଇ ଆଲୋଚନା ହୋଇ ନଥିବା ବେଳେ କେବଳ ପାରିବାରିକ ସମ୍ପର୍କ ପାଇଁ ହୋଲି ଶୁଭେଚ୍ଛା ଜଣାଇବାକୁ ଆସିଥିଲେ ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର। କିନ୍ତୁ ଏପଟେ ଦିଲ୍ଲୀପ ରାୟ ଜଣେ ଅଭିଜ୍ଞ ରାଜନେତା, ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି ମଧ୍ୟ ସେ କହିଛନ୍ତି। 

 ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ

ଏନେଇ ସୂଚନା ଦେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର
'ପାରିବାରିକ ସମ୍ପର୍କ ପାଇଁ ହୋଲି ଶୁଭେଚ୍ଛା ଜଣାଇବାକୁ ଆସିଥିଲେ'
'ରାଜନୈତିକ କିମ୍ୱା ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା ହୋଇନାହିଁ'
୪ରୁ ୫ ହେଲା, ୬ ବି ହୋଇପାରେ କହିଲେ ଅରବିନ୍ଦ ମହାପାତ୍ର
ଦିଲ୍ଲୀପ ରାୟ ଯୋଗ୍ୟ ପ୍ରାର୍ଥୀ, ୪୦ ବର୍ଷର ଅଭିଜ୍ଞତା ଅଛି: ଅରବିନ୍ଦ

Advertisment
Bijay Mohapatra Dillip Ray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ