Advertisment

Mohammed Moquim Targets Congress Leadership: ଜାନକୀଙ୍କୁ ମନେ ପକାଇଲେ, କଂଗ୍ରେସକୁ ଧୋଇଲେ ମୋକିମ୍

ଜାନକୀଙ୍କୁ ମନେ ପକାଇଲେ, କଂଗ୍ରେସକୁ ଧୋଇଲେ। ନେତୃତ୍ବକୁ ନେଇ ସିଧା ପ୍ରଶ୍ନ ଉଠାଇଲେ ମହମ୍ମଦ ମୋକିମ। ରାଜ୍ୟ ନେତାଙ୍କ ଅପେକ୍ଷା କେନ୍ଦ୍ରୀୟ ନେତାଙ୍କୁ କଲେ ଦାୟୀ।

Moquim

Moquim Photograph: (OTV)

Advertisment

କାହିଁକି ଓଡିଶାରେ ଉଧେଇ ପାରୁନି କଂଗ୍ରେସ ? ରାଜ୍ୟ ନେତା ଦାୟୀ ନା କେନ୍ଦ୍ରୀୟ ନେତା ଦାୟୀ ? ଟାଣୁଆ ନେତା ତିଆରି କରିବାରେ ଦଳ ବିଫଳ କାହିଁକି ? ଏମିତି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବା ବେଳେ ନିକଟରେ ଦଳରୁ ବିଦା ହୋଇଥିବା ମହମ୍ମଦ ମୋକିମ ଏନେଇ ମୁହଁ ଖୋଲିଛନ୍ତି। କେନ୍ଦ୍ରରେ ଥିବା କଂଗ୍ରେସ ନେତା ବାରମ୍ବାର ଓଡିଶାରେ ନେତଢ଼ୃତ୍ବ ପରିବର୍ତ୍ତନ କରି ଭୋଟ ପ୍ରତିଶତ ହାରକୁ ୧୩ ପ୍ରତିଶତରେ ପହଞ୍ଚାଇଛନ୍ତି। 

Advertisment

ଯିଏ କଠିନ ପରିଶ୍ରମ କରି ସଂଗଠନ କରୁଛି ତାକୁ ସାଇଡ କରି ଦିଆଯାଉଛି। ଯେଉଁଥିପାଇଁ ଜାନକୀ ପଟ୍ଟନାୟକଙ୍କ ପରଠାରୁ ଦଳ ଦୃଢ ନେତୃତ୍ବ ଦେଇପାରୁ ନାହିଁ। ଗତ ୨୫ ବର୍ଷ ମଧ୍ୟରେ ଦଳରେ ଦ୍ବିତୀୟ ନେତା ତିଆରି ହୋଇପାରିଲେ ନାହିଁ ବୋଲି କହିଛନ୍ତି ମୋକିମ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏମିତି କିଛି ଖୁଲମଖୁଲା କହି ମୋକିମ କରିଛନ୍ତି ଟାର୍ଗେଟ। 

ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି ବୋଲି ମୋକିମ କହିଛନ୍ତି । ବିଜେପି ଠିକ ଭାବରେ ଶାସନ ଦେଇପାରୁ ନାହିଁ, ବିଜେଡିରେ ବାତ୍ ବିତଣ୍ଡା ଚାଲୁଥିବାର ଦଳ କୁଆଡେ ଯାଉଛି ଜଣା ନାହିଁ। କଂଗ୍ରେସରେ ଯେଉଁମାନେ ଅଛନ୍ତି ସେମାନେ ଆଶା ହରାଇଲେଣି। ଏଭଳି ସମୟରେ ଉଦୀୟମାନ ଯୁବକ, କୋଣଠେସା ନେତା, ସୁଯୋଗ ଅପେକ୍ଷାରେ ଥିବା ନେତାଙ୍କୁ ନେଇ ଖୁବ ଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ। ଏନେଇ ମୋକିମ ସଙ୍କେତ ଦେଇଛନ୍ତି। ସେପଟେ ପିସିସି ସଭାପତି କହିଛନ୍ତି, ନୂଆଦଳ ଗଠନ କରିବା ସ୍ବାଗତଯୋଗ୍ୟ।

Advertisment

ନୂଆ ଦଳ ଗଠନ ନେଇ ଯଦିଓ କିଛି ସ୍ପଷ୍ଟତା ଆସିନି ତେବେ ବିଭିନ୍ନ ବରିଷ୍ଠ ନେତାଙ୍କୁ ଭେଟି ଆଲୋଚନା କରିବା ସହ ଓଡିଆ ନୂଆବର୍ଷ ପୂର୍ବରୁ କିଛି ନିଷ୍ପତ୍ତି ହୋଇପାରେ।

ଜାନକୀଙ୍କୁ ମନେ ପକାଇଲେ, କଂଗ୍ରେସକୁ ଧୋଇଲେ
ନେତୃତ୍ବକୁ ନେଇ ସିଧା ପ୍ରଶ୍ନ ଉଠାଇଲେ ମହମ୍ମଦ ମୋକିମ
ରାଜ୍ୟ ନେତାଙ୍କ ଅପେକ୍ଷା କେନ୍ଦ୍ରୀୟ ନେତାଙ୍କୁ କଲେ ଦାୟୀ
‘୨୫ ବର୍ଷରେ ଦ୍ବିତୀୟ ନେତୃତ୍ବ ରାଜ୍ୟ କଂଗ୍ରେସରେ ନାହିଁ’
‘ଦଳ ଓ ସଂଗଠନକୁ ଉଠାଇଥିବା ଲୋକକୁ ସାଇଡ କରିଦିଆଯାଉଛି’
‘ଜାନକୀଙ୍କ ପରଠୁ ଓଡିଶାରେ କଂଗ୍ରେସ ଉଠିପାରି ନାହିଁ’

Advertisment
Congress Mohammed Moquim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ