Advertisment

Nuapada Seat: ନୂଆପଡ଼ା ଉପନିର୍ବାଚନ ପାଇଁ ଅଙ୍କକଷା, କିଏ ବିଜେପି ଯୋଦ୍ଧା...ରେସରେ ଆଗରେ ୪ ନାଁ

ଘାସିରାମଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଜୟ ଢୋଲକିଆ ହୋଇପାରନ୍ତି ବିଜେଡି ପ୍ରାର୍ଥୀ । ବିଜେପିର କିଏ ତାକୁ ନେଇ ସସ୍ପେନ୍ସ । ଅଭିନନ୍ଦନଙ୍କୁ ରିପିଟ କରିବ ନା ଦଳ ଆଣିବ ନୂଆ ଚେହେରା ତାକୁ ନେଇ ଚର୍ଚ୍ଚା।

NUAPADA

NUAPADA Photograph: (OTV)

Advertisment

ଘାସିରାମଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଜୟ ଢୋଲକିଆ ହୋଇପାରନ୍ତି ବିଜେଡି ପ୍ରାର୍ଥୀ । ବିଜେପିର କିଏ ତାକୁ ନେଇ ସସ୍ପେନ୍ସ । ଅଭିନନ୍ଦନଙ୍କୁ ରିପିଟ କରିବ ନା ଦଳ ଆଣିବ ନୂଆ ଚେହେରା ତାକୁ ନେଇ ଚର୍ଚ୍ଚା। ତେବେ ଉପନିର୍ବାଚନ ନେଇ ଯଦିଓ ବିଜେପି ପ୍ରସ୍ତୁତି ଆରମ୍ଭ କରି ସାରିଛି, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଚର୍ଚ୍ଚା ଆଲୋଚନା ବି କରିଛନ୍ତି। 

Advertisment

ଆସନ୍ତାକାଲି ନୂଆପଡା ଉପନିର୍ବାଚନକୁ ନେଇ ବସିବ ବଡ ବୈଠକ। କୋର କମିଟି ବୈଠକରେ ପ୍ରାର୍ଥୀଠୁ ନେଇ ରଣନୀତି ପର୍ଯ୍ୟନ୍ତ ଆଲୋଚନା ହେବ। ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, ରାଷ୍ଟ୍ରୀୟ ସଙ୍ଗଠକ ଭି. ସତୀଶ ଓଡିଶା ଗସ୍ତରେ ଆସୁଥିବା ବେଳେ ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ୨ ପ୍ରଭାରୀ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଏବଂ କୋର କମିଟିର ସଦସ୍ୟମାନେ ସାମିଲ ହେବେ। ନୂଆପଡା ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ହେବ ମାନସ ମନ୍ଥନ। ଟିକେଟ ଦାବିଦାର ଭିତରେ ଆଗରେ ରହିଛି ୪ ନାଁ। 

୨୦୨୪ରେ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା। ନିଜେ ହେଭିୱେଟ୍ ବସନ୍ତ ପଣ୍ଡା। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଏବଂ ଖରିଆରରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ l କୋର କମିଟି ବୈଠକରେ ଚୂଡାନ୍ତ ନାଁକୁ କେନ୍ଦ୍ର ନିକଟକୁ ପଠାଇବ ରାଜ୍ୟ ବିଜେପି।... 

ଏପଟେ ଉପନିର୍ବାଚନରେ ପ୍ରଥମେ ପ୍ରାର୍ଥୀ ଘୋଷଣା କରି ଆଗରେ ରହିଛି କଂଗ୍ରେସ। ପିସିସି ସଭାପତି ନୂଆପଡା ଗସ୍ତରେ ଯାଇ ଆରମ୍ଭ କରିଦେଇଛନ୍ତି ପ୍ରଚାର କାର୍ଯ୍ୟକ୍ରମ। ନୂଆପଡାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସେଚନ, ଦାଦନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ। ଅନ୍ୟ ପଟେ ବିଜେଡି ଯଦିଓ ବିଧିବଦ୍ଧ ଘୋଷଣା କରିନାହିଁ, କିନ୍ତୁ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କ ପ୍ରାର୍ଥିତ୍ବକୁ ନେଇ ସ୍ପଷ୍ଟ ଇଙ୍ଗିତ ଦେଇଛନ୍ତି।

୧୩ରେ ବିଜ୍ଞପ୍ତି ପରେ ୨୦ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ତେଣୁ ଯଦିଓ ଏକ୍ସରସାଇଜ ଆରମ୍ଭ ହୋଇଛି, ବିଜେଡି ଏବଂ ବିଜେପିର ପ୍ରାର୍ଥୀ କିଏ ହେଉଛନ୍ତି ତା ଉପରେ ରହିଛି ନଜର।.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ