NUAPADA BJP Photograph: (OTV)
ନୂଆପଡା ପାଇଁ ଖୁବ ଶୀଘ୍ର ବିଜେପି ଘୋଷଣା କରିବ ପ୍ରାର୍ଥୀ । ଏହି ସୂଚନା ଦେଇଛନ୍ତି ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କୋର କମିଟି ବୈଠକରେ ଆଲୋଚନା ହେବ । ତେବେ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ତୋମାର କହିଛନ୍ତି ମୋ ପାଖେ ସେମିତି କିଛି ସୂଚନା ନାହିଁ । କିନ୍ତୁ ବହୁତ ଆଶାୟୀଙ୍କ ନାଁ ରହିଛି, ଆଲୋଚନା ହେବ ବୋଲି ସେ କହିଛନ୍ତି ।
ସେପଟେ ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟ ମାନେ ବୈଠକରେ ଉପସ୍ଥିତ ରହିବେ । ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । କୋର କମିଟି ବୈଠକରେ ନୂଆପଡା ଉପନିର୍ବାଚନ ନେଇ ହେବ ଆଲୋଚନା। କିଏ ହେବେ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ହେବ ମାନସ ମନ୍ଥନ। ଏହା ସହ ରାଜ୍ୟ କମିଟି ମଧ୍ୟ ହୋଇପାରେ ଚୂଡାନ୍ତ ।
ଅନ୍ୟପଟେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଜନଜାତି ବିଧାୟକ ଏବଂ ସାଂସଦଙ୍କ ପ୍ରଶିକ୍ଷଣ ଶିବିର । ଏହି ବୈଠକରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଜନଜାତି ବିଧାୟକ ଏବଂ ସାଂସଦ। ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ଯୋଗ ଦେଇ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମ ରହିଛି। ଜନଜାତି ବିଧାୟକ, ସାଂସଦ ନିଜ ନିଜ ନିର୍ବାଚନ ମଣ୍ଡଳୀର କିଛି କିଛି ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ। ଜନଜାତି ବିଧାୟକ ଏବଂ ସାଂସଦ ୨୦ରୁ ୨୫ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବେ। ଏନେଇ ପ୍ରଶିକ୍ଷଣ ଶିବିରରେ ବିଧାୟକ ଏବଂ ସାଂସଦ ମାନଙ୍କୁ ତାଲିମ ଦିଆଯିବ ।
ନୂଆପଡା ଉପ ନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ଦିବଂଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଏ ନେଇ ସଙ୍କେତ ଦେଲେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ସବୁ ଦଳ ଯେତେ ଦମ୍ଭ ଦେଖାଇଲେ ମଧ୍ୟ ସମସ୍ତେ ଜଣାନ୍ତି ନୂଆପଡ଼ା ଜିଲ୍ଲାକୁ ବିଜୁ ବାବୁ ସୃଷ୍ଟି କରିଥିଲେ । ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି। ତେଣୁ ସେ ସେଠାରୁ 4 ଥର ଜିତିଛନ୍ତି। ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱ ନେବାରେ ବେଶ ପାରଙ୍ଗମ ଥିଲେ। ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାର ବର୍ଗକୁ ଟିକେଟ ଦେବା ପାଇଁ। ଏଣୁ କିଏ ବିଜେଡି ପ୍ରାର୍ଥୀ ହେବ ଦଳ ଆଲୋଚନା କରି ପ୍ରାର୍ଥୀ ଘୋଷଣା କରିବ। ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ। ଆସନ୍ତାକାଲି ଠାରୁ ନୂଆପଡ଼ାରେ ପଦଯାତ୍ରା ହେବ। ଲୋକଙ୍କ ପାଖକୁ ଦଳ ଯିବ। ସେପଟେ ଜୟ ଢୋଲକିଆ କହିଛନ୍ତି, ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ହାଇକମାଣ୍ଡ ନେବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/08/nuapada-bjp-2025-10-08-16-42-14.jpg)