Advertisment

Narayan Invites Pratap Jena: ବିଜେପିରେ କେବେ ମିଶିବେ ପ୍ରତାପ, ଦଳକୁ ନିମନ୍ତ୍ରଣ କଲେ ଜୟନାରାୟଣ

ଜୟଙ୍କ ପରେ ପ୍ରତାପଙ୍କୁ ବିଜେପିର ଅଫର୍ । ସସମ୍ମାନେ ଦଳକୁ ପ୍ରତାପଙ୍କୁ ନିମନ୍ତ୍ରଣ କଲେ ଜୟନାରାୟଣ । ବିଜେପିରେ ସାମିଲ୍ ହେବେ କି ବିଜେଡି ଉପସଭାପତି ପ୍ରତାପ ଜେନା ? ଶନିବାର ପ୍ରତାପ ଜେନା ଜୟ ଢୋଲକିଆଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ସାବତ ପୁଅ ବୋଲି ପ୍ରଶ୍ନ କରି ଟିପ୍ପଣୀ ଦେଇଥିଲେ ।

Pratap-Jena-and-Jaynarayan-Mishra

Pratap-Jena-and-Jaynarayan-Mishra Photograph: (OTV)

Advertisment

ଜୟଙ୍କ ପରେ ପ୍ରତାପଙ୍କୁ ବିଜେପିର ଅଫର୍ । ସସମ୍ମାନେ ଦଳକୁ ପ୍ରତାପଙ୍କୁ ନିମନ୍ତ୍ରଣ କଲେ ଜୟନାରାୟଣ । ବିଜେପିରେ ସାମିଲ୍ ହେବେ କି ବିଜେଡି ଉପସଭାପତି ପ୍ରତାପ ଜେନା ? ଶନିବାର ପ୍ରତାପ ଜେନା ଜୟ ଢୋଲକିଆଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ସାବତ ପୁଅ ବୋଲି ପ୍ରଶ୍ନ କରି ଟିପ୍ପଣୀ ଦେଇଥିଲେ । ଆଉ ଏହାର ଜବାବ ରଖି ବିଜେପି ବିଧାୟକ ଜୟ ନାରାୟଣ କହିଛନ୍ତି, ବିଜେଡିର ଏବେ ସତ୍ତା ନାହିଁ । ନିଜେ ପ୍ରତାପ ଜେନା କେଉଁ ଦିନ ବିଜେପିକୁ ଆସିବେ ତାକୁ ଅପେକ୍ଷା କରନ୍ତୁ । ଡେଟ୍ ବି କହିଦିଅନ୍ତୁ । ଯେଉଁ ଦଳର ସତ୍ତା ନାହିଁ ସେ ବିଜେପିକୁ କ’ଣ କହିବେ ବୋଲି ପ୍ରତାପଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ଜୟ ନାରାୟଣ । 

ଦିନକୁ ଦିନ ଶଙ୍ଖ ଭବନରୁ ଗୋଟିଏ ପରେ ଗୋଟିଏ ପିଲାର ଖସିବାରେ ଲାଗିଛି । ସଂଗଠନ ଥିବା ବଡ଼ ବଡ଼ ନେତା ଦଳ ଛାଡ଼ୁଛନ୍ତି । ଆଉ ଏବେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଲାଗିଲାଣି ପଲିଟିକାଲ୍ ୱାର୍ । ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଜୟଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର କରିସାରିଥିଲା ବିଜେଡି । ହେଲେ ବିଜେପି ତାଙ୍କୁ ପଦ୍ମ ଧରାଇବା ପରେ ବିଜେଡି ଉପସଭାପତି ପ୍ରତାପ ଜେନା ପ୍ରେସମିଟ୍ କରି ତାଙ୍କ ବିରୋଧରେ ଏପରି କିଛି ବିବାଦୀୟ  ବୟାନ ଦେଇଥିଲେ ଯାହାକୁ ନେଇ ଜୟନାରାୟଣ ତାଙ୍କୁ ଜବାବ ଦେଇଛନ୍ତି । 

Advertisment



ସେପଟେ ପ୍ରତାପଙ୍କ ଏପରି ବୟାନକୁ ନେଇ କେବଳ ଜୟ ନାରାୟଣ ନୁହଁନ୍ତି ନାରୀନେତ୍ରୀ ଶ୍ରୀମୟୀ ମଧ୍ୟ ସୋସିଆଲ ମିଡିଆରେ କଡ଼ା କାଉଣ୍ଟର କରିଛନ୍ତି । ଉଭୟ ଭି.କେ ପାଣ୍ଡିଆନ୍ ଓ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରି, ଯଦି ଜୟ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ, ତାହାଲେ ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି ଆଦେଶ ମାନୁଛନ୍ତି  ? ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ ବୋଲି ଶ୍ରୀମୟୀ ଲେଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ