NUAPADA Photograph: (OTV)
ଜବରଦସ୍ତ ହେବ ନୂଆପଡ଼ା ଲଢେଇ । କାଲି ବିଜେପିର ନୂଆପଡ଼ା ସୋ'। ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ହେବ ପ୍ରାର୍ଥିପତ୍ର ଦାଖଲ। ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ରହିବେ । ଏହି ଅବସରରେ ଆୟୋଜନ ହେଉଛି ବିଶାଳ ସମାବେଶ। ଯେଉଁଠି ସିଏମଙ୍କ ଉପସ୍ଥିତିରେ ବିଜେପିରେ ମିଶିବେ ବିଜେଡି ଓ କଂଗ୍ରେସର ବହୁ ନେତା ଓ କର୍ମୀ ।
ବିଜେପି ପ୍ରାର୍ଥୀ ପାଇଁ ଜୟ ଢୋଲକିଆଙ୍କ ନାଁ ଚୂଡ଼ାନ୍ତ ହୋଇଥିବାବେଳେ କେବଳ ଘୋଷଣା ବାକିଥିବା କହିଛନ୍ତି ସାଂସଦ ସୁଜିତ କୁମାର । ପ୍ରତ୍ୟେକ ମଣ୍ଡଳ ଦାୟିତ୍ବରେ ରହିବେ ଜଣେ ମନ୍ତ୍ରୀ । ୫୦ରୁ ଅଧିକ ବିଧାୟକ ଓ ପୂର୍ବତନ ବିଧାୟକ ଜଗିବେ ବୁଥ୍ । ମୁଖ୍ୟମନ୍ତ୍ରୀ କରିବେ ମାରାଥନ୍ ପ୍ରଚାର। ସେପଟେ ବିଜୁ ଜନତା ଦଳ ଜିଲ୍ଲାର ବରିଷ୍ଠ ନେତା ମନୋଜ ମିଶ୍ରଙ୍କୁ ଏକପ୍ରକାର ପ୍ରାର୍ଥୀ କରିବା ନେଇ ଫାଇନାଲ୍ କରିଥିବା ସୂଚନା ରହିଛି। କିନ୍ତୁ ଏଯାଏଁ ଦଳ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରିନି । ଏପଟେ ଘାସିରାମ ମାଝୀଙ୍କୁ ଆଦିବାସୀଙ୍କ ବୟକଟ ପରେ କଂଗ୍ରେସ ପାଇଁ ଅଡୁଆ ବଢ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/15/nuapada-2025-10-15-10-28-56.jpg)