BJP Appoints Central Observers Photograph: (OTV)
ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ପର୍ଯ୍ୟବେକ୍ଷକ ନିଯୁକ୍ତ। ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି। ଓଡ଼ିଶା, ବିହାର ଓ ହରିୟାଣା ପାଇଁ ବିଜେପିର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଚନ୍ଦ୍ରଶେଖର ବାବନକୁଳେ ଓଡ଼ିଶା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।
ସେହିପରି ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭୀଙ୍କୁ ହରିୟାଣା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଓ କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କୁ ବିହାର ଦାୟିତ୍ବ ଦିଆଯାଇଛି। ରାଜ୍ୟସଭା ନିର୍ବାଚନରେ ଓଡ଼ିଶାରେ ଖାଲି ହୋଇଥିବା ୪ ଆସନ ପାଇଁ ହେବ ନିର୍ବାଚନ।
ବିଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ କରୁଛି ଦଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/bjp-appoints-central-observers-2026-03-09-12-51-43.jpg)