Advertisment

BJD’s Double Standards: ଶ୍ରୀମୟୀଙ୍କୁ ଛାଟ, ସିନିୟରଙ୍କୁ ଡର ! ଦୁର୍ବଳ ଉପରେ ବିଜେଡିର ପ୍ରହାର

ଦୁର୍ବଳ ଉପରେ ବିଜେଡିର ପ୍ରହାର । ସୁପର ସିନିୟରଙ୍କୁ ନବୀନଙ୍କ ସବୁ ମାଫ୍ ! ତୁଣ୍ଡ ଖୋଲିଲେ ଗଡ଼ିବନି ମୁଣ୍ଡ ! କି ନବୀନ କରିବେନି ତାଗିଦ୍ ! ପୂର୍ବରୁ ବିଜେଡିର ଅନେକ ବରିଷ୍ଠ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ।

BJD Action

BJD Action Photograph: (OTV)

Advertisment

ଦୁର୍ବଳ ଉପରେ ବିଜେଡିର ପ୍ରହାର । ସୁପର ସିନିୟରଙ୍କୁ ନବୀନଙ୍କ ସବୁ ମାଫ୍ ! ତୁଣ୍ଡ ଖୋଲିଲେ ଗଡ଼ିବନି ମୁଣ୍ଡ ! କି ନବୀନ କରିବେନି ତାଗିଦ୍ ! ପୂର୍ବରୁ ବିଜେଡି (BJD)ର ଅନେକ ବରିଷ୍ଠ ନେତା ଦଳ ବିରୋଧୀ ମନ୍ତବ୍ୟ  ଦେଇଛନ୍ତି । ଏମିତିକି ପାଣ୍ଡିଆନଙ୍କ ନାଁ ବି ନେଇଛନ୍ତି । ହେଲେ ବିଜେଡି ନେଇନି ଆକ୍ସନ କି କରିନି ସେମିତି କିଛି ତାଗିଦ୍ । ପୂର୍ବରୁ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର, ରାଜା ସ୍ବାଇଁ ଏବଂ ଅରୁଣ ସାହୁ ବି ଅନେକ ସମୟରେ ଦଳ ବିରୋଧୀ ବୟାନ ଦେଇଛନ୍ତି । ହେଲେ ସେମାନଙ୍କୁ ଦଳ କେବେ ତାଗିଦ୍ କରିନି । କି ନବୀନ ଡାକି କୌଣସି ସମ୍ପର୍କରେ ପଚରାଉଚରା କରିନାହାନ୍ତି । 

Advertisment

କାହା ଉପରେ କାର୍ଯ୍ୟାନୁଷ୍ଠାନ ?

ଖାଲି ବଦ୍ରୀ ନୁହଁନ୍ତି, ଅରୁଣ ମଧ୍ୟ ଏଇ ଏବେ ଏବେ ବିଜେଡିକୁ ନେଇ କିଛି ପ୍ରତିକ୍ରିୟା ରଖିଥିଲେ । ଯାହା ଖୁବ୍ ଭାଇରାଲ ହୋଇଥିଲା ।ଅରୁଣଙ୍କ ହଠାତ୍ ଏଭଳି ବୟାନ ସମସ୍ତଙ୍କୁ ଚକିତ କରିଥିଲା । ଆଉ ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ଶ୍ରୀମୟୀଙ୍କ ସପକ୍ଷରେ ବାହାରି ଦଳରେ ଶ୍ରୀମୟୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଥିଲେ । 

ଖାଲି ଏମାନେ ନୁହଁନ୍ତି, ବିଜେଡିର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଳୀପ ନାୟକ EOW ଦ୍ବାରା ଗିରଫ୍ ହୋଇଥିଲେ ବି ତାଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ରାଜନୈତିକ ସମୀକ୍ଷକଙ୍କ ମତରେ ଦୁର୍ବଳ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ଯେଉଁ ବାର୍ତ୍ତା ଦେବାକୁ ଚାହୁଁଛି ତାହା ବୁମେରାଂ ହେବ। ଏବେ ଦେଖିବାର କଥା ଶ୍ରୀମୟୀଙ୍କ ପରେ ବିଜେଡି ଆଉ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି । 

ତେବେ ଦଳ ବିରୋଧୀ କାର୍ଯ୍ୟକୁ ନେଇ ବିଜେଡିରୁ ବିଦା ହୋଇଛନ୍ତି ଶ୍ରୀମୟୀ ମିଶ୍ର । ତେବେ ଆଗକୁ ଏହି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଆଉ କେଉଁ ନେତାଙ୍କୁ ଦଳର ସୁପ୍ରିମୋ ଦଳରୁ ତଳୁଛନ୍ତି ତା’ ଦେଖିବାକୁ ବାକି ।

Advertisment

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ