BJD Candidate Photograph: (OTV)
ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ପୁଣି ଥରେ ବିଜେଡି ବିଧାୟକଙ୍କୁ ନବୀନ ନିବାସରୁ ଡାକରା ଆସିଛି। ଆଜି ବୈଠକରେ ରାଜ୍ୟସଭା ନିର୍ବାଚନକୁ ନେଇ ଆଲୋଚନା ପରେ ଦଳ ପ୍ରାର୍ଥୀ ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଜି ଗୋଟିଏ ଆସନରେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ସୂଚନା ମିଳିଛି।
ରାଜ୍ୟସଭା ପାଇଁ ସନ୍ତୃପ୍ତ ମିଶ୍ର ଓ ସୁଜାତା କାର୍ତ୍ତିକେୟନଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି। ଏସବୁ ଚର୍ଚ୍ଚା ଭିତରେ ନବୀନ ନିବାସରେ ପହଞ୍ଚିଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା। ଗତକାଲି ପିସିସି ସଭାପତି ଭକ୍ତ ଦାସ ଡାକ୍ତର ହୋତାଙ୍କ ନାଁ ନେଇଥିଲେ। ତେଣୁ ତାଙ୍କୁ ନେଇ ଚତୁର୍ଥ ଆସନ ନେଇ ଆଲୋଚନା ଜୋର ଧରିଥିଲା।
ଗତକାଲି ବି ବିଧାୟକମାନଙ୍କୁ ଡାକି ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ। ତାପୂର୍ବରୁ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକରେ ବି ବିଚାରବିମର୍ଶ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/bjd-candidate-2026-02-28-12-13-10.jpg)