BJD Photograph: (OTV)
ଦୁଇ ଦିନ ତଳେ ଦିବ୍ୟଶଙ୍କର ଆଉ ଏବେ ଦେବେଶ। କଳିକେଶଙ୍କ ସପକ୍ଷରେ ବଢ଼ୁଛି ଗୋଟେ ପରେ ଗୋଟେ ମତ। ବିଜେଡିର ପରବର୍ତ୍ତୀ ନେତୃତ୍ବ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିଅନ୍ତୁ ବୋଲି ଇସାରା ଇସାରାରେ କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ।
ଗତକାଲି ବଲାଙ୍ଗିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେବେଶଙ୍କ ଏଭଳି ମନ୍ତବ୍ୟ ଅନେକ ଚର୍ଚ୍ଚା ସୃଷ୍ଟି କରିଛି।କଳିକେଶଙ୍କ କ୍ରୀଡ଼ାଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ଦକ୍ଷତା ରହିଛି। ପଶ୍ଚିମ ଓଡ଼ିଶା ଏବଂ ଓଡ଼ିଶାବାସୀ ଆଶା କରୁଛନ୍ତି କି ସେ ନେତୃତ୍ବ ନିଅନ୍ତୁ।
ବିଜେଡି ନାଁ ନକହିଥିଲେ ବି ସେ ଦିଗକୁ ସେ ଇସାରା ଦେଇଛନ୍ତି। ଏହା ପୂର୍ବରୁ ବି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କଳିକେଶଙ୍କୁ ରାଜ୍ୟ ନେୃତୃତ୍ବ ମିଳୁ ବୋଲି ଖୋଲାଖୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/bjd-2026-01-29-10-52-56.jpg)