BJD Photograph: (OTV)
ବିଜେଡି ସୁପ୍ରିମୋଙ୍କ ଜନ୍ମଦିନରେ ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ। ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ କଟକରେ ଜଳଜଳ କରି ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ପୃଥକ ପୃଥକ ସ୍ଥାନରେ ବିଜେଡି ପକ୍ଷରୁ ନବୀନଙ୍କ ଜନ୍ମଦିନ ପାଳନ କରାଯାଇଛି। ଗୋଟିଏ ପଟେ ଜିଲ୍ଲା ବିଜେଡ଼ି ପକ୍ଷରୁ ମେୟର ସୁବାଷ ସିଂ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ଙ୍କ ସହ କର୍ପୋରେଟର ମିଶି ସିଡିଏ ଠାରେ ଏକ ଅନାଥ ଆଶ୍ରମରେ ଫଳ ବଣ୍ଟିବା ସହ କେକ କଟିଛନ୍ତି। ଏଥିରେ କିଛି ଦଳୀୟ କର୍ମୀମାନେ ବି ସାମିଲ ଥିଲେ।
ଅନ୍ୟପଟେ ଦେବାଶିଷ ସାମନ୍ତରାୟ ଓ ତାଙ୍କ ସମର୍ଥକ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବାଣ୍ଟିବା ସହ ନବୀନଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏ ବାବଦରେ ଦେବାଶିଷ କହିଛନ୍ତି କଟକରେ ବିଜେଡି ଗୋଟିଏ। ଦ୍ୱିତୀୟ ବିଜେଡି ନାହିଁ। ମୁଁ ଏଠାରେ ବିଧାୟକ ଥିଲି ନବୀନ ବାବୁଙ୍କ ଜନ୍ମଦିନ ପାଳନ କରୁଛୁ। ଅସଲ ବିଜେଡି କେଉଁଟା ତାଙ୍କୁ ପଚରାଯାଉ। ମୋତେ କାର୍ଯ୍ୟକ୍ରମକୁ ଡାକିବା ପାଇଁ ସେମାନଙ୍କର ସତ୍ ସାହସ ନାହିଁ। ସେମାନେ ନିମ୍ନ ସ୍ତରର ନେତା।
ଦେବାଶିଷଙ୍କ ଏଭଳି କଡା ଟିପ୍ପଣୀ ପରେ ପ୍ରତିକ୍ରିୟା ରଖିଛନ୍ତି ସୁବାଷ ସିଂ। ସେ କହିଛନ୍ତି, ମେୟର ଏବଂ ଜିଲ୍ଲା ସଭାପତି ଯଦି ନିମ୍ନ ସ୍ତରର ତା’ହେଲେ ସେ କ’ଣ। ଆଜି ନବୀନ ବାବୁଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଜିଲ୍ଲା ବିଜେଡ଼ି ପକ୍ଷରୁ କରାଯାଇଥିଲା। ସେଥିରେ ସମସ୍ତେ ଉପସ୍ଥିତ ଥିଲେ ହେଲେ ଦେବାଶିଷ ନଥିଲେ। ସେ କେତେବେଳେ କଣ ବକ୍ତବ୍ୟ ରଖନ୍ତି ସେ ଜାଣନ୍ତିନି। ତାଙ୍କ ବକ୍ତବ୍ୟ ବାବଦରେ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସୁବାଷ ସିଂ କହିଛନ୍ତି।
ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ
ନବୀନଙ୍କ ଜନ୍ମଦିନରେ କଟକ ବିଜେଡିରେ ଗୋଷ୍ଠୀ କନ୍ଦଳ
ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂ ମଧ୍ୟରେ ତୁ ତୁ ମେ ମେ
କାର୍ଯ୍ୟକ୍ରମକୁ ଡାକିବା ପାଇଁ ସେମାନଙ୍କର ସତ୍ ସାହସ ନାହିଁ- ଦେବାଶିଷ
ଦେବାଶିଷଙ୍କ ସମସ୍ତ ବକ୍ତବ୍ୟ ହାଇକମାଣ୍ଡ ତର୍ଜମା କରୁଛନ୍ତି- ସୁବାସ ସିଂ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/bjd-2025-10-16-16-26-54.jpg)