ବିଜେଡି Photograph: (OTV)
ବିଜେଡିର ବିଧାନସଭା ଘେରାଉ ବେଳେ ପ୍ରବଳ ଉତ୍ତେଜନା। ବ୍ୟାରିକେଡ୍ ଭାଙ୍ଗିବା ସହ ବିଧାନସଭା ଆଡ଼କୁ ଧସେଇ ପଶିବା ବେଳେ ଖଣ୍ଡଯୁଦ୍ଧ ହୋଇଛି। ପୋଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ପାଣିମାଡ଼ ହୋଇଛି।
ସରକାର ବିରୋଧୀ ନାରା ଦେବା ସହ ଆନ୍ଦୋଳନକାରୀ ୨ଟି ବ୍ୟାରିକେଡ୍ ଭାଙ୍ଗିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି। ବିକ୍ଷୋଭରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ସାମିଲ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/23/230925_bjd-strike-2025-09-23-12-12-33.jpg)