Advertisment

BJD Buzz Intensifies: ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ନେଇ ସଫା ହେଉଛି ରାସ୍ତା ? ପ୍ରମିଳା କହିଲେ ମିଶିଲେ କର୍ମୀ ହୋଇ କାମ କରିବେ

ପ୍ରତିଷ୍ଠା ଦିବସ ଯେତେ ପାଖଉଛି, ବିଜେଡିରେ ସୁଜାତା ଝଡ଼ ସେତେ ତେଜୁଛି। ଆଗରୁ ବିପକ୍ଷବାଦୀ ବାହାରିଥିଲେ ଆଜି ସାମ୍ନାକୁ ଆସିଛନ୍ତି ସପକ୍ଷବାଦୀ। ହେଲେ ନବୀନ ଏବେ ବି ନୀରବ।

SUJATA

SUJATA Photograph: (OTV)

Advertisment

ପ୍ରତିଷ୍ଠା ଦିବସ ଯେତେ ପାଖଉଛି, ବିଜେଡିରେ ସୁଜାତା ଝଡ଼ ସେତେ ତେଜୁଛି। ଆଗରୁ ବିପକ୍ଷବାଦୀ ବାହାରିଥିଲେ ଆଜି ସାମ୍ନାକୁ ଆସିଛନ୍ତି ସପକ୍ଷବାଦୀ। ହେଲେ ନବୀନ ଏବେ ବି ନୀରବ। ସ୍ନେହାଙ୍ଗିନୀଙ୍କ ପରେ ସୁବାସ, ପ୍ରଦୀପ ଓ ପ୍ରମିଳାଙ୍କ ବୟାନକୁ ନେଇ ବଢିଲା ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା। ଗତକାଲି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଶଙ୍ଖ ଭବନରେ କିଛି ମହିଳା ନେତ୍ରୀଙ୍କୁ ଧରି ବୈଠକ କରିଥିଲେ। ଆଉ ଗଣମାଧ୍ୟମକୁ କହିଥିଲେ, ନବୀନ ବାବୁ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସ୍ୱାଗତ କରିବୁ। ତାଙ୍କ ସ୍ୱରରେ ସ୍ୱର ମିଶାଇ କଟକ ମେୟର ସୁବାସ ସିଂ କହିଛନ୍ତି ଯଦି ନବୀନ ବାବୁ ନିଷ୍ପତ୍ତି ନିଅନ୍ତି ତେବେ ତାକୁ ସମସ୍ତେ ସ୍ୱାଗତ କରିବେ। ସେ ସବୁବେଳେ ସରକାରୀ ବ୍ୟବସ୍ଥାରେ ସହଯୋଗ କରିଥିଲେ ଏବେ ନବୀନ ବାବୁଙ୍କୁ ସହଯୋଗ କରୁଛନ୍ତି। ଯିଏ ନବୀନ ବାବୁଙ୍କୁ ସହଯୋଗ କରୁଛନ୍ତି ଆମେ ମାନିବା ଦଳକୁ ସହଯୋଗ କରୁଛନ୍ତି। ସେହିପରି ସମାନ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଦୀପ ସାହୁ। ଆଉ ପାଦେ ଆଗକୁ ଯାଇ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯଦି ସୁଜାତା ମିଶନ୍ତି ତାହେଲେ ଦଳରେ କର୍ମୀ ହୋଇ କାମ କରିବେ। ଅନେକ ସମୟରେ ଅନେକ ଆଇଏଏସ୍ ଅଧିକାରୀ ରାଜନୀତିକୁ ଆସିଛନ୍ତି। ଯଦି ଲୋକସେବା କରିବାକୁ ସୁଜାତା ଚାହିଁବେ, ନବୀନଙ୍କ ନେତୃତ୍ୱରେ କାମ କରିବେ।...

Advertisment



ଅନ୍ୟପଟେ ସୁଜାତାଙ୍କ ଏଣ୍ଟ୍ରି ବିରୋଧରେ ଅନେକ ନେତା ମୁହଁ ଖୋଲିବା ସହ ବାରମ୍ବାର ମେଳି କରି ସିଧା ବାର୍ତ୍ତା ବି ଦେଇଛନ୍ତି। ନିକଟରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ ସୁଜାତା ଯଦି ଦଳକୁ ଆସନ୍ତି ତାହେଲେ ଏହା ରାଜନୈତିକ ଭୁଲ୍ ନିଷ୍ପତ୍ତି ହେବ। ଏହାସହ ପାଣ୍ଡିଆନଙ୍କ ଗ୍ରହଣୀୟତା ନଥିବାରୁ ଦଳର ବିପର୍ଯ୍ୟୟ ଘଟିଲା ବୋଲି ବି କହିଥିଲେ ଦେବାଶିଷ। ସେହିପରି ପୂର୍ବତନ ବିଧାୟକମାନେ ମଧ୍ୟ ମେଳି କରି ଦଳର ନେତୃତ୍ବ ନବୀନ ନିଅନ୍ତୁ ବୋଲି କହିଥିଲେ।...

ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡିରେ ପୁଣି ଥରେ ଆରମ୍ଭ ହୋଇଥିବା ଆଣ୍ଟି-ପାଣ୍ଡିଆନ ଓ ପ୍ରୋ-ପାଣ୍ଡିଆନ ଲଢେଇ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚାକୁ କେଉଁ ମୋଡ଼ ଦେଉଛି ତା ଉପରେ ନଜର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ