amar-patnaik Photograph: (OTV)
ପଦ୍ମ ଧରିଲେ ଅମର ପଟ୍ଟନାୟକ । ବିଜେଡି ଛାଡ଼ି ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ । ସେ ବିଜେପିରେ ଯୋଗଦେବା ପରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଜେଡିକୁ ବାଏ ବାଏ କରି ବିଜେପିରେ ମିଶିଲେ ଅମର । ଭୁବନେଶ୍ୱରସ୍ଥିତ ବିଜେପିର କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଥିଲେ ଅମର ପଟ୍ଟନାୟକ । ସେ ବିଜେଡିର ଆଇଟି ସେଲ୍ ମୁଖ୍ୟ ଥିଲେ ।
ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ପରେ କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ସେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିରେ ମିଶିଛନ୍ତି । ସେ କହିଛନ୍ତି ଯେ ବିଜେପି ସରକାର ଉଭୟ କେନ୍ଦ୍ର ଓ ରାଜ୍ୟରେ ବହୁତ ଭଲ କାମ କରୁଛନ୍ତି । ବିଜେପି ସରକାର ବିଶେଷ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ନକ୍ସଲବାଦ ମୂଳପୋଛ ହେବାକୁ ବସିଲାଣି। ଏହା କିଛି କମ୍ କଥା ନୁହେଁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/03/amar-patnaik-2025-11-03-13-06-41.jpg)