Assam Congress Photograph: (OTV)
ଆସାମ କଂଗ୍ରେସକୁ ବଡ଼ ଝଟକା। ବିଜେପିର ଯୋଗଦେଲେ ପୂର୍ବତନ ଆସାମ କଂଗ୍ରେସ ମୁଖ୍ୟ ଭୂପେନ ବୋରା। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଭୂପେନ ବୋରା। ଗୁଆହାଟୀରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ।
ଆଗକୁ ଆସାମରେ ବିଧାନସଭା ନିର୍ବାଚନ ଥିବାବେଳେ ବୋରା ଗତ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ ଭୂପେନ ବୋରା। କଂଗ୍ରେସରୁ ଇସ୍ତଫା ଦେବା ପରେ ଆସାମ ରାଜନୀତିରେ ହଲଚଲ୍ ଦେଖିବାକୁ ମିଳିଥିଲା। ରାଜ୍ୟରେ ଦଳ ପକ୍ଷରୁ ତାଙ୍କୁ ଯେତିକି ଗୁରୁତ୍ବ ମିଳିବା କଥା ମିଳୁନଥିବା ଅଭିଯୋଗ କରିଥିଲେ ଭୂପେନ। ଦଳରେ ଅବହେଳା ପ୍ରଦର୍ଶନ ଅଭିଯୋଗ କରି ଇସ୍ତଫା ଦେଇଥିଲେ ପୂର୍ବତନ ଆସାମ କଂଗ୍ରେସ ସଭାପତି ଭୂପେନ ବୋରା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/assam-congress-2026-02-22-12-15-09.jpg)