Shreemayee Mishra Photograph: (OTV)
ବିଜେଡିରୁ ଶ୍ରୀମୟୀ ବିଦା । ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିଲା । ନବୀନ ନୁହେଁ, ବିଜେଡିରେ ଏବେ ପାଣ୍ଡିଆନ୍ ଶାସନ ! ଏଇ ଏବେ ଏବେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ବିଦା ହୋଇଥିଲେ । ଆଉ ସେମାନଙ୍କ ଭୁଲ୍ ଥିଲା ପରୋକ୍ଷରେ ପାଣ୍ଡିଆନଙ୍କ ନାଁକୁ ନେଇ ବୟାନ ଦେବା । ପୂର୍ବରୁ ଅନେକ ନେତା ପାଣ୍ଡିଆନଙ୍କ ନାଁ ନେଇ ବଳି ପଡ଼ିଛନ୍ତି । ସେହିଭଳି ଏବେ ଶ୍ରୀମୟୀଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବନ କରିଛନ୍ତି ଉପସଭାପତି ପ୍ରତାପ ଜେନା । ନବୀନଙ୍କ ନିର୍ଦ୍ଦେଶରେ ନା ଆଉ କାହା ଇଙ୍ଗିତରେ ଶ୍ରୀମୟୀ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ତା’ କେବଳ ବିଜେଡି ନେତାଙ୍କୁ ଜଣା । କାରଣ ନବୀନ ଅଛନ୍ତି ଦିଲ୍ଲୀରେ । ହେଲେ ଭୁବନେଶ୍ବରରୁ ନେତାଙ୍କ ଉପରେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ ।
ସେପଟେ ଶ୍ରୀମୟୀଙ୍କୁ ଦଳରୁ ନିଲମ୍ବନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନିଜେ ଜଣେ ମହିଳା ହୋଇ ଅନ୍ୟ ଜଣେ ମହିଳାଙ୍କ ପ୍ରତି ଭୁଲିଯାଇଛନ୍ତି ବ୍ୟବହାର । କିଏ ସେ ? ଆମେ କ’ଣ ନିୟମ ତା’ ଠାରୁ ଶିଖିବୁ ? ଯାହା ହୋଇଛି ଶ୍ରୀମୟୀଙ୍କ ପ୍ରତି କିଛି ଅନ୍ୟାୟ ହୋଇନି ବୋଲି କହିବା ସହ ଆହୁରି ଅନେକ କଟୁ ମନ୍ତବ୍ୟ ଦେଇଛନ୍ତି ପ୍ରମିଳା ।
ବିଜେଡିର ଏ ସବୁ ବିବାଦ ଭିତରେ କଂଗ୍ରେସ କହିଛି ଶ୍ରୀମୟୀଙ୍କୁ କମ୍। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଶ୍ରୀମୟୀ କଂଗ୍ରେସକୁ ଆସିବା ନେଇ ସଭାପତି ନିଷ୍ପତ୍ତି ନେବେ । ସେ ଆସିଲେ ଭଲ ।
ଶ୍ରୀମୟୀଙ୍କୁ ନେଇ ଉଠୁଛି ପଡ଼ୁଛି ବିଜେଡି । ବିଜେଡି ନେତା ଦେଉଛନ୍ତି ପ୍ରତିକ୍ରିୟା । ସୋସିଆଲ ମିଡିଆରୁ ଆଟାକ୍ କରୁଛନ୍ତି ଶ୍ରୀମୟୀ । ହେଲେ କଂଗ୍ରେସରୁ ଶ୍ରୀମୟୀଙ୍କ ଅଫର ପରେ ଆଗକୁ ଶ୍ରୀମୟୀ କେଉଁ ପଦକ୍ଷେପ ନେଉଛନ୍ତି ତା’ ଦେଖିବାକୁ ବାକି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/25/shreemayee-mishra-2025-09-25-12-43-25.jpg)