Advertisment

Arun Sahoo's 'Peeda' Sparks Debate: ‘ପୀଡା’ରେ କାହାକୁ ଟାର୍ଗେଟ କରିଛନ୍ତି ଅରୁଣ? ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା

ବିଜେଡି ବିଧାୟକ ଅରୁଣ ସାହୁଙ୍କ ବହି "ପୀଡ଼ା"କୁ ନେଇ ଚର୍ଚ୍ଚା। ଓଡ଼ିଆ ପଢି ନ ଆସିବା, ଲେଖି ନ ଆସିବା ଠାରୁ ବଳି ଅପମାନ ଜନକ କଥା କିଛି ନାହିଁ ବୋଲି ଲେଖିଛନ୍ତି ଅରୁଣ।

Arun Sahoo

Arun Sahoo Photograph: (OTV)

Advertisment

ବିଜେଡି ବିଧାୟକ ଅରୁଣ ସାହୁଙ୍କ ବହି "ପୀଡ଼ା"କୁ ନେଇ ଚର୍ଚ୍ଚା। ଓଡ଼ିଆ ପଢି ନ ଆସିବା, ଲେଖି ନ ଆସିବା ଠାରୁ ବଳି ଅପମାନ ଜନକ କଥା କିଛି ନାହିଁ ବୋଲି ଲେଖିଛନ୍ତି ଅରୁଣ। ତେବେ କାହା ଉଦ୍ଦେଶ୍ୟରେ ଅରୁଣ ଏହି ପ୍ରସଙ୍ଗଟିକୁ ଲେଖିଛନ୍ତି ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା। 

Advertisment

ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ଓଡ଼ିଆ ପଢି ପାରୁନଥିବା କି କହି ପାରୁନଥିବା ପ୍ରସଙ୍ଗକୁ ପରୋକ୍ଷରେ ଅରୁଣ ଉଲ୍ଲେଖ କରିଥିବା ଚର୍ଚ୍ଚା ଜୋର ଧରିଛି। ଓଡ଼ିଆ ପଢି ନ ଆସିବା, ଲେଖି ନ ଆସିବା, ଏହାଠାରୁ ବଳି ଆଉ ଅଧିକା କ'ଣ ଅପମାନଜନକ କଥା ହେଇପାରେ ବୋଲି “ପୀଡ଼ା”ରେ ଉଲ୍ଲେଖ କରିଛନ୍ତି ଅରୁଣ। ଅରୁଣଙ୍କ ଏହି ଓଡ଼ିଆ ପଢି ନଆସିବା, ଲେଖି ନ ଆସିବା ପ୍ରସଙ୍ଗ କାହା ଉଦ୍ଦେଶ୍ୟରେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। 

“ପୀଡ଼ା” ବହିରେ ଅରୁଣ ଉଲ୍ଲେଖ କରିଛନ୍ତି, ସହରୀ ସଭ୍ୟତାରେ କଥା କଥାରେ କହନ୍ତି ମୋତେ ଭଲରେ ଓଡିଆ ପଢ଼ି ଆସେନି, ଲେଖି ଆସେନି। ଏହାଠାରୁ ବଳି ଆଉ ଅଧିକା କ'ଣ ଅପମାନଜନକ କଥା ହେଇପାରେ ? ତଥାପି ସେମାନଙ୍କୁ ଦୋଷ ଦିଆଯାଇ ପାରେନା କାରଣ, ସେମାନେ ଉଚ୍ଚ ସୋପାନର ମଣିଷ। ଉଚ୍ଚ ଆକାଂକ୍ଷା। 

Advertisment

କିନ୍ତୁ ଅନ୍ତରାତ୍ମାକୁ ମାରି ଦେଇ ଆନ୍ତର୍ଜାତିକ ସ୍ତରକୁ ଯିବାର ମାନେ କ'ଣ? ମାଟି ମା' ପ୍ରତି ମମତା, ଭାଷା ପ୍ରତି ସମ୍ମାନ ଦେଖେଇବାଟା ହୃଦନଳୀରେ ରକ୍ତପ୍ରବାହ ଭଳି ହେବା ଦରକାର। ମାଟି ମା’ ପ୍ରତି ମମତା, ଭାଷାପତି ସମ୍ମାନ ନ ରହିଲେ ପିଣ୍ଡରୁ ପ୍ରାଣ ଛାଡ଼ିଗଲା ଭଳି ଯଦି ହୃଦବୋଧ ନ ହେବ, ସେତେବେଳ ଯାଏ ଆମ ଜାତିର ଉତ୍ ଥାନ ହେଇନାହିଁ ବୋଲି ଧରି ନିଆଯିବ।

Arun Sahoo Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ