Advertisment

Complete Gujarat Cabinet Quits: ଗୁଜରାଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଲେ, କାରଣ କ'ଣ?

ଗୁଜୁରାଟର ସବୁ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ସନ୍ଧ୍ୟାରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ। ଆସନ୍ତା କାଲି ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାର କାର୍ଯ୍ୟକ୍ରମ ରହିଛି।

Gujrat

Gujrat Photograph: (OTV)

Advertisment

ଗୁଜୁରାଟର ସବୁ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ସନ୍ଧ୍ୟାରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ। ଆସନ୍ତା କାଲି ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାର କାର୍ଯ୍ୟକ୍ରମ ରହିଛି। 

Advertisment

ଶୁକ୍ରବାର ସକାଳ ୧୧:୩୦ ରେ ନୂତନ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯିବାର ଅଛି । ମହାତ୍ମା ମନ୍ଦିରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ। ସୂତ୍ର ଅନୁସାରେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ସବୁ ମନ୍ତ୍ରୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସେମାନଙ୍କର ଇସ୍ତଫାପତ୍ର ପ୍ରଦାନ କରିଥିଲେ।

କାହିଁକି ପଡିଲା ଆବଶ୍ୟକତା ?

କୁହାଯାଉଛି ଯେ, ଏହି ଅଦଳବଦଳରେ ବିଜେପି ଏହାର ବର୍ତ୍ତମାନର ୫୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କୁ ହଟାଇପାରେ। ତଥାପି କିଛି ମନ୍ତ୍ରୀଙ୍କୁ ପଦୋନ୍ନତି ମଧ୍ୟ ଦିଆଯିବାର ସମ୍ଭାବନା ଅଛି। ଏହା ସହିତ ୨୦ ରୁ ଅଧିକ ନୂତନ ମୁହଁକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ଗୁଜରାଟରେ ଏହି ଅଦଳବଦଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ସିଆର ପାଟିଲଙ୍କ ସମେତ ରାଜ୍ୟ ବିଜେପି ନେତୃତ୍ୱ ଏବଂ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ମଧ୍ୟରେ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

Advertisment

ନୂତନ ରାଜ୍ୟ ବିଜେପି ସଭାପତି ଜଗଦୀଶ ବିଶ୍ୱକର୍ମା (ଜଣେ ମନ୍ତ୍ରୀ ମଧ୍ୟ)ଙ୍କ ନିଯୁକ୍ତି ପରେ ଏହି ସମ୍ପ୍ରସାରଣ ହୋଇଛି। ସମ୍ଭବତଃ ଜଗଦୀଶ ବିଶ୍ୱକର୍ମାଙ୍କୁ ତାଙ୍କ ମନ୍ତ୍ରୀ ପଦରୁ ମୁକ୍ତ କରାଯିବ ଯାହାଦ୍ୱାରା ସେ ସାଂଗଠନିକ ଦାୟିତ୍ୱରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିବେ। ଗୁଜରାଟରେ ଆସନ୍ତା ବର୍ଷ ଆରମ୍ଭରେ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୭ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି।

Gujrat Cabinet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ