Advertisment

After Moquims Rebellion: ବାପାଙ୍କ ପରେ ଝିଅ ! ବାପାଙ୍କ ସହ ଯିବେ ନା କଂଗ୍ରେସ ସହ ରହିବେ

ଏବେ ସମସ୍ତଙ୍କ ନଜର ରହିଛି ଝିଅ ସୋଫିଆଙ୍କ ଉପରେ। ଅତୀତରେ ବାପାଙ୍କ ସମସ୍ତ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ପ୍ରତିଟି ପ୍ରସଙ୍ଗକୁ ସମର୍ଥନ କରିଥିବା ସୋଫିଆ ମୋକିମଙ୍କ ବିଦ୍ରୋହ ନେଇ ମୁହଁ ଖୋଲି ନାହାନ୍ତି।

Sofia

Sofia Photograph: (OTV)

Advertisment

ମହମ୍ମଦ ମୋକ୍କିମ କଂଗ୍ରେସରୁ ବିଦା ହେବା ପରେ ଝିଅ ସୋଫିଆଙ୍କର କଣ ହେବ ? ସୋଫିଆ କଂଗ୍ରେସରେ ରହିବେ ନା ବାପାଙ୍କ ସହିତ ଯିବେ । କୁହାଯାଉଛି ଆସନ୍ତା ୨୬ରେ ଏକ ବଡ ନିଷ୍ପତ୍ତି ନେଇପାରନ୍ତି ମହମ୍ମଦ ମୋକିମ। ଓଡିଶା ଲୋକ କଂଗ୍ରେସ ନାଁରେ ଏକ ପାର୍ଟି ଗଠନ କରିବାକୁ ଏକପ୍ରକାର ନିଷ୍ପତ୍ତି ନେଇସାରିଛନ୍ତି। ଖୁବଶୀଘ୍ର ଏହା ଘୋଷଣା କରିପାରନ୍ତି ମୋକ୍କିମ ।

Advertisment

ଏବେ ସମସ୍ତଙ୍କ ନଜର ରହିଛି ଝିଅ ସୋଫିଆଙ୍କ ଉପରେ। ଅତୀତରେ ବାପାଙ୍କ ସମସ୍ତ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ପ୍ରତିଟି ପ୍ରସଙ୍ଗକୁ ସମର୍ଥନ କରିଥିବା ସୋଫିଆ ମୋକିମଙ୍କ ବିଦ୍ରୋହ ନେଇ ମୁହଁ ଖୋଲି ନାହାନ୍ତି। ନିକଟରେ ଯଦିଓ ସୋଫିଆଙ୍କୁ କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟର ସାଙ୍ଗଠନିକ ଦାୟିତ୍ବ ଦିଆଯାଇଥିଲା ତେବେ ଏଥିରେ ସେ ଆଦୌ ସନ୍ତୁଷ୍ଟ ନୁର୍ହନ୍ତି। ଉତ୍ତରାଖଣ୍ଡକୁ ବାଦ ଦେଲେ ତାମିଲନାଡୁ, ତେଲେଙ୍ଗାନା ରାଜ୍ୟ ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଥିଲେ ବି ସୋଫିଆ ଏହାକୁ ଗୁରୁତ୍ବ ଦେଇନାହାନ୍ତି । ତେବେ ଯଦି ବାପା ନୂଆ ଦଳ ଗଢନ୍ତି ଝିଅ ହିସାବରେ ନିଶ୍ଚିନ୍ତ ଭାବରେ ସୋଫିଆଙ୍କ ପରୋକ୍ଷ ସମର୍ଥନ ରହିବ । ତେବେ ବାପା ମୋକ୍କିମ କିନ୍ତୁ ଝିଅ ଭବିଷ୍ୟତକୁ ନେଇ କହିଛନ୍ତି କିଛି ଭିନ୍ନ କଥା। 

ଯଦି ସୋଫିଆ ବାପାଙ୍କୁ ସମର୍ଥନ କରି ନିଜ ଆଡୁ ଦଳରୁ ଇସ୍ତଫା ଦିଅନ୍ତି ତେବେ ବିଧାୟିକା ପଦ ରହିବ ନାହିଁ। ବାରବାଟୀ କଟକରେ ପୁଣି ଏକ ଉପନିର୍ବାଚନ ହେବ। ଏପରି ହେଲେ ସୋଫିଆଙ୍କ ପାଇଁ ନୂଆ ସମସ୍ୟା ଛିଡା ହୋଇପାରେ। ତେଣୁ ସେ ଏଭଳି କରିବାକୁ ଚାହିଁବେ ନାହିଁ। 

ଅନ୍ୟପଟେ ରାଜ୍ୟ କଂଗ୍ରେସରେ ଏବେ ଚାଲିଛି ଜାନକୀ କଂଗ୍ରେସ ବନାମ ଜନତା କଂଗ୍ରେସ। ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ନେତାଙ୍କର ଏକ ବୈଠକ ହୋଇଥିଲା। ଯେଉଁଥିରେ ମହମ୍ମଦ ମୋକିମ ମଧ୍ୟ ସାମିଲ ହୋଇଥିଲେ। ଏପରିକି ପଟ୍ଟନାୟକ ପରିବାର ମଧ୍ୟ ମୋକ୍କିମଙ୍କ ସହ ଥିବା ଚର୍ଚ୍ଚା ହେଉଛି। କୁହାଯାଉଛି, ମୋକିମଙ୍କୁ ଆଗରେ ରଖି ଲଢେଇ କରୁଛି ଜାନକୀ କଂଗ୍ରେସ। ସେପଟେ ଭକ୍ତଙ୍କୁ ସାମନାରେ ରଖି ଲଢେଇ କରୁଛି ଜନତା କଂଗ୍ରେସ ବୋଲି କଂଗ୍ରେସ ଭବନରେ ଚାଲିଛି ଚର୍ଚ୍ଚା । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ