ସପ୍ତମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା ।
Published By: Sujit kumar Swain
Last updated: 23 July 2024, 07:10 PM IST
ଚର୍ଚ୍ଚାରେ ଅର୍ଥମନ୍ତ୍ରୀଙ୍କ ଶାଢୀ । କାହିଁକି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଏତେ ଚର୍ଚ୍ଚା ? ସପ୍ତମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢ଼ୀକୁ ନେଇ ଢେର୍ ଚର୍ଚ୍ଚା। ଏଥର ମଧ୍ୟ ପାରମ୍ପରିକ ଶାଢୀ ପିନ୍ଧି ସଂସଦରେ ବଜେଟ ଆଗତ କରିଛନ୍ତି । ତେବେ ଜାଣନ୍ତୁ ଏହା ପଛର ରହସ୍ୟ...
ଚଳିତ ଥର ଏକ ଘିଅ ରଙ୍ଗ ଓ ବାଇଗେଣୀ ରଙ୍ଗର ଶାଢୀରେ ନଜର ଆସିଛନ୍ତି ଅର୍ଥମନ୍ତ୍ରୀ । ତେବେ ନିର୍ମଳାଙ୍କ ଏହି ଶାଢୀର ରଙ୍ଗ ଶୁଦ୍ଧାତା, ସ୍ବଚ୍ଛତା, ଏକତା ଓ ଭାରତୀୟ ସଂସ୍କୃତିର ବାର୍ତ୍ତା ପ୍ରଦାନ କରେ...
ଫେବୃଆରୀ ୧ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣ । ଏହି ସମୟରେ ମଧ୍ୟ ତାଙ୍କ ଶାଢୀ ଚର୍ଚ୍ଚାକୁ ଆସିଥିଲା । ନୀଳ ଓ କ୍ରିମ ରଙ୍ଗର 'କାନ୍ଥା ଷ୍ଟିଚ' କାମ ଥିବା ଶାଢୀ ପିନ୍ଧି ଚଞ୍ଚଳ ଓ ଗତିଶୀଳତାର ବାର୍ତ୍ତା ଦେଇଥିଲେ।
୨୦୨୩ରେ ଲାଲ ଓ କଳା ରଙ୍ଗର ଶାଢୀ ସହ ସାହାସ, ପ୍ରେମ ଓ ପ୍ରତିଶୃତିର ବାର୍ତ୍ତା ଦେଇଥିଲେ ।
୨୦୨୨ରେ ଓଡ଼ିଶାର ପାରମ୍ପରିକ ବୋମକାଇ ଶାଢୀ ସହ ନିରାପତ୍ତାର ବାର୍ତ୍ତା ଦେଇଥିଲେ ।
୨୦୨୧ରେ ପୋଞ୍ଚାମପଲ୍ଲି ଶାଢୀ ସହ ନିଷ୍ଠାର ବାର୍ତ୍ତା ଦେଇଥିଲେ ।
୨୦୨୦ରେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ସମୃଦ୍ଧିର ବାର୍ତ୍ତା ଦେଇଥିଲେ ।
୨୦୧୯ ବଜେଟ ଉପସ୍ଥାପନ ବେଳେ ପିଙ୍କ ରଙ୍ଗର ଶାଢି ପିନ୍ଧି 'ଭୋକାଲ ଫର ଲୋକାଲ' ବାର୍ତ୍ତା ଦେଇଥିଲେ ନିର୍ମଳା ।