Top 5 Strongest Women in the World
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646745091.jpg)
1/6
ବିଶ୍ୱର ୫ ଚର୍ଚ୍ଚିତ ଚେହେରା ଯେଉଁମାନେ ନିଜ ବଳରେ ଅନେକ କିଛି କରି ଦେଖାଇଛନ୍ତି । ସମାଜରେ ନିଜ ଦମ୍ ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦୁନିଆରେ ଅନେକ କିଛି ହାସଲ କରିପାରିଛନ୍ତି । ବିଶ୍ୱ ମହିଳା ଦିବସ ଅବସରରେ, ଜାଣନ୍ତୁ ବିଶ୍ୱର ଏହି ପାଞ୍ଚ ଜଣ ସଶକ୍ତ ମହିଳା ତଥା ଭିନ୍ନ ପ୍ରତିଭାମାନଙ୍କ ସ୍ୱପ୍ନ, ସାଧନା ଓ ସଂଘର୍ଷର କାହାଣୀ...
2/6
କମଲା ହାରିସ୍- କମଲା ହାରିସ୍ ହୋଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ସେ ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି । କମଲା ହାରିସ୍ ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଏସୀୟ ଆମେରିକୀୟ ମହିଳା ହୋଇ ଇତିହାସ ରଚିଛନ୍ତି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646743457.jpg)
3/6
ନିର୍ମଳା ସୀତାରମଣ- ସାଧାରଣତଃ ସମସ୍ତେ ଜାଣିଥିବେ ଭାରତର ଅର୍ଥମନ୍ତ୍ରୀ ହେଉଛନ୍ତି ନିର୍ମଳା ସୀତାରମଣ । କେବଳ ଏତିକି ନୁହେଁ ବରଂ ସେ ବର୍ତ୍ତମାନ ଦେଶର ଅନ୍ୟତମ ଶକ୍ତିଶାଳୀ ମହିଳା ଏବଂ ଦୁନିଆର ଅନ୍ୟତମ ପ୍ରସିଦ୍ଧ ମହିଳା ଭାବେ ମଧ୍ୟ ପରିଚିତ । ଏମିତିକି ୨୦୨୧ ପାଇଁ ଫୋର୍ବସ୍ ତାଲିକାରେ ନିର୍ମଳା ସୀତାରମଣଙ୍କ ନାମ ରହିଛି। ପୂର୍ବରୁ ମଧ୍ୟ ନିର୍ମଳା ସୀତାରମଣ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ।
4/6
ତାସାଇ ଇନ୍ ୱେନ୍- ଏକ ଛୋଟ ଦେଶକୁ ଅତି ଉତ୍ସାହର ସହିତ ଆଗେଇ ନେବାରେ ତାସାଇ ଇନ୍ ୱେନ୍ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ଅନ୍ତର୍ଭୁକ୍ତ। ତାଇୱାନର ପ୍ରଥମ ମହିଳା ରାଷ୍ଟ୍ରପତି ହେଉଛନ୍ତି ତାସାଇ ଇନ୍ ୱେନ୍ । ୨୦୨୦ମସିହାରେ ସେ ତାଇୱାନର ରାଷ୍ଟ୍ରପତି ହୋଇଥିଲେ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646743567.jpg)
5/6
ଜାସିଣ୍ଡା ଆର୍ଡନ୍- ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା କୋଭିଡ-୧୯ କାରଣରୁ ତାଙ୍କ ବିବାହକୁ ବାତିଲ କରିଥିଲେ। ୨୦୦୮ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସେ ସାଂସଦ ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646743644.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us