ବର୍ଷା ଆରମ୍ଭ ହେବା କ୍ଷଣି ଦେଖାଦେଲାଣି ଡେଙ୍ଗୁର ଭୟ । ଏହାର ମୁକାବିଲା କରିବା ଲାଗି କଟକ ମହାନଗର ନିଗମ ଅଣ୍ଟା ଭିଡ଼ିଛି । ବିଶେଷ କରି ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସହରର ବିଭିନ୍ନ ୱାର୍ଡରେ ଏବେ ଏହି ଅଭିଯାନ ଜାରି ରହିଛି । ହେଲେ ଡେ଼ଙ୍ଗୁକୁ ପ୍ରତିହତ କରିବା ପାଇଁ ସିଏମସି ପକ୍ଷରୁ ନିଆଯଇଥିବା ପଦକ୍ଷେପ କୁ ନେଇ ସହରବାସୀ ଅସନ୍ତୋଷ ଜାହିର କରିଛନ୍ତି । ମଶା ତେଲ ସଠିକ୍ ଭାବେ ପଡୁ ନଥିବା ବେଳେ ସଫେଇ ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିବା ବୋଲି ଅଭିଯୋଗ କରିଛନ୍ତି କଟକବାସିନ୍ଦା
Published By: Sarbeswar
Last updated: 24 July 2023, 10:43 PM IST
ଡେଙ୍ଗୁ ନେଇ କଟକର ୨୬ ନମ୍ବର ୱାର୍ଡରେ ସଚେତନତା ରାଲି
ଏହା କଟକ ସହରର ଏକ ନାଳର ଦୃଶ୍ୟ...କେତେ ଅପରିଷ୍କାର ଦେଖନ୍ତୁ
ମଇଳା ପାଇଁ ପାଣି ଯାଉନି, ମଶା ବଂଶ ବୃଦ୍ଧି କରୁଛନ୍ତି
ଶହଶହ ସଂଖ୍ୟାରେ ଦିଶୁଛନ୍ତି ମଶା
ନାଳରେ ପାଣି କମ୍, ମଇଳା ଅଧିକ
ଚେଇଁ ଶୋଇଛି ସିଏମସି...ନାଳରେ ମଇଲା ପଡିବା ପରେ ଅବସ୍ଥା ଏବେ ଏମିତି