ଅନେକ ରାସ୍ତା ଯାହା ଆମେ ଆଜି ବ୍ୟବହାର କରୁଛୁ, ସେଗୁଡ଼ିକର କିଛି ପ୍ରାଚୀନ ଉତ୍ସ ରହିଛି, ହୁଏତ ଏକ ପଥ ଯାହା ପୂର୍ବରୁ ଚାଲିଥିଲା, କିମ୍ବା ବ୍ୟାପାରୀମାନଙ୍କ ଦ୍ୱାରା ବ୍ୟବହୃତ ଏକ ପାଦଚଲା ରାସ୍ତା। ଆରମ୍ଭରେ କିଛି ରାସ୍ତା ନିର୍ମାଣ କରାଯାଇଥିଲା ଯାହା ଦ୍ୱାରା ଲୋକେ, ବେପାରୀ, ସୈନ୍ୟ ଏବଂ ତୀର୍ଥଯାତ୍ରୀମାନେ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ସମୟ ସହିତ, ଏହି ରାସ୍ତାଗୁଡ଼ିକରେ କିଛି ପରିବର୍ତ୍ତନ ହୋଇଛି ଏବଂ ପୁନଃନିର୍ମାଣ କରାଯାଇଛି। ଏହି ରାସ୍ତାଗୁଡିକ ହଜାର ହଜାର ବର୍ଷ ପୂର୍ବର ଇଞ୍ଜିନିୟରିଂର କାହାଣୀ ବର୍ଣ୍ଣନା କରୁଛି। Photograph: (OTV)
/odishatv-khabar/media/media_files/2025/09/29/the-road-to-giza-egypt-2025-09-29-10-59-00.jpg)
ଗିଜା ରାସ୍ତା, ମିଶର
ଏହା ବିଶ୍ୱ (World) ଇତିହାସରେ ପ୍ରାଚୀନତମ ପକ୍କା ରାସ୍ତାଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ୪,୦୦୦ ବର୍ଷରୁ ଅଧିକ ସମୟ ଧରି ବ୍ୟବହୃତ ହେଉଛି। ଏହା ପ୍ରାୟ ୭.୫ ମାଇଲ (୧୨ କି.ମି.) ଲମ୍ବା ଏବଂ କାଇରୋର ଦକ୍ଷିଣ-ପଶ୍ଚିମକୁ ମୋଏରିସ ହ୍ରଦ ସହିତ ସଂଯୋଗ କରୁଛି, ଯାହା ନୀଲ ନଦୀ ସହିତ ଯୋଡ଼ି ହୋଇଛି। ପ୍ରାଚୀନ ନିର୍ମାଣକାରୀମାନେ ଗିଜାର ପିରାମିଡ ନିର୍ମାଣ ପାଇଁ ବଡ଼ ବଡ଼ ଚୂନାପଥର ଖଣ୍ଡ ନେବା ଆଣିବା ପାଇଁ ଏହି ରାସ୍ତା ବ୍ୟବହାର କରୁଥିଲେ। ଏବେ ଏହି ରାସ୍ତାର କେବଳ କିଛି ଅଂଶ ଅଛି, କିନ୍ତୁ ଏହାର ଇତିହାସ ଏବେ ମଧ୍ୟ ଜୀବନ୍ତ।
/odishatv-khabar/media/media_files/2025/09/29/the-nakasendo-highway-japan-2025-09-29-11-01-02.jpg)
ନାକାସେଣ୍ଡୋ ହାଇୱେ, ଜାପାନ
ଜାପାନରେ ନିର୍ମିତ ନାକାସେଣ୍ଡୋ ହାଇୱେ ୧୭ଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା, ଏହା ସବୁଠୁ ପୁରାତନ ପଥ ଭାବେ ଜଣାଶୁଣା। ଏହା କ୍ୟୋଟୋ ଏବଂ ଏଡୋ (ଆଧୁନିକ ଟୋକିଓ) ମଧ୍ୟରେ ଥିବା ପ୍ରାୟ ୩୧୦ ମାଇଲ ଲମ୍ବର ରାସ୍ତା। ଏହି ରାସ୍ତା ପ୍ରାରମ୍ଭରେ ପାଦ ଚଲା ଏବଂ ଘୋଡ଼ାରେ ଯିବା ପାଇଁ ବ୍ୟବହୃତ ହେଉଥିଲା। ଏବେ ପର୍ଯ୍ୟଟକମାନେ ଏହି ପଥର କିଛି ଅଂଶରେ ଚାଲିକରି ଯିବା ଆସିବା କରୁଛନ୍ତି। ଏଠାରେ ଥିବା ପୁରାତନ ଗ୍ରାମାଞ୍ଚଳ ଶତାବ୍ଦୀ ପୂର୍ବ ପରି ଦେଖାଯାଏ।
/odishatv-khabar/media/media_files/2025/09/29/the-silk-road-rome-to-china-2025-09-29-11-02-19.jpg)
ସିଲ୍କ ରୋଡ, ରୋମ ଠାରୁ ଚୀନ
ସବୁଠାରୁ ପ୍ରସିଦ୍ଧ ଏବଂ ବ୍ୟସ୍ତବହୁଳ ପୁରାତନ ମାର୍ଗଗୁଡ଼ିକ ମଧ୍ୟରୁ ଏକ, ସିଲ୍କ ରୋଡ ପଶ୍ଚିମରେ ରୋମକୁ ପୂର୍ବରେ ଚାଙ୍ଗଆନ (ଆଧୁନିକ ଜିଆନ, ଚୀନ) ସହିତ ସଂଯୋଗ କରୁଥିଲା। ଏହା ୨୦୦ ଖ୍ରୀଷ୍ଟପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ଶତାବ୍ଦୀ ଧରି ବ୍ୟାପାର, ରେଶମ, ମାଲ ପରିବହନ ହେଉଥିଲା। ଯାହା ଦ୍ବାରା ବିଭିନ୍ନ ଧର୍ମ ଓ ସଂସ୍କୃତିର ପ୍ରଚାରପ୍ରସାର ହେଉଥିଲା। ଏହି ରାସ୍ତାର କିଛି ଅଂଶ, ବିଶେଷ କରି ମଧ୍ୟ ଏସିଆ ଏବଂ ଦେଶଗୁଡ଼ିକର ସୀମାବର୍ତ୍ତୀ ଅଞ୍ଚଳରେ, ଏବେ ମଧ୍ୟ ଅଛି।
/odishatv-khabar/media/media_files/2025/09/29/the-ridgeway-uk-2025-09-29-11-03-27.jpg)
ଦି ରିଜୱେ, ଯୁକ୍ତରାଷ୍ଟ୍ର
ରିଜୱେ ବ୍ରିଟେନର ପ୍ରାଚୀନତମ ରାସ୍ତାଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ଇକ୍ନିଲ୍ଡ ୱେର ଏକ ଅଂଶ। ଏହା ପ୍ରାୟ ୫,୦୦୦ ବର୍ଷରୁ ଅଧିକ ସମୟ ଧରି ବ୍ୟବହୃତ ହୋଇ ଆସୁଛି। ପ୍ରାରମ୍ଭରେ ବ୍ୟାପାରୀ, ଯାତ୍ରୀ ଏବଂ ଡ୍ରୁଇଡମାନେ ଏହାକୁ ବ୍ୟବହାର କରୁଥିଲେ, ଏହା ଦକ୍ଷିଣରୁ ପୂର୍ବ ଇଂଲଣ୍ଡ ପର୍ଯ୍ୟନ୍ତ ଲମ୍ବିଥାଏ। ଏବେ ଏହି ମାର୍ଗ ସଂରକ୍ଷିତ ହୋଇ ରହିଛି ଏବଂ ପ୍ରାୟତଃ ପଥଚାରୀ ଏବଂ ପ୍ରାଚୀନ ସ୍ମାରକୀ ଅନୁସନ୍ଧାନ ପାଇଁ ବ୍ୟବହୃତ ହୁଏ। ବର୍ତ୍ତମାନ ଏହା ଏକ ପ୍ରମୁଖ ଯାତ୍ରା ମାର୍ଗ ନୁହେଁ।
/odishatv-khabar/media/media_files/2025/09/29/the-yuen-tsuen-ancient-trail-hong-kong-2025-09-29-11-04-43.jpeg)
ୟୁଏନ ସୁଏନ ପ୍ରାଚୀନ ଟ୍ରେଲ, ହଂକଂ
ଏହି ଟ୍ରେଲ ହଂକଂରେ ୟୁଏନ ଲଙ୍ଗ ଏବଂ ସୁଏନ ୱାନକୁ ଶତାବ୍ଦୀ ଧରି ସଂଯୋଗ କରିଆସୁଛି। ଏହା ଏକ ଅତି କଠିନ ପଥ ଥିଲା ଯାହାକୁ ଗ୍ରାମବାସୀ ଏବଂ ବ୍ୟାପାରୀମାନେ ବ୍ୟବହାର କରୁଥିଲେ। ଏବେ ମଧ୍ୟ ବ୍ୟସ୍ତବହୁଳ ସହର ମଧ୍ୟରେ ଏହି ଟ୍ରେଲର କିଛି ଅଂଶ ରହିଛି।
/odishatv-khabar/media/media_files/2025/09/29/the-old-great-north-road-australia-2025-09-29-11-05-28.png)
ଓଲ୍ଡ ଗ୍ରେଟ ନର୍ଥ ରୋଡ, ଅଷ୍ଟ୍ରେଲିଆ
ଏହି ରାସ୍ତା ୧୯ଶ ଶତାବ୍ଦୀର ଇଞ୍ଜିନିୟରିଂର ଏକ ମାଷ୍ଟରପିସ। ନ୍ୟୁ ସାଉଥ ୱେଲ୍ସରେ ସିଡନୀ ଏବଂ ନିଉକାସଲ ମଧ୍ୟରେ ଏହା ନିର୍ମିତ। ଏହି ରାସ୍ତା କିଛି ପୁରାତନ ଆଦିବାସୀଙ୍କ ଦ୍ବାରା ବ୍ୟବହାର କରାଯାଉଥିଲା। ଏହି ରାସ୍ତାର କିଛି ଅଂଶ ଐତିହ୍ୟ ସ୍ଥଳ ଭାବେ ସଂରକ୍ଷିତ ହୋଇଛି।
/odishatv-khabar/media/media_files/2025/09/29/the-old-north-trail-north-america-2025-09-29-11-06-10.png)
ଓଲ୍ଡ ନର୍ଥ ଟ୍ରେଲ, ଉତ୍ତର ଆମେରିକା
ଏହା ବ୍ଲାକଫିଟ ଜନଜାତି ଦ୍ୱାରା ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ପଥ ଥିଲା। କାନାଡାରୁ ମଣ୍ଟାନା ଏବଂ ମେକ୍ସିକୋ ଆଡ଼କୁ ଲମ୍ବିଥିବା ଏହି ରାସ୍ତା ବ୍ୟାପାର, ଗମନାଗମନ, ଶିକାର, ଏବଂ ସାଂସ୍କୃତିକ ଯାତ୍ରା ପାଇଁ ବ୍ୟବହୃତ ହେଉଥିଲା। ଏହାର କିଛି ଅଂଶ ଗ୍ଲେସିୟର ନ୍ୟାସନାଲ ପାର୍କ ପରି ସ୍ଥାନରେ ସଂରକ୍ଷିତ ହୋଇଛି।
/odishatv-khabar/media/media_files/2025/09/29/the-khmer-highway-cambodia-thailand-2025-09-29-11-10-18.jpg)
ଖ୍ମେର ହାଇୱେ, କମ୍ବୋଡିଆ/ଥାଇଲାଣ୍ଡ
ଖ୍ମେର ହାଇୱେ, ଯାହା କମ୍ବୋଡିଆର ଅଙ୍ଗକୋରକୁ ଥାଇଲାଣ୍ଡର ଫିମାଇ ସହିତ ସଂଯୋଗ କରୁଥିଲା, ପ୍ରାୟ ୨୨୫ କି.ମି. ଲମ୍ବ ବିଶିଷ୍ଟ ଏହି ରାସ୍ତା। ଏହା ଖ୍ମେର ସାମ୍ରାଜ୍ୟର ଏକ ଅଂଶ ଥିଲା। ପ୍ରକୃତି ମଧ୍ୟରେ ହଜିଗଲେ ବି ମନ୍ଦିରର ଭଗ୍ନାବଶେଷ ଏବଂ ରାସ୍ତାର ଖଣ୍ଡବିଖଣ୍ଡ ଏବେ ମଧ୍ୟ ଦେଖିବାକୁ ମିଳୁଛି।
/odishatv-khabar/media/media_files/2025/09/29/the-persian-royal-road-turkey-to-iran-2025-09-29-11-11-00.jpg)
ଦି ପର୍ସିଆନ୍ ରୟାଲ ରୋଡ, ତୁର୍କୀ ଠାରୁ ଇରାନ
ଦାରିୟସ ଦି ଗ୍ରେଟଙ୍କ ଦ୍ୱାରା ୫ମ ଶତାବ୍ଦୀ ଖ୍ରୀଷ୍ଟପୂର୍ବର ପ୍ରଥମାର୍ଦ୍ଧରେ ନିର୍ମିତ ଏହି ବିଶାଳ ରାସ୍ତା ସାର୍ଡିସ (ତୁର୍କୀ) କୁ ସୁସା (ଇରାନ) ସହିତ ସଂଯୋଗ କରୁଥିଲା। ଏହା ପାର୍ସି ସାମ୍ରାଜ୍ୟରେ ଦ୍ରୁତ ଯୋଗାଯୋଗ ପାଇଁ ବ୍ୟବହୃତ ହେଉଥିଲା। ଏହାର ପୁରାତନ ପଥରେ କିଛି ଚିହ୍ନ ଏବେ ମଧ୍ୟ ରହିଛି।
/odishatv-khabar/media/media_files/2025/09/29/the-kings-highway-egypt-to-syria-2025-09-29-11-12-08.jpg)
କିଙ୍ଗସ ହାଇୱେ, ମିଶର ଠାରୁ ସିରିଆ
ଏହି ପ୍ରାଚୀନ ମାର୍ଗ ବାଇବେଲ ଏବଂ ଶାସ୍ତ୍ରୀୟ ସମୟରେ ଗୁରୁତ୍ୱପୂର୍ଣ୍ଣ ଥିଲା। ମିଶରରୁ ସିନାଇ ଦେଇ ସିରିଆ ପର୍ଯ୍ୟନ୍ତ ଲମ୍ବିଥିବା ଏହି ହାଇୱେ ଅନେକ ତୀର୍ଥସ୍ଥାନ, ବ୍ୟାପାର କେନ୍ଦ୍ରସ୍ଥଳ, ଏବଂ ସାଂସ୍କୃତିକ କେନ୍ଦ୍ରକୁ ସଂଯୋଗ କରୁଥିଲା। ଏହାର କିଛି ଅଂଶ ଆଧୁନିକ ଦେଶଗୁଡ଼ିକରେ ଏବେ ମଧ୍ୟ ବ୍ୟବହୃତ ହୁଏ।
/odishatv-khabar/media/media_files/2025/09/29/via-augusta-spain-2025-09-29-11-13-56.png)
ଭିଆ ଅଗଷ୍ଟା, ସ୍ପେନ
ସମ୍ରାଟ ଅଗଷ୍ଟସଙ୍କ ନାମାନୁସାରେ ନାମିତ, ଏହି ରୋମାନ ରାସ୍ତା ଆଣ୍ଡାଲୁସିଆର କାଡିଜ଼ରୁ ଉତ୍ତର ଦିଗରେ କାଟାଲୋନିଆ ଦେଇ ପିରେନିସ ଏବଂ ରୋମ ଆଡ଼କୁ ଲମ୍ବିଥିଲା। ଏହା ରୋମାନ ହିସ୍ପାନିଆରେ ସୈନ୍ୟ, ମାଲ, ଏବଂ ସଂସ୍କୃତି ପରିବହନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।
/odishatv-khabar/media/media_files/2025/09/29/roads-2025-09-29-11-15-45.png)
ରାସ୍ତା
ଏହି ପୁରାତନ ରାସ୍ତାଗୁଡ଼ିକ, ଯାହା କୌଣସି ନା କୌଣସି ରୂପରେ ଏବେ ମଧ୍ୟ ଅଛି, ଏହା ଦର୍ଶାଉଛି ଯେ ଲୋକେ ସର୍ବଦା ବ୍ୟାପାର, ଜ୍ଞାନ, ଧର୍ମ, କିମ୍ବା ଉତ୍ତମ ଜୀବନ ଖୋଜି ଗତିଶୀଳ ରହିଛନ୍ତି। ଯଦିଓ ଏହି ରାସ୍ତାଗୁଡ଼ିକରେ ଅନେକ ପରିବର୍ତ୍ତନ ହୋଇଛି କିମ୍ବା କିଛି ଅଂଶରେ ଲୋପ ପାଇଛି, ସେଗୁଡ଼ିକ ଆମ ଅତୀତର ଜୀବନ୍ତ ସ୍ମୃତି ଭାବେ ରହିଛି। ଏଗୁଡ଼ିକୁ ପରିଦର୍ଶନ କରିବା କିମ୍ବା ଅଧ୍ୟୟନ କରିବା ଆମକୁ ମନେ ପକାଇ ଦିଏ ଯେ ଆମର ଯାତ୍ରା କେତେ ପୁରାତନ, ଏବଂ ସେହି ପୁରାତନ ମାର୍ଗଗୁଡ଼ିକ ଆଧୁନିକ ବିଶ୍ୱକୁ କିପରି ଆକାର ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/29/roads-2025-09-29-10-57-24.jpg)