ଶ୍ରୀଲଙ୍କାର ଆର୍ଥିକ ସଂକଟ ନେଇ ଦେଶବାସୀ ରାଷ୍ଟ୍ରପତି ଭବନ ଘେରାଉ କରିଛନ୍ତି । ଯାହା ପରେ ରାଷ୍ଟ୍ରପତି ଗୋଟାବାୟା ଆଜି ଦେଶ ଛାଡି ପଳାୟନ କରିଥିବା ସୂଚନା ମିଳିଛି । ଏମିତିକି ରାଷ୍ଟ୍ରପତି ଭବନରେ ପଶି ଆନ୍ଦୋଳନକାରୀମାନେ ସୁଇମିଂପୁଲ୍ରେ ଗାଧୋଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି...ଦେଖନ୍ତୁ କିଛି ଝଲକ....
Published By: Otv Khabar Bureau
Last updated: 09 July 2022, 05:11 PM IST
ରାଷ୍ଟ୍ରପତି ଭବନରେ ପଶି ଆନ୍ଦୋଳନକାରୀମାନେ ସୁଇମିଂପୁଲ୍ରେ ଗାଧୋଇବାର ମଜା ନେଉଛନ୍ତି...
ଲୋକେ ଶ୍ରୀଲଙ୍କା ପତାକା ଧରି ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି ଦେଉଛନ୍ତି...
ଆନ୍ଦୋଳନକାରୀମାନେ ସରକାର ବିରୋଧୀ ନାରା ଦେଉଛନ୍ତି
କିଛି ଆନ୍ଦୋଳନକାରୀ ପୋଲିସ ଗାଡି ଉପରେ ଚଢ଼ିବାର ଦେଖିବାକୁ ମିଳିଛି...
ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ(ଟିୟର ଗ୍ୟାସ) ପ୍ରୟୋଗ କରୁଛି ପୋଲିସ....
ଦେଶର ଆର୍ଥିକ ସଂକଟ ପାଇଁ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ...
ଶ୍ରୀଲଙ୍କାରେ ଦରଦାମ୍ ଆକାଶ ଛୁଆଁ ହୋଇଛି । ମେ ମାସରେ ୩୯.୧ % ଥିବାବେଳେ ଜୁନ୍ରେ ୫୪.୬ % ହୋଇଛି...